ETV Bharat / state

ଚାକିରି ଦେବା ନାଁରେ ଠକେଇ, ବୌଦ୍ଧରୁ ଅଭିଯୁକ୍ତକୁ ବାନ୍ଧିଲା ମାଲକାନଗିରି ପୋଲିସ - ଅନଲାଇନ ଠକେଇ ମାମଲା

ଶିକ୍ଷା ସହାୟକ ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ । ବୌଦ୍ଧରୁ ଗିରଫ କରି କୋର୍ଟ ଚାଲାଣ କଲା ମାଲକାନଗିରି ପୋଲିସ । ଅଧିକ ପଢନ୍ତୁ

ଶିକ୍ଷା ସହାୟକ ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ

author img

By ETV Bharat Odisha Team

Published : Sep 6, 2023, 10:42 PM IST

ମାଲକାନଗିରି: ଶିକ୍ଷା ସହାୟକ ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ମାମଲା । ଦୁଇଜଣ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବ୍ୟକ୍ତିଙ୍କୁ ବୌଦ୍ଧରୁ ଗିରଫ କରି କୋର୍ଟ ଚାଲାଣ କଲା ମାଲକାନଗିରି ପୋଲିସ । ତେବେ ଅଭିଯୁକ୍ତଜଣକ ବୌଦ୍ଧ ଜିଲ୍ଲା ମୁଣ୍ଡପଡା ଗ୍ରାମର ଲିଙ୍ଗରାଜ ମହାନନ୍ଦ ନାମକ ଜଣେ ବ୍ୟକ୍ତି ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ମାଲକାନଗିରି ଥାନା ସ୍ଥିତ ଶିଖପାଲି ଗ୍ରାମର ଈଶ୍ୱର କବାସୀ ଓ ମାଲକାନଗିରି ଝାଟିମାଟି କଲୋନୀର ଅର୍ଜୁନ ଖେରା ଗତ ୨୦୨୨ ମସିହାରେ ଶିକ୍ଷା ସହାୟକ ଚାକିରି ପାଇଁ ଆବେଦନ କରିଥିଲେ । ଏହାର କିଛି ଦିନ ପରେ OSSSC ଭୁବନେଶ୍ୱର ଷ୍ଟାଫ୍‌ ଅଫିସର କହି ଜଣେ ବ୍ୟକ୍ତି ଉଭୟଙ୍କ ନିକଟକୁ ବାରମ୍ବାର ଫୋନ୍‌ କରିଥିଲେ । ଫୋନ୍‌ କରୁଥିବା ବ୍ଯକ୍ତି ଜଣକ କହିଥିଲେ, "ଆପଣମାନେ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥି ନିମନ୍ତେ କିଛି ଟଙ୍କା ଦେବାକୁ ପଡିବ । ଯଦି ଆପଣ ଏହି ସର୍ତ୍ତରେ ରାଜି ତେବେ ଯଥାଶୀଘ୍ର ଆପଣଙ୍କୁ ଅଫର ଲେଟର ମିଳିଯାବ । ଏହିପରି ଅର୍ଜୁନ ଖେରାଙ୍କୁ ଇ-ମେଲ୍‌ ଯୋଗେ ମେସେଜ କରି ପଇସା ଦେଲେ ଚାକିରି ହୋଇଯିବ ବୋଲି କହିଥିଲେ ।"

ଅଧିକ ପଢନ୍ତୁ.. ଓଡିଶାରୁ ଅଢେଇ କୋଟି ଠକେଇ, ଗିରଫ ହେଲେ Jetex Ocenairର ଏମଡି

ଏପରି ମିଥ୍ୟା କଥା କହି ବିଶ୍ବାସ ଜମାଇଥିଲା ବ୍ୟକ୍ତି ଜଣକ । ଚାକିରିି ଦେବା ଆଳରେ ୨୦୨୨ ସେପ୍ଟେମ୍ବର ମାସରୁ ଅଗଷ୍ଟ ମାସ ମଧ୍ୟରେ ୪ ଲକ୍ଷ ୧୫ ହଜାର ଟଙ୍କା ଓ ଅର୍ଜୁନ ଖେରାଙ୍କ ଠାରୁ ମଧ୍ୟ ୧ଲକ୍ଷ ୭୦ ହଜାର ଟଙ୍କା ନେଇଥିଲା ଠକ । ଚାକିରି ନମିଳିବାରୁ ଠକାମୀର ଶିକାର ହୋଇଥିବା ଈଶ୍ୱର ଓ ଅର୍ଜୁନ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ ।

ମାଲକାନଗିରି ଏସ୍‌ପି ନିତେଶ ୱାଧୱାନୀଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଥିଲା । ଫୋନ୍‌ କଲ୍ ଏବଂ ଇମେଲକୁ ଟ୍ରାକ୍ କରିବା ପରେ ବ୍ୟକ୍ତି ଜଣକ ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ଗ୍ରାମର ଲିଙ୍ଗରାଜ ମହାନନ୍ଦ ହୋଇଥିବା ସୂଚନା ପାଇଥିଲା ପୋଲିସ । ଯାହାପରେ ପୋଲିସର ଏକ ଟିମ୍ ବୌଦ୍ଧରୁ ଲିଙ୍ଗରାଜକୁ ଗିରଫ କରି ମାଲକାନଗିରି ଥାନାକୁ ଆଣିଥିଲେ । ୪୧୯/୪୨୦ ଦଫାରେ ଅଭିଯୁକ୍ତ ଲିଙ୍ଗରାଜ ମହାନନ୍ଦଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.