ETV Bharat / state

Cyclone Asani: ବାତ୍ୟା ପାଇଁ ମାଲକାନଗିରିରେ ସ୍କୁଲ ଛୁଟି

author img

By

Published : May 11, 2022, 7:32 AM IST

ବାତ୍ୟା ଅସାନି ପାଇଁ ସ୍କୁଲ ଛୁଟି । ଆଜି ମାଲକାନଗିରିର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Cyclone Asani : ବାତ୍ୟା ପାଇଁ ମାଲକାନଗିରରେ ସ୍କୁଲ ଛୁଟି

ମାଲକାନଗିରି: ସାମ୍ଭାବ୍ୟ ବାତ୍ୟା ଅସାନି ପାଇଁ ସ୍କୁଲ ଛୁଟି । ଆଜି ମାଲକାନଗିରିର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏନେଇ ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସାମ୍ଭାବ୍ୟ ବାତ୍ୟା 'ଅସାନି'ର ମୁକାବିଲା ନେଇ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ବୈଠକରେ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ସାମିଲ ହୋଇଥିଲେ । ବାତ୍ୟା ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । କଚା ଘରେ ବାସ କରୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ସମସ୍ତ ବ୍ଲକ ଗୁଡିକରେ ଅଫିସରମାନେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ପ୍ରକଳ୍ପ ନିର୍ଦେଶକ, ଡ଼ିଆରଡିଏଙ୍କୁ ଚିତ୍ରକୋଣ୍ଡା ବ୍ଲକ, ଅତିରିକ୍ତ ଜିଲ୍ଲାପାଳଙ୍କୁ କାଲିମେଳା ବ୍ଲକରେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

ମଙ୍ଗଳବାର ରାତିଠାରୁ ମାଇକରେ ପ୍ରଚାର କରିବା ସହ ଖାଦ୍ୟ ପଦାର୍ଥ ଅସହାୟ ଲୋକଙ୍କୁ ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ମାଲକାନଗିରି ଜିଲ୍ଲାକୁ ଏକ ଓଡ୍ରାଫ ଟିମ ଆସିଥିବା ନେଇ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.