ETV Bharat / state

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

author img

By

Published : May 23, 2022, 11:18 AM IST

ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତକୁ ନେଇ ଉତ୍ତେଜନା । ଜାତୀୟ ରାଜପଥରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଗୋଟିଯୋଡି ଗ୍ରାମରେ । ଅଧିକ ପଢନ୍ତୁ

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ମାଲକାନଗିରି: ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତକୁ ନେଇ ଉତ୍ତେଜନା । ଜାତୀୟ ରାଜପଥରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଗୋଟିଯୋଡି ଗ୍ରାମରେ ।

ସୂଚନାଅନୁସାରେ, ଜିଲ୍ଲାର ଗୋଟିଯୋଡି ଗ୍ରାମ ଠାରେ ବାଇକକୁ ଏକ କାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବାଇକ ଚଲାଉଥିବା ବ୍ୟକ୍ତି ଗୁରୁ ହାନ୍ତାଳ ଗୁରୁତର ଆହତ ହୋଇଥିଲେ । ତେବେ ଆହତ ବ୍ୟକ୍ତିଙ୍କୁ ମାଲକାନଗିରି ଠାରେ ଚିକିତ୍ସା କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଥିଲା । କିନ୍ତୁ ଡାକ୍ତରଖାନା ଯିବା ରାସ୍ତାରେ ହିଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ଖବରଅନୁଯାୟୀ, ମୃତ ଗୁରୁ ହନ୍ତାଳ କାମ ସାରି ନିଜ ଗାଁ ଭାଲୁଗୁଡା ଫେରିବା ସମୟରେ ଏପରି ଦୁର୍ଘଟଣା ଘଟିଥିଲା । ତେବେ ଗୁରୁ ହନ୍ତାଳଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକେ 326 ନମ୍ବର ଜାତୀୟ ରାଜକୁ ଅବରୋଧ କରିଥିଲେ । ପୋଲିସ ଓ ସ୍ଥାନୀୟ ତହସିଲଦାରଙ୍କ ବୁଝାସୁଝା ପରେ ହଟିଥିଲା ରାସ୍ତାରୋକ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.