ETV Bharat / state

ମାଲକାନଗିରି ଜିଲ୍ଲାରେ କଡା ସୁରକ୍ଷା ସହ ସୀମା ସିଲ

author img

By

Published : Jan 25, 2021, 10:14 PM IST

ଆସନ୍ତାକାଲି 72 ତମ ସାଧାରଣତନ୍ତ୍ର ଦିବସ । ଏହାକୁ ଦୃଷ୍ଟିରେ ରଖି ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ କଡା ସୁରକ୍ଷା ସହ ସମସ୍ତ ସୀମାକୁ ସିଲ କରାଯାଇଛି । ଅଧିକ ପଢନ୍ତୁ...

malkangiro full of security and border seal
ମାଲକାନଗିରି ଜିଲ୍ଲାରେ କଡା ସୁରକ୍ଷା ସହ ସୀମା ସିଲ

ମାଲକାନଗିରି: ସାଧାରଣତନ୍ତ୍ର ଦିବସକୁ ଆଖି ଆଗରେ ରଖି ଜିଲ୍ଲାରେ କଡା ସୁରକ୍ଷା ସହ ସୀମା ସିଲ । ୨୬ ତାରିଖରେ 72ତମ ସାଧାରଣତନ୍ତ୍ର ଦିବସ ପାଇଁ ମାଲକାନଗିରିରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ସମସ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

ଜିଲ୍ଲାର ସ୍ଥାନୀୟ ଡି.ଏନ.କେ ପଡିଆରେ ଆୟୋଜିତ ପ୍ୟାରେଡରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର କ୍ରୀଡା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୀମାରୁ ଛତିଶଗଡ , ଆନ୍ଧ୍ର ଜଙ୍ଗଲରେ ଏସଓଜି, ଡିଭିଏଫ , ବିଏସଏଫ ପକ୍ଷରୁ ଅପରେସନ ଜୋରଦାର କରାଜାଉଛି ।

ସେପଟେ ସୁରକ୍ଷା ଦୃଷ୍ଟିରେ ଗାଡି ଗୁଡିକକୁ ଖାନତଲାସ କରାଯାଇଛି । ପୂର୍ବରୁ ସାଧାରଣ ତନ୍ତ୍ର ଦିବସ ଅବସରରେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମାଓ ହିଂସା ଘଟେଇଥିବା ନଜର ରହିଛି । ତେଣୁ ଏହାକୁ ରୋକିବା ପାଇଁ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.