ETV Bharat / state

ମାଲକାନଗିରି ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପର୍: ୬ ଶ୍ରମିକ ମୃତ

Malkangiri Tipper Accident: ମାଲକାନଗିରି ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପର୍। ୬ ଶ୍ରମିକ ମୃତ । ଟିପରରେ ଥିଲେ 13 ଜଣ। ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Nov 25, 2023, 2:12 PM IST

Updated : Nov 25, 2023, 7:25 PM IST

ମାଲକାନଗିରି ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପର୍: ୬ ଶ୍ରମିକ ମୃତ
ମାଲକାନଗିରି ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପର୍: ୬ ଶ୍ରମିକ ମୃତ
ମାଲକାନଗିରି ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ଟିପର୍: ୬ ଶ୍ରମିକ ମୃତ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ସିମେଣ୍ଟ ଓ ରଡ୍ ବୋଝେଇ ଟିପର ଓଲଟି ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଟିପରଟି ଚିତ୍ରକୋଣ୍ଡା ରୁ ଯୋଡାମ୍ବ ଯାଉଥିବା ବେଳେ, ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ହନ୍ତାଳ ଗଡ଼ା BSF କ୍ୟାମ୍ପ ଯବାନମାନେ ଉଦ୍ଧାର କାର୍ଯ୍ଯରେ ସାମିଲ ହୋଇଛନ୍ତି । 13 ଜଣ ଶ୍ରମିକଙ୍କୁ ନେଇ ଯାଉଥିଲା ଏହି ଟିପର୍। ଗୁରୁତର ଆହତମାନଙ୍କୁ ପ୍ରଥମେ ବଡ଼ପଡ଼ା ହସ୍ପିଟାଲ ଏବଂ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଆଯାଇଥିଲା । ପରେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକମାନେ ସମସ୍ତେ ନଗରଙ୍ଗପୁର ଜିଲ୍ଲାର ମୋତି ଗାଁ ବାସିନ୍ଦା । ମୃତକମାନଙ୍କ ମଧ୍ୟରୁ ତିନି ଜଣଙ୍କର ପରିଚୟ ମିଳିଛି। ସେମାନେ ହେଲେ ପୂର୍ଣ୍ଣ ଭତରା, ସନା ଭତରା ଏବଂ ପୁରସିଂ ପୂଜାରୀ।

ମାଲକାନଗିରି ଜିଲ୍ଲାର ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ମାଲବାହୀ ଟିପର। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟମାନେ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାର ହନ୍ତାଲଗୁଡ଼଼ା ଘାଟିରେ ସିମେଣ୍ଟ ଏବଂ ରଡ ନେଇ ଯାଉଥିବା ଏକ ଟିପର ଓଲଟି ପଡ଼ିବାରୁ, ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟିପରରେ ୧୩ ଜଣ ଶ୍ରମିକ ଯାଉଥିଲେ । ପ୍ରାଥମିକ ଭାବେ କୁହାଯାଇଛି ଯେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟିପରଟି ମାଲକାନଗିର ଜିଲ୍ଲାର ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିଲା। ହନ୍ତାଳଗୁଡ଼ା ଘାଟି ନିଟକରେ ଟିପରଟି ଭାରସମ୍ୟ ହରାଇ ତଳକୁ ଖସି ପଡ଼ିଥିବା ପ୍ରାଥମିକ ଭାବେ କୁହାଯାଉଛି ।

ଏହାମଧ୍ଯ ପଢ଼ନ୍ତୁ: ଘାଟିରେ ପିକଅପ୍ ଭ୍ୟାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ୧୨ରୁ ଊର୍ଦ୍ଧ୍ବ ଆହତ

ଏହାମଧ୍ଯ ପଢ଼ନ୍ତୁ: ଟ୍ରକକୁ ଧକ୍କା ଦେଲା ହାଇୱା, ଦୁର୍ଘଟଣାରେ ଆସାମ ଯୁବକ ମୃତ

ଟିପର ଦୁର୍ଘଟଣା ଭୟଙ୍କର ଥିଲା । ଦୁର୍ଘଟଣା ଘଟିବା ପରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବଡ଼ପଡ଼ା ଥାନା ପୋଲିସ। ପୋଲିସ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ଯରେ ସାମିଲ ହୋଇଥିଲେ। ଟିପର୍ ଦୁର୍ଘଟଣାରେ ମୃତ ୫ ଜଣଙ୍କର ମୃତଦେହକୁ ଉଦ୍ଧାର କରି ପଠାଯାଇଛି । ସେହିପରି ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ନବରଙ୍ଗପୁର ସାଂସଦ ରମେଶ ମାଝି ହସପିଟାଲ ଯାଇ ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଗୁରୁତର ଆହତମାନଙ୍କ ମଧ୍ୟରେ କେତେକଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ହସପିଟାଲ ସୂତ୍ରରୁ ଜଣାପଡ଼ିଛି । ହସପିଟାଲରେ ଆହତମାନଙ୍କର ଚିକିତ୍ସା ଜାରି ରହିଛି। ଖବର ପାଇ ପରିବାର ଲୋକେ ହସପିଟାଲରେ ପହଞ୍ଚିଥିବା ସୂଚନା ମିଳିଛି।

ଇଟିଭି ଭାରତ, ମାଲକାନଗିରି

Last Updated : Nov 25, 2023, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.