ETV Bharat / state

ମାଲକାନଗିରିରୁ ବିଧାନସଭା ପାଇଁ କିଏ ପାଇବ ବିଜେଡି ଟିକେଟ୍‌ ? ଚର୍ଚ୍ଚାରେ ୪ ଆଶାୟୀ ପାର୍ଥୀ - ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି । ୪ ଜଣ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ଆଲୋଚନା । ଅଧିକ ପଢ଼ନ୍ତୁ

ମାଲକାନଗିରିରୁ ବିଧାନସଭା ପାଇଁ କିଏ ପାଇବ ବିଜେଡି ଟିକେଟ୍‌ ?

author img

By

Published : Jun 29, 2023, 7:38 AM IST

Updated : Jun 29, 2023, 11:23 AM IST

ମାଲକାନଗିରିରୁ ବିଧାନସଭା ପାଇଁ କିଏ ପାଇବ ବିଜେଡି ଟିକେଟ୍‌ ?

ମାଲକାନଗିରି: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ବିଭିନ୍ନ ଦଳ ନିର୍ବାଚନ ମଣ୍ଡଳୀ ସ୍ତରରେ ଆରମ୍ଭ କଲେଣି ରାଜନୈତିକ ଅଙ୍କ କଷା । ତେବେ ଏହାକୁ ନେଇ ବିଜେଡିର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । କାରଣ ରାଜ୍ୟର ଅଧିକାଂଶ ନିର୍ବାଚନମଣ୍ଡଳୀରେ ଦଳରେ ରହିଛନ୍ତି ଏକାଧିକ ଆଶାୟୀ ପ୍ରାର୍ଥୀ । ସେହି କ୍ରମରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥୀ କିଏ ହେବ, ସେନେଇ ମଧ୍ୟ ଏବେ ଆଲୋଚନା ଆରମ୍ଭ ହୋଇଛି । ତେବେ ୪ ଜଣ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମୁକୁନ୍ଦ ସୋଡି

୨୦୦୯ ଓ ୧୪ରେ ଥିଲା ବିଜେଡିର ଦବ୍‌ଦବା: ବିଗତ ଦିନର ରାଜନୈତିକ ପୃଷ୍ଠଭୂମିକୁ ସମୀକ୍ଷା କଲେ ଜଣାପଡେ, ୨୦୦୯ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ମାଲକାନଗିରି ବିଧାନସଭା ଆସନ ପାଇଁ ବିଜେଡି ମୁକୁନ୍ଦ ସୋଡିଙ୍କୁ ଟିକେଟ ଦେଇଥିଲା । ସେ ୩୮,୭୮୮ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ । କଂଗ୍ରେସ ପ୍ରାର୍ଥୀ ନବୀନ ଚନ୍ଦ୍ର ମାଡକାମୀଙ୍କୁ ୨୭,୮୮୨ ଖଣ୍ଡ ଭୋଟ ମିଳିଥିଲା । ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢୀ ମାତ୍ର ୧୯,୪୪୫ ଖଣ୍ଡ ଭୋଟ ପାଇଥିଲେ । ହେଲେ ୨୦୧୪ ନିର୍ବାଚନରେ ବିଜେଡି ଏଠାରେ ମୁକୁନ୍ଦ ସୋଡିଙ୍କୁ ଟିକେଟ ନଦେଇ ନୂତନ ପ୍ରାର୍ଥୀ ଭାବେ ମାନସ ମାଡକାମୀଙ୍କୁ ଟିକେଟ ଦେଇଥିଲା । ସେ ୪୭,୭୩୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ମାଲା ମାଢୀ ୪୪,୪୨୫ ଭୋଟ ପାଇଥିଲେ । ସେହିଭଳି ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢୀଙ୍କୁ ମିଳିଥିଲା ୩୬,୨୧୨ ଭୋଟ ।

୨୦୧୯ରେ ଛଡ଼ାଇନେଲା ବିଜେପି: ତେବେ ବିଜେଡି ୨୦୧୯ ନିର୍ବାଚନରେ ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ ନକରି ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କୁ ପୁଣି ଟିକେଟ ଦେଇଥିଲା । ହେଲେ ତାଙ୍କର ଶୋଚନୀୟ ପରାଜୟ ଘଟିଥିଲା । ବିଜେପି ପ୍ରାର୍ଥୀ ଆଦିତ୍ୟ ମାଢୀ ସର୍ବାଧିକ ୭୦,୨୬୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ଦ୍ବିତୀୟରେ କଂଗ୍ରେସ ପ୍ରାର୍ଥୀ ମାଲା ମାଢୀ ୪୪,୬୯୪ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ମୁକୁନ୍ଦ ସୋଡି ୪୧,୬୬୭ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଯାହାକି ଶାସକ ଦଳ ପାଇଁ ଚିନ୍ତାଜନକ ବିଷୟ ଥିଲା । ତେବେ ଗତ ନିର୍ବାଚନରେ ଦଳ ଶୋଚନୀୟ ପରାଜୟର କାରଣ ଦଳରେ ଥିବା ଅନ୍ତର୍ଦ୍ବନ୍ଦ୍ବ ବୋଲି କୁହାଯାଇଥିଲା । ବର୍ତ୍ତମାନ ମାଲକାନଗିରି ବିଧାନସଭା ନର୍ବାଚନ ମଣ୍ଡଳୀରେ କେଉଁ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ଦେବ, ତାହା ଦଳ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ଦଳରେ ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ଯେଉଁ ନେତାମାନଙ୍କ ଉପରେ ବିଜେଡି ଆସ୍ଥା ଓ ବିଶ୍ବାସ ରଖିଥିଲା, ବର୍ତ୍ତମାନ ତାହା ଆଉ ନଥିବା କହିଲେ ଚଳେ ।

୨୦୨୪ ପାଇଁ ମାନସମନ୍ଥନ: ୨୦୨୪ ନିର୍ବାଚନ ପଇଁ ବିଜେଡି ନୂତନ ପ୍ରାର୍ଥୀକୁ ଦଳୀୟ ଟିକେଟ ଦେବା ପାଇଁ ଚିନ୍ତା କରୁଥିବା ବେଳେ ବର୍ତ୍ତମାନ ମାଲକାନଗିରି ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତାମୀଙ୍କ ନାମ ଚର୍ଚ୍ଚାର ପରିସରକୁ ଆସୁଛି । ତାଙ୍କର ନିଜ ଘର ପଡିଆ ବ୍ଲକ ଅନ୍ତର୍ଗତ ନିଲଗୁଡା ପଞ୍ଚାୟତର ଉସକାଲବାଗ ଗ୍ରାମରେ । ୧୯୯୬ ମସିହାରେ ଜଗଦୀଶ କାର୍ତ୍ତାମୀ କିରାଣୀ ଭାବେ ନିଯୁକ୍ତି ପାଇଥିଲେ । ୨୦୧୫ରେ ଅତିରିକ୍ତ ତହସିଲଦାର ମାଥିଲି, ୨୦୧୮ରେ ଡେପୁଟି କଲେକ୍ଟର ମାଲକାନଗିରି ଏବଂ ବର୍ତ୍ତମାନ ସେ ଅତିରିକ୍ତ ତହସିଲଦାର ଭାବେ ମାଲକାନଗିରି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ । ଜଗଦୀଶ କାର୍ତ୍ତାମୀଙ୍କ ବାପା ସ୍ବର୍ଗତ ନନ୍ଦ କାର୍ତ୍ତାମୀ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଥିଲେ । ନନ୍ଦ କାର୍ତ୍ତାମୀ ୨୦୦୯ ମସିହାରେ ମାଓବାଦୀଙ୍କ ଗୁଳିର ଶିକାର ହୋଇ ପ୍ରାଣ ହରାଇଥିଲେ । ଜଗଦୀଶ କାର୍ତ୍ତାମୀଙ୍କ ଲୋକପ୍ରିୟତା ଏବଂ ଆଦିବାସୀ ଓ ବଙ୍ଗାଳି ସଂପ୍ରଦାୟର ଲୋକଙ୍କ ସମର୍ଥନ ରହିଛି । ତେଣୁ ତାଙ୍କୁ ବିଜେଡି ଟିକେଟ୍ ମିଳିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବର୍ତ୍ତମାନର ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ରାବା ଆଡମା ମଧ୍ୟ ବିଜେଡି ବିଧାୟକ ଟିକେଟ୍ ପାଇଁ ଆଶାୟୀ ଥିବା କୁହାଯାଉଛି । ପୂର୍ବରୁ ପ୍ରଥମ ଥର ପାଇଁ ରାବା ଆଡମା ୨୦୧୭ରୁ ୨୦୧୯ ଯାଏଁ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଥିଲେ । ଏହାସହ ବିଜୁ ଜନତା ଦଳର ଜିଲ୍ଲା ଯୁବ ସଭାପତି ରହି ଦଳର ସଙ୍ଗଠନ କାମ କରିଆସିଛନ୍ତି । ଏହି ସମୟରେ ସେ ଆଦିବାସୀ ମାନଙ୍କ ବହୁ ଉନ୍ନୟନ କାମ କରିଥିଲେ । ତେଣୁ ଦଳ ପୁନରାୟ ସେହି ପଦବୀ ଦେଇଥିବା ସେ ଦାବି କରିଛନ୍ତି । ଏହାର ଫାଇଦା ଉଠାଇବା ପାଇଁ ସେ ଲୋକଙ୍କ ନିକଟତର ହୋଇ ବିଜେଡି ଟିକେଟ ହାତେଇବା ପାଇଁ ଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ସେହିଭଳି ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନାଁ ଜିଲ୍ଲାରେ ବେଶ୍‌ ଚର୍ଚ୍ଚାରେ ରହିଛି । ମାନସ ୨୦୧୪ରୁ ୨୦୧୯ ଯାଏଁ ମାଲକାନଗିରି ବିଧାୟକ ରହି ବହୁ ଲୋକାଭିମୁଖି କାର୍ଯ୍ୟ କରିଥିଲେ । ୨୦୧୯ରେ ପୁନରାୟ ଦଳ ତାଙ୍କ ଉପରେ ଭରସା କରିପାରିନଥିଲା । ଏହି ସମୟରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କୁ ଦଳ ଟିକେଟ୍ ଦେଇଥିଲା । କିନ୍ତୁ ୨୦୧୯ରୁ ୨୦୨୨ ଯାଏଁ ଶାସକ ଦଳ ମାନସ ମାଡକାମୀଙ୍କୁ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲା । ଏହାସହ ସେ ଜିଲ୍ଲା ବିଜେଡି ସଭାପତି ରହି ଦଳର ସଙ୍ଗଠନ ସୁଦୃଢ କରିଆସିଛନ୍ତି । ତେଣୁ ଦଳ ତାଙ୍କ ଉପରେ ଭରସା କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହୋଉଛି । ସମସ୍ତ ଚାରିଜଣ ବିଜେଡି ଟିକେଟ୍ ପାଇଁ ଆଶାୟୀ ପ୍ରାର୍ଥୀ ଥିବାବେଳେ ଦଳ କାହା ଉପରେ ବିଶ୍ବାସ କରୁଛି, ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ମାଲକାନଗିରି

Last Updated : Jun 29, 2023, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.