ETV Bharat / state

ଜାତୀୟ ଗୁଣବତ୍ତା ପୁରସ୍କାର ପାଇଲା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

author img

By ETV Bharat Odisha Team

Published : Jan 15, 2024, 6:28 AM IST

Malkangiri District Hospital: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଫଳତା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଗତ ୨୦୨୩ ଜୁଲାଇ ମାସରେ ଏକ ଟିମ ପରିଦର୍ଶନରେ ଆସିଥିଲେ । ଅଧିକ ପଢନ୍ତୁ

ଜାତୀୟ ଗୁଣବତ୍ତା ପୁରସ୍କାର ପାଇଲା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଜାତୀୟ ଗୁଣବତ୍ତା ପୁରସ୍କାର ପାଇଲା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଜାତୀୟ ଗୁଣବତ୍ତା ପୁରସ୍କାର ପାଇଲା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ରାଜ୍ୟ ସରକାର ଉନ୍ନତମାନର କରିଥିବା ବେଳେ ଏହା ଏକ ଉନ୍ନତ ମାନର ଚିକିତ୍ସାଳୟ ଭାବେ ପରିଗଣିତ ହୋଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହି ଚିକିତ୍ସାଳୟକୁ ବିଭିନ୍ନ ସୁବିଧା ଉପଲବ୍ଧ କରାଇବା ଦ୍ବାରା ଏଠାକାର ଏଡିଏମଓ, ଡାକ୍ତର, ନର୍ଶ ଓ କର୍ମଚାରୀ ମାନେ ଏହାକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ପ୍ରୟାସ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଗତ ୨୦୨୩ ଜୁଲାଇ ମାସରେ ଏକ ତିନିଜଣିଆ ଟିମ୍ ଓଡ଼ିଶା ଆସି ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ।

ଚଳିତ ବର୍ଷ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଜାନୁଆରୀ ୧୧ରେ ଜାତୀୟ ଗୁଣବତ୍ତା ପୁରସ୍କାର ପ୍ରଦାନ କରାଯାଇଛି । ଏଥିପାଇଁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଉତ୍ସବ ଆୟୋଜନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡା ପ୍ରଫୁଲ୍ଲ ନନ୍ଦ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଡ଼ା ଅନିଲ ମିଶ୍ର, ଏଡିପିଏଚଓ (ସ୍ଵାସ୍ଥ୍ୟ କଲ୍ୟାଣ), ଡ଼ା ବ୍ରଜବନ୍ଧୁ ଦାସ, ଏଡିପିଏଚଓ (ଭିବିଡି), ଡ଼ା ଧନେଶ୍ଵର ମହାପାତ୍ର, ହସ୍ପିଟାଲ ମ୍ୟାନେଜର, ଶଶାଙ୍କ ଶେଖର ପଣ୍ଡିତ୍ରା ଓ ଡେପୁଟି ନର୍ସିଂ ସୁପେରିଟେଣ୍ଡେଣ୍ଟ, ରୁକ୍ମଣୀ ଚିକିତ୍ସାଳୟର ସମସ୍ତ ଡାକ୍ତର ନର୍ସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ସଫଳତାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଥିବାରୁ ନିଜର ଖୁସି ବ୍ୟକ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ୨୪ ଜୁଲାଇରୁ ୨୬ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ହାଇଦ୍ରାବାଦ ଓ କଲିକତାରୁ ଆସିଥିବା ଜାତୀୟ ସ୍ତରର ପର୍ଯ୍ୟବେକ୍ଷକ ସମୁଦାୟ ୧୯ଟି ବିଭାଗ ବୁଲି ଦେଖିଥିଲେ । ଏହି ପର୍ଯ୍ୟବେକ୍ଷକ ଦଳରେ ଡାକ୍ତର ଶିଶିର ନସ୍କାର, ଡାକ୍ତର ଭି କେ ଶର୍ମା ଏବଂ ଡାକ୍ତର ଜଶୁଥା ଅଭିଷେକ ମୁଖ୍ୟ ଡାକ୍ତରଖାନାର ୧୯ଟି ବିଭାଗକୁ ପର୍ଯ୍ୟବେକ୍ଷଣ କରି ଶତକଡା ୮୮ ପ୍ରତିଶତ ମାର୍କ ପ୍ରଦାନ କରିଥିଲେ । ଏହା ସହ ୧୧ ଜାନୁଆରୀ ୨୦୨୪ରେ ଏନକ୍ୟୁଏଏସ ପ୍ରମାଣପତ୍ର ପ୍ରେରଣ ନିମନ୍ତେ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଅନୁମତି ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ.....ଛେଣ୍ଡିପଦା ହାଇସ୍କୁଲର ପ୍ଲାଟିନମ ଜୁବଲି, ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ ଓ ଧର୍ମେନ୍ଦ୍ର

ଏହା ଦ୍ବାରା ୧୦ହଜାର ଟଙ୍କା ଆଗାମୀ ତିନି ବର୍ଷ ଯାଏଁ ମିଳିବ କହିଛନ୍ତି ସିଡିଏମଓ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ । ପୂର୍ବରୁ ଏହି ଚିକିତ୍ସାଳୟ ତିନି ତିନି ଥର କାୟାକଳ୍ପ ପୁରସ୍କାର ପାଇ ଥିବାବେଳେ ବର୍ତ୍ତମାନ ଜାତୀୟ ଗୁଣବତ୍ତା ପୁରସ୍କାର ପ୍ରଦାନ କରାଯିବା ଦ୍ବାରା ଚିକିତ୍ସାଳୟର ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଖୁସି ପ୍ରକଟ କରିଛନ୍ତି । ଗତକାଲି ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଇଟିଭି ଭାରତ, ମାଲକାଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.