ETV Bharat / state

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ସରୁନି ଭିଜିଲାନ୍ସ ଖୋଳତାଡ

author img

By

Published : Mar 27, 2022, 9:09 AM IST

Updated : Mar 27, 2022, 9:40 AM IST

ଯେତେ ଖୋଳିଲେ ସେତେ ବାହାରୁଛି । ଦ୍ବିତୀୟ ଦିନ ପରେ ବି ସରୁନି ଭିଜିଲାନ୍ସ ଖୋଳତାଡ଼ । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ 1ର ନିର୍ବାହୀ ଯନ୍ତ୍ରୀଙ୍କର ରହିଛି ଅମାପ ସମ୍ପତ୍ତି । ଅଧିକ ପଢନ୍ତୁ

ସରୁନି ଭିଜିଲାନ୍ସ ଖୋଳତାଡ
ସରୁନି ଭିଜିଲାନ୍ସ ଖୋଳତାଡ

ମାଲକାନଗିରି: ଯେତେ ଖୋଳିଲେ ସେତେ ବାହାରୁଛି । ଦ୍ବିତୀୟ ଦିନ ପରେ ବି ସରୁନି ଭିଜିଲାନ୍ସ ଖୋଳତାଡ଼ । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ 1ର ନିର୍ବାହୀ ଯନ୍ତ୍ରୀଙ୍କର ରହିଛି ଅମାପ ସମ୍ପତ୍ତି । ଠିକାଦାର ଓ କର୍ମଚାରୀଙ୍କ ଘରୁ ଜବତ ହୋଉଛି ଟଙ୍କା ଓ ସୁନା ଗହଣା । ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅସ୍ଥାବର ସମ୍ପତ୍ତି ଠାବ ।

ସରୁନି ଭିଜିଲାନ୍ସ ଖୋଳତାଡ

ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ୧ର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ଅଢେଇ କୋଟି ଟଙ୍କା ଜବତ ହୋଇଛି । ଠିକାଦାରଙ୍କ ଘରୁ ୨୧ ଲକ୍ଷ ୭୫ ହଜାର ଜବତ । ଠିକାଦାର ଓ ନିଜ ଘରୁ ୬୦୦ ଗ୍ରାମ ସୁନା, ୫୦ ଲକ୍ଷ ଟଙ୍କାର ବୀମା ଜବତ ହୋଇଛି । ୪୦ ଲଷ ଟଙ୍କାର ୟୁଟିଆଇ ବଣ୍ଡ ୫୦ ଲକ୍ଷ ଟଙ୍କାର କିଶାନ ବିକାଶ ପତ୍ର, ଏନଏସସି ଓ ପୋଷ୍ଟାଲ ଡିପୋଜିଟ ମଧ୍ୟ ଜବତ ହୋଇଛି । ମାଲକାନଗିରି ଓ କେନ୍ଦୁଝରର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଲକର ରହିଛି । କଟକରେ ଗୋଟିଏ ଫ୍ଲାଟ ମଧ୍ୟ ରହିଛି ।

ଏହା ବି ପଢନ୍ତୁ...ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ନଗଦ ୧୦ ଲକ୍ଷ ଜବତ

ସୂଚନାଅନୁସାରେ, ଡିସିବି ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଏହି ଚଢ଼ାଉ ହୋଇଛି । ତଦନ୍ତ ସମୟରେ 10 ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ସୂଚନା । ନିର୍ବାହୀ ଯନ୍ତ୍ରୀ ଆଶିଷ ଦାଶ ପ୍ରାୟ 10 ଲକ୍ଷ ଟଙ୍କା ନେଇ ଡିସିବି ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ସମୟରେ ଚଢାଉ କରିଥିଲା ଟିମ୍ । ଏହାପରେ ଦାସଙ୍କ ଠାରୁ ନଗଦ ଟଙ୍କା ଜବତ କରିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ବାସଗୃହରେ ତଲାସି ଆରମ୍ଭ କରିଥିଲା ଭିଜିଲାନ୍ସ ବିଭାଗ ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

Last Updated : Mar 27, 2022, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.