ETV Bharat / state

ସମସ୍ୟା ପାହାଡ ତଳେ ମାଲକାନଗିରି, ରାଜ୍ୟପାଳଙ୍କୁ ଭେଟିଲେ ବିଧାୟକ - ମାଲକାନଗିରିର ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଧାୟକ

ମାଲକାନଗିରି ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବିଧାୟକ ଆଦିତ୍ୟ ମାଢି । ଅଧିକ ପଢନ୍ତୁ

ମାଲକାନଗିରିର ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଧାୟକ

author img

By

Published : Jun 4, 2022, 1:46 PM IST

ମାଲକାନଗିରି: ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକ ଆଦିତ୍ୟ ମାଢି ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନା କରିଛନ୍ତି । ଜିଲ୍ଲାରେ ଯେତିକି ଭୌଗଳିକ ସ୍ଥିତି ରହିଛି ସେଥିରୁ ୭୫ ପ୍ରତିଶତ ଚାଷ ଜମି ରହିଛି । ଏହି ଅଞ୍ଚଳର ଲୋକେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଚାଷ କରିବା ପାଇଁ ସେମାନଙ୍କ ପାଖରେ ସେତିକି ସମ୍ବଳ ନାହିଁ ।

ଫଳରେ ଜୀବନ ଜୀବିକା ଦୁର୍ବିଶହ ହୋଇପଡ଼ିଛି । ଜିଲ୍ଲାରେ ବାସ କରୁଥିବା 6 ଲକ୍ଷ ଲୋକଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଶ୍ରେଣୀର । ଓଡ଼ିଶାର ସବୁଠାରୁ ଅନୁନ୍ନତ ଜିଲ୍ଲା ମଧ୍ୟରେ ମାଲକାନଗିରି ଅନ୍ୟତମ । ଜିଲ୍ଲାରେ ଆଜିବି ଗାଁକୁ ଗାଁ ମଧ୍ୟରେ ରାସ୍ତା ନାହିଁ । ଲୋକେ ଏବେ ବି ପାଦରେ ଚାଲି ଚାଲି ମାଇଲ ମାଇଲ ବାଟ ଯାଉଛନ୍ତି । ଜିଲ୍ଲାକୁ ରେଳପଥ ଆଜି ଯାଏ ଛୁଇଁପାରି ନାହିଁ । ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଲୋକେ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି । ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ନ କହିବା ଭଲ । ଏଠାରେ ଦକ୍ଷତା ବୃଦ୍ଧି ନେଇ ସେଭଳି କୌଣସି ଅନୁଷ୍ଠାନ ନାହିଁ । ବହୁ ବେକାର ଯୁବକଯୁବତୀ ଏଠାରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ।

ମାଓ ଇଲାକା ହୋଇଥିବାରୁ ଏଠାକୁ କୈଣସି କମ୍ପାନୀ ସ୍ଥାପନ ହୋଇପାରୁନି । ଫଳରେ ଲୋକଙ୍କୁ କାମ ମିଳୁନି । ଶିଳ୍ପ ଖୋଲିବା ପାଇଁ ବାରମ୍ବାର ଟେଣ୍ଡର ଆହ୍ବାନ କରାଯାଉଥିଲେ ମଧ୍ୟ କେହି ଆସିବାକୁ ରାଜି ହେଉ ନାହାଁନ୍ତି । ଜିଲ୍ଲାରେ ଅଶିକ୍ଷିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ଶିଶୁ ମୃତ୍ୟୁହାର ବଢିବାରେ ଲାଗିଛି । ଯୋଗାଯୋଗର ସୁବ୍ୟବସ୍ଥା ନଥିବାରୁ ବହୁ ରୋଗୀ ଅକାଳରେ ଜୀବନ ହାରୁଛନ୍ତି ।

ଆର୍ଥିକ ସମ୍ବଳ ନଥିବାରୁ ଲୋକେ ବାହାରକୁ ନେଇ ରୋଗୀଙ୍କୁ ଚିକିତ୍ସା କରାଇ ପାରୁ ନାହାନ୍ତି । ଜିଲ୍ଲାରେ ଏକ ମେଡିକାଲ ହେଲା ସତ କିନ୍ତୁ ସେଠାରେ ଡାକ୍ତରଙ୍କର ଘୋର ଅଭାବ ରହିଛି । ଜିଲ୍ଲାର ବହୁ ନିରୀହ ଆଦିବାସୀ ପୋଲିସର ଶିକାର ହେବା ସହ ଗୁଣି ଗାରେଡ଼ି ଉପରେ ବିଶ୍ଵାସ କରୁଛନ୍ତି । ବିଦ୍ୟୁତ ସେବା କଥା ନ କହିବା ଭଲ । ‘ମୁଁ ଜଣେ ବିରୋଧୀ ଦଳର ବିଧାୟକ ହୋଇଥିବାରୁ ଶାସକ ଦଳ ମୋ ଦାବିକୁ ଶୁଣୁ ନଥିବା ସେ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି’ । ତୁରନ୍ତ ଜିଲ୍ଲାରେ ଶିଳ୍ପ ,ରେଳପଥ , ରାସ୍ତା , ବିଦ୍ୟୁତ୍ ସହ ପାନୀୟ ଜଳ ସୁବିଧା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.