ETV Bharat / state

ସ୍ପୋଟର୍ସ ହଷ୍ଟେଲକୁ କରିଦେଲେ ଜୁଡୋ ଏକାଡେମୀ ! ମିଳୁନାହାଁନ୍ତି ଖେଳାଳି, ବର୍ଷେ ହେଲାଣି ଝୁଲୁଛି ତାଲା - ମାଲାକାନଗିରି ସ୍ପୋଟର୍ସ ହଷ୍ଟେଲ

"ଏହି ଜିଲ୍ଲାର ପିଲାମାନେ ଭଲିବଲ୍, ତୀରନ୍ଦାଜ ଓ ଆଥଲେଟିକ୍ ଭଳି କ୍ରୀଡା ପ୍ରତି ରୁଚି ରଖୁଥିବା ବେଳେ ଜୁଡୋ ପ୍ରତି କେହି ଆଗ୍ରହୀ ନାହାନ୍ତି । ପିଲାମାନେ ଯେଉଁ ପ୍ରତି ଆଗ୍ରହ ରଖିଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ ସେ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଯଦି ଆଦିବାସୀ ପିଲାଙ୍କ କ୍ରୀଡା ରୁଚିକୁ ଧ୍ୟାନ ନ ଦିଆଯାଏ ତେବେ ଆଗାମୀ ଦିନରେ ଏହାର ପ୍ରତିବାଦ କରାଯିବ," କହିଛନ୍ତି ଜିଲ୍ଲାର ଜଣେ ବୁଦ୍ଧିଜୀବୀ ।

Etv Bharat
Etv Bharat
author img

By ETV Bharat Odisha Team

Published : Sep 27, 2023, 4:10 PM IST

ବର୍ଷେ ହେଲାଣି ସ୍ପୋଟର୍ସ ହଷ୍ଟେଲରେ ଝୁଲୁଛି ତାଲା

ମାଲାକାନଗିରି: କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି। କ୍ରୀଡା କ୍ଷେତ୍ରରେ ଓଡିଶାକୁ ବିଶ୍ବ ଦରବାରରେ ପରିଚିତ କରାଇବା ପାଇଁ ପ୍ରୟାସ କରାଯାଉଛି । କ୍ରୀଡା ଭିତ୍ତିଭୂମି ରୂପାନ୍ତକରଣ କରାଯାଉଥିବା ବେଳେ ଖେଳାଳିମାନଙ୍କୁ ସଶକ୍ତିକରଣ ପାଇଁ ଚେଷ୍ଟା କରାଯାଉଛି। ଖେଳାଳିମାନଙ୍କ ରହିବା ପାଇଁ ବଡ ବଡ କୋଠା ନିର୍ମାଣ କରାଯାଇଛି ସତ ହେଲେ ସେଥିରେ ତାଲା ଝୁଲୁଛି । ହଷ୍ଟେଲକୁ ବନ୍ଦ କରି ତାହା ଜୁଡୋ ଏକାଡେମୀ ହେବ ବୋଲି ଚର୍ଚ୍ଚା ହେଉଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସହରରେ ଥିବା ସ୍ପୋର୍ଟସ୍ ହଷ୍ଟେଲରେ ।

କ୍ରୀଡା କ୍ଷେତ୍ରରେ ଅଗ୍ରଗତି ପାଇଁ ମାଲକାନଗିର ସହରର ଥିବା ଖେଳପଡିଆ ପାର୍ଶ୍ବରେ ସ୍ପୋଟର୍ସ ହଷ୍ଟେଲ କରାଯାଇଥିଲା। ୫୦ ଶଯ୍ୟା ବିଶିଷ୍ଟ ଏହି ହଷ୍ଟେଲ ୨୦୧୭ ମସିହାରୁ କାର୍ଯ୍ୟକ୍ଷମ ହୋଇଥିଲା। ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାର ଆଥଲେଟିକ, ତୀରନ୍ଦାଜ, ଭଲିବଲ ଓ ଭାରୋତ୍ତଳନ ବର୍ଗର ଖେଳାଳିମାନେ ରହୁଥିଲେ। ଆଥଲେଟିକମାନଙ୍କ ପାଇଁ ଜଣେ କୋଚ ରହିଥିବା ବେଳେ ତୀରନ୍ଦାଜ ଶିକ୍ଷା ଦେବା ପାଇଁ ଜଣେ ବିଦ୍ୟାଳୟର ଶିକ୍ଷକକୁ ଡେପୁଟେସନରେ ଆଣି କୋଚ ଦାୟିତ୍ବ ଦିଆଯାଇଥିଲା। ହେଲେ ଭଲିବଲ ଓ ଭାରୋତ୍ତଳନ ଶିକ୍ଷା ଦେବା ପାଇଁ କୌଣସି କୋଚ ନଥିଲେ।

ତେବେ ଏହିଭଳି ଭାବରେ କିଛି ବର୍ଷ ଚାଲିଥିବା ବେଳେ ଗତବଷ ସେପ୍ଟେମ୍ବର ମାସ ଠାରୁ ହଷ୍ଟେଲ ବନ୍ଦ ହୋଇପଡିଛି। ଗତବର୍ଷ ଖେଳ ବିଭାଗ ଏହି ହଷ୍ଟେଲକୁ ଜୁଡୋ ଏକାଡେମୀ କରାଯିବା ନେଇ ଘୋଷଣା କରିବା ପରେ ହଷ୍ଟେଲକୁ ଖାଲି କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଏହା ଜୁଡୋ ଏକାଡେମୀ ହୋଇପାରିନାହିଁ । କେବଳ ସୁରକ୍ଷାକର୍ମୀମାନେ ହଷ୍ଟେଲକୁ ଜଗି ରହିଛନ୍ତି।

ଏହାମଧ୍ୟ ପଢନ୍ତୁ.. କ୍ରୀଡ଼ା କ୍ଷେତ୍ର ପାଇଁ ବୌଦ୍ଧରେ ବିରାଟ ସମ୍ଭାବନା, ପ୍ରୋତ୍ସାହନ ଆଶାରେ କ୍ରୀଡ଼ାବିତ୍

ଅନ୍ୟପଟେ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ କହିବାନୁଯାୟୀ, ଏହି ଜିଲ୍ଲାର ପିଲାମାନେ ଭଲିବଲ୍, ତୀରନ୍ଦାଜ ଓ ଆଥଲେଟିକ୍ ଭଳି କ୍ରୀଡା ପ୍ରତି ରୁଚି ରଖୁଥିବା ବେଳେ ଜୁଡୋ ପ୍ରତି କେହି ଆଗ୍ରହୀ ନାହାନ୍ତି । ପିଲାମାନେ ଯେଉଁ ପ୍ରତି ଆଗ୍ରହ ରଖିଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ ସେ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଯଦି ଆଦିବାସୀ ପିଲାଙ୍କ କ୍ରୀଡା ରୁଚିକୁ ଧ୍ୟାନ ନ ଦିଆଯାଏ ତେବେ ଆଗାମୀ ଦିନରେ ଏହାର ପ୍ରତିବାଦ କରାଯିବ ।

ଏହାମଧ୍ୟ ପଢନ୍ତୁ..କ୍ରୀଡା ପ୍ରତିଭାଙ୍କ ପାଇଁ ନାହିଁ ଭିତ୍ତିଭୂମି, ଆଉଟଡୋର ଖେଳକୁ ମନ ବଳାଉନାହାନ୍ତି ଖେଳାଳି

ଅନ୍ୟପଟେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ କହିବାନୁଯାୟୀ, "ରାଜ୍ୟ ସ୍ତରରେ ଖେଳାଳୀ ଚୟନ ପରେ ଏହି ହଷ୍ଟେଲକୁ ପିଲାମାନେ ଆସୁଥିଲେ। କିନ୍ତୁ ରାଜ୍ୟ କ୍ରୀଡା ବିଭାଗର ନିଷ୍ପତ୍ତିକ୍ରମେ ମାଲକାନଗିରି ସ୍ପୋଟର୍ସ ହଷ୍ଟେଲରେ ଆଥଲେଟିକ, ତୀରନ୍ଦାଜ, ଭଲିବଲ ଓ ଭାରତ୍ତୋଳନ ଖେଳାଳିକୁ ନରଖି ଜୁଡୋ ଖେଳାଳିକୁ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ଖେଳାଳିମାନଙ୍କୁ ଅନ୍ୟ ଜିଲ୍ଲାର ହଷ୍ଟେଲକୁ ପଠାଯାଇଥିଲା। ରାଜ୍ୟରେ ଜୁଡୋ ଖେଳାଳୀ ଚୟନ ପରେ ଏହି ହଷ୍ଟେଲରେ ଖୋଳାଳୀକୁ ରଖାଯିବ। ଏକ ବର୍ଷ ହେଲାଣି ଜୁଡୋ ଖେଳାଳୀ ଚୟନ ହୋଇନଥିବା ବେଳେ ଚଳିତବର୍ଷ ଚୟନ ଶେଷ ହେବା ପରେ ଖେଳାଳୀମାନଙ୍କୁ ରଖାଯିବ ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.