ମାଲକାନଗିରି: ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡାଙ୍କ ସହ 6 ଜଣିଆ ପ୍ରତିନିଧି ଦଳର ମାଲକାନଗିରି ଗସ୍ତ । ପୋଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ତଦନ୍ତ ପାଇଁ ପହଁଞ୍ଚିଥିଲେ ବିଜେପି ମହିଳା ପ୍ରତିନିଧି ଦଳ ।
ରାଜ୍ୟ ମହିଳା ମୋର୍ଚ୍ଚା ବିଜେପି ଉପସଭାପତି ପ୍ରଭାତୀ ପରିଡାଙ୍କ ନେତ଼ତ୍ବରେ ଆସିଥିବା 6 ଜଣିଆ ପ୍ରତିନିଧି ଦଳ ସ୍ଥାନୀୟ ସର୍କିଟ ହାଉସରେ ପହଞ୍ଚିଥିଲେ । ଏହାପରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ସହ ଦଳୀୟ କର୍ମୀ ପ୍ରଥମେ ପୋଲିସ କ୍ୟାଣ୍ଟିନ ଓ ପରେ ପୀଡିତାଙ୍କ ଘରକୁ ଯାଇଥିଲେ । ସେଠାରେ ପୀଡିତା ରହୁଥିବା ଘର ଦେଖିବା ସହ ପଡ଼ୋଶୀଙ୍କୁ ସେହି ସମୟର ଘଟଣା ଗୁଡିକ ପଚାରି ବୁଝିଥିଲେ । ଏହା ସହ ପିଡିତାଙ୍କ ସ୍ବାମୀଙ୍କୁ ଡକାଇ ପୀଡିତାଙ୍କ ବିଷୟରେ ପଚାରି ବୁଝିଥିଲେ ଏବଂ କ୍ୟାଣ୍ଟିନ ଦାୟିତ୍ବରେ ଥିବା ହାବିଲଦାରଙ୍କୁ ମଧ୍ୟ ପଚରା ଉଚରା କରିଥିଲେ । ମାଲକାନଗିରି ପହଁଞ୍ଚିବା ପୂର୍ବରୁ କୋରାପୁଟ ମେଡିକାଲ ଯାଇ ପୀଡିତାଙ୍କ ମୃତ୍ୟୁ ପୂର୍ବରୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ମଧ୍ୟ ପଚାରି ପୀଡିତାଙ୍କ ସମ୍ବନ୍ଧରେ ପଚାରି ବୁଝିଥିଲେ । ପୀଡିତାଙ୍କ ଘରକୁ ଯାଇ ଅଧିକ ତଥ୍ୟ ସଂଗ୍ରହ କରିବା ସହ ମାଲକାନଗିରି ଏସପିଙ୍କୁ ଭେଟି ଘଟଣାର ସରଜମିନ ତଦନ୍ତ ପାଇଁ ଦାବି କରିଛନ୍ତି ।
ବିଜେପି ପ୍ରତିନିଧୀ ମଣ୍ଡଳରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବିଧାୟକ ଆଦିତ୍ୟ ମାଢି ଓ ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ପ୍ରମୁଖ ୬ ଜଣିଆ ପ୍ରତିନିଧୀ ଦଳ ସହତ ମାଲକାନଗିରି ଗସ୍ତ କରିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ