ମାଲକାନଗିରି: ଜିଲ୍ଲା ପୋଲିସକୁ ସଫଳତା । ଚାରି ଜଣ ଡକାୟତକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ । ଗିରଫ ଚାରିଜଣ ହେଲେ ଡୁରମାଗୁଡା ଗ୍ରାମର ଦହନ ପୁଜାରି, ବଳରାମ ବଡାମି, ମାଲକାନଗିରି ହାଟପଦା ସାହିର ରାହୁଲ ମାଣ୍ଡୀ ଓ ଅଶୋକ ମାଢି ।
ସୂଚନାଅନୁଯାୟୀ ଗତ 16ତାରିଖ ରାତିରେ ଭଣ୍ଡାରି ପାଙ୍ଗାମ ଗ୍ରାମର ମାନସ ପରିଡାଙ୍କ ଘରେ ଏହି ଚାରି ଅଭିଯୁକ୍ତ ମୁଖା ପିନ୍ଧି ପଶିବା ସହ ଛୁରୀ ଦେଖାଇ 18ଭରି ସୁନା ଓ ନଗଦ ଏକଲକ୍ଷ ଟଙ୍କା ଡକାୟତି କରିଥିଲେ । ଏହି ଘଟଣାର ପରଦିନ ମାନସ ପରିଡା ମାଲକାନଗିରି ମଡେଲ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିବାପରେ ତଦନ୍ତ ଆରମ୍ଭ କରିଥିଲେ ।
ତେବେ ତଦନ୍ତର ଆଠଦିନ ପରେ ଏହି ଡକାୟତ ଗ୍ୟାଙ୍ଗକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାଇଛନ୍ତି ମାଲକାନଗିରିର ମର୍ଡେନ ଥାନା ଅଧିକାରୀ ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ