ମାଲକାନଗିରି: ଦେହ ବ୍ୟବସାୟ ରାକେଟ ଧରିଲା ମାଲକାନଗିରି ପୋଲିସ । ଆଜି (ଶନିବାର) ମାଲକାନଗିରି SDPOଙ୍କ ନେତୃତ୍ୱରେ ଏହି ରାକେଟ ଧରିବାରେ ସଫଳ ହୋଇଛି ପୋଲିସ । ଦୁଇ ଦେହଜୀବୀଙ୍କ ସହ ୬ ଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ମାଲକାନଗିରି ଜିଲ୍ଲାର ଏମପିଭି -୧ ର ଦରିଗୁଡା, ଟେକ ବାଡ଼ି ସାହି, ମଲ୍ଲିକେଶ୍ଵର କଲୋନୀ ଅଞ୍ଚଳରୁ ଏହି ଦେହଜୀବୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ମୋବାଇଲ, ତିନିଟି ବାଇକ, କଣ୍ଡମ, ମେଡ଼ିସିନ ଓ କିଛି ନଗଦ ଟଙ୍କା ଜବତ କରିଛି ପୋଲିସ । ଦୁଇ ମହିଳାଙ୍କ ସହ ଜଣେ ନାବାଳିକାକୁ ମଧ୍ୟ ଏହି ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା । ତେବେ, ନାବାଳିକା ଜଣକର ବୟସ 15 ବୋଲି ଜଣାପଡ଼ିଛି ।
ତାକୁ ପୋଲିସ ଉଦ୍ଧାର କରିବା ପରେ ମେଡିକାଲ ଟ୍ରିଟମେଣ୍ଟ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ରେପ ଏବଂ ପୋକ୍ସ କେସ ଲଗାଇ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାକୁ ନେଇ ଦେହଵ୍ୟଵସାୟର ଚେର କେତେ ଦୂର ଲମ୍ବିଛି ତାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ