ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ନିରୀହ ଆଦିବାସୀଙ୍କୁ ହତ୍ୟା କଲେ ମାଓବାଦୀ ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ର ସୀମାନ୍ତରେ ନକ୍ସଲ ଗତକାଲି ରାତିରେ(ବୁଧବାର) ଦୁଇ ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତେବେ ମୃତକମାନେ ହେଲେ ବିଶାଖାପାଟଣା ଜିଲ୍ଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ଭିରାଭରମ ଗ୍ରାମର ପାଙ୍ଗି ସତିବାବୁ ଓ ଗାମେଲା ଭାସ୍କର । ଏ ଦୁହିଁଙ୍କୁ ନକ୍ସଲ ଗତକାଲି ରାତିରେ(ବୁଧବାର) ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି ।
ହତ୍ୟା ପରେ ନକ୍ସଲ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଲଗାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ପୋଲିସ ଇନଫର୍ମର ସନ୍ଦେହରେ ଏମାନଙ୍କୁ ହତ୍ୟା କରାଯାଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ