ETV Bharat / state

ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ, ମନ ମୋହୁଛି କଳାକାରଙ୍କ ପାରମ୍ପରିକ ନୃତ୍ୟ

author img

By ETV Bharat Odisha Team

Published : Dec 17, 2023, 7:56 PM IST

Malyabanta Mahotsav: ଶୁଭାରମ୍ଭ ହୋଇଛି ମାଲ୍ୟବନ୍ତ ମହୋତ୍ସବ । ଏହାସହ ପରିଶ୍ରୀ ମେଳା ମଧ୍ୟ ଆରମ୍ଭ ହୋଇଛି । ଆସନ୍ତା ୧୯ ତାରିଖରେ ଏହି ମହୋତ୍ସବ ଉଦ୍‌ଯାପିତ ହେବ । ଅଧିକ ପଢ଼ନ୍ତୁ

ମାଲ୍ୟବନ୍ତ ମହୋତ୍ସବର
ମାଲ୍ୟବନ୍ତ ମହୋତ୍ସବର
ମାଲ୍ୟବନ୍ତ ମହୋତ୍ସବର

ମାଲକାନଗିରି: ଗତକାଲି(ଶନିବାର) ଠାରୁ ମାଲକାନଗିରିରେ ଶୁଭାରମ୍ଭ ହୋଇଛି ମାଲ୍ୟବନ୍ତ ମହୋତ୍ସବର । ଏହାସହ ପରିଶ୍ରୀ ମେଳା ମଧ୍ୟ ଆରମ୍ଭ ହୋଇଛି । ଆସନ୍ତା ୧୯ ତାରିଖରେ ଏହି ମହୋତ୍ସବ ଉଦ୍‌ଯାପିତ ହେବ । ପଦ୍ମଗିରି ପଞ୍ଚାୟତ ଯଦୁଗୁଡାରୁ ସଂଗ୍ରହ କରାଯାଇଥିବା ଜଳ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ଷ୍ଟାଡିୟମ ପଡ଼ିଆ ମୁଖ୍ୟ ମଣ୍ଡପକୁ ନିଆଯାଇଥିଲା । ପରେ ମହୋତ୍ସବର ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା ।

ତେବେ ଉତ୍ସବ ପାଇଁ ଶୋଭାଯାତ୍ରାରେ ଆସିଥିବା କଳସ ଗୁଡିକୁ ପ୍ରଥମେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାଜା, ଜିଲ୍ଲାପାଳ ବିଶାଳ ସିଂ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ରତ୍ନାକର ସାହୁ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଗ୍ଧ, ଆରକ୍ଷୀ ଅଧୀକ୍ଷକ ନୀତୀଶ ବାଧୁନୀ, ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକଙ୍କ ସହ ବିଭିନ୍ନ ରାଜନୈତିକ ଦଳ, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହାସହ ବ୍ରହ୍ମପୁର, ସମ୍ବଲପୁର, କଳାହାଣ୍ଡି ଓ ପୁରୀରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ସହ ଜିଲ୍ଲାର କୋୟା, ତିଡାୟୀ, ବଣ୍ଡା, ଦୁରୁଆ, ପରଜା ଆଦି ଜନଜାତିଙ୍କ ପାରମ୍ପରିକ ନୃତ୍ୟଗୀତରେ ସହର ପ୍ରକମ୍ପିତ ହୋଇଉଠିଥିଲା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଶଙ୍ଖ ଧ୍ବନି, ହୁଳହୁଳି ଧ୍ବନି ସହ ୧୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ମୁଖ୍ୟ ଅତିଥି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ବାରା ମାଲ୍ୟବନ୍ତ ମହୋତ୍ସବ ଓ ପରିଶ୍ରୀ ମେଳା ଉଦ୍‌ଘାଟନ କରି ପରିଦର୍ଶନ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ହୋଇଥିବା ବିଭିନ୍ନ ସାମଗ୍ରୀ ବିକ୍ରି ଷ୍ଟଲ ଗୁଡିକୁ ବୁଲି ଦେଖିଥିଲେ ।

ପରେ ପରେ ମନ୍ତ୍ରୀଙ୍କ ସହ ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁରୁ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ବିଶାଳ ସିଂ, ଆରକ୍ଷୀ ଅଧୀକ୍ଷକ ନୀତୀଶ ବାଧୁନୀ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୂକାରୀ ରତ୍ନାକର ସାହୁ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ମାଲ୍ୟବନ୍ତ ମହୋତ୍ସବର ଉଦ୍ଦେଶ୍ୟ ବିଷୟରେ କହିଥିଲେ ।

ଏହାସହ ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣରେ ଥ‌ିବା ଜନଜାତିଙ୍କ ବିଲୁପ୍ତ ହୋଇ ଯାଉଥୁବା କଳା, ସଂସ୍କୃତି, ପରମ୍ପରାକୁ ଜୀବିତ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସାମର ବିନ୍ଧୁ, ବାଲିମେଳାର ଓଡ଼ିଶୀ ନୃତ୍ୟ, ମାଲକାନଗିରିର ବଣ୍ଡା ନୃତ୍ୟ, କେନ୍ଦ୍ରାପଡ଼ାର ଗତମେକର, ମାଲକାନଗିରିର କୋୟା ଉତ୍ତର ପ୍ରଦେଶର ମରୟର ଏକାଡେମ, ରାଜସ୍ଥାନର ମମତା ବାଇ ଡାନ୍ସ, କଟକର ନଟରାଜ ଡ୍ୟାନ୍ସ, ପୁରୀର ଗୋଟିପୁଅ, ଗୁଜରାଟର ସିଦ୍ଧି ଧମାଲ, କୋରାପୁଟର ଡେମସା ନୃତ୍ୟ, ହରିୟାଣ ଲୋକନୃତ୍ୟ, ହିଞ୍ଜିଳିକାଟୁର ନୃତ୍ୟମ ଡ୍ୟାନ୍ସ ଗ୍ରୁପ୍ ଦ୍ବାରା ପ୍ରମୁଖ କଳାକାରମାନଙ୍କ ଦ୍ବାର ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ......ମାଲ୍ୟବନ୍ତ ମହୋତ୍ସବ ଅବସରରେ ମିନି ମାରାଥନ ଅନୁଷ୍ଠିତ, ଭାଗନେଲେ ୪୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ

ସେହିପରି ଦ୍ୱିତୀୟ ଦିନରେ ସମ୍ମାନି ଅତିଥୁ ଦକ୍ଷିଣାଞ୍ଚଳ ତିଆଇଜି ଚରଣ ସିଂ ମୀନା, ରାୟଗଡ଼ା ଜିଲାପାଳ ସ୍ୱଧାଦେବ ସିଂ, କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତର, ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର, ତିଆଇଜି ବିଏସ୍ଏଫ୍ ଶୈଲେନ୍ଦ୍ର କୁମାର ସିହା, ଆରକ୍ଷୀ ଅଧୀକ୍ଷକ, ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ତ୍ବ ଅର୍ଜନ କରିଥ‌ିବା ବ୍ୟକ୍ତି ଓ ଗ୍ରୁପ୍‌ ଗୁଡିକୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ । ପରେ ପୁରୀର ଗୋଟିପୁଅ, ମାଥୁଲିର ଦୁରୁଆ ନୃତ୍ୟ, ମାଲକାନଗିର ଢେମସା, ଭୁବନେଶ୍ୱର ହରିହର ଡ୍ୟାନ୍ସ ଏକାଡେମୀ, ବଲାଙ୍ଗୀର କୋଶଳ ଲୋକ ମୃତ୍ୟ, ମାଲକାନଗିରି ଆଓମା ପାରମ୍ପରି କଳା, ସୀମା ସୁରକ୍ଷା ବଳଙ୍କ ଦ୍ବାରା ଧାଙ୍ଗଡ଼ା ନୃତ୍ୟ ଗୁଜରାଟର ସିଦ୍ଧିଧମାଳ ଆଦି ନୃତ୍ୟ ପରିବେଷଣ କରାଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.