ETV Bharat / state

ଲାଲଗଡରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଅଞ୍ଚଳବାସୀ ବଖାଣିଲେ ବର୍ଷ-ବର୍ଷର ଦୁଃଖ - ମାଓ ଅଞ୍ଚଳରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ

ସ୍ୱାଭିମାନ ଅଞ୍ଚଳର ଅତି ମାଓ ପ୍ରବଣ ଗାଁ କୁହାଯାଉଥିବା ଜୋଡାଆମ୍ବ ଗାଁରେ ପହଁଚିଲେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ପହଞ୍ଚିବା ପରେ ବୁଝିଲେ ଲୋକଙ୍କ ମୌଳିକ ଅସୁବିଧା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲାଲଗଡରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ
ଲାଲଗଡରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ
author img

By

Published : Oct 8, 2020, 6:34 PM IST

Updated : Oct 8, 2020, 9:28 PM IST

ମାଲକାନଗିରି : ଲାଲଗଡରେ ମାଲକାନଗିରି ଜିଲ୍ଲାପାଳ । ପ୍ରଥମଥର କରି ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଲା ପୁରା ଜିଲ୍ଲା ପ୍ରଶାସନ । ସ୍ବାଭିମାନ ଅଞ୍ଚଳର ଅତି ମାଓ ପ୍ରବଣ ଜୋଡାମ୍ବ ଠାରେ ଗୁରୁବାର ହଠାତ ଜିଲ୍ଲାପ୍ରଶାସନର ସୁଅ ଛୁଟିଥିଲା । ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଯନ୍ତୁରାଇ ଗାଁରୁ ମୋଟର ସାଇକଲ ଯୋଗେ ଜୋଡାମ୍ବ ପଞ୍ଚାୟତରେ ପହଞ୍ଚିଥିଲେ, ସେଠାରେ ଲୋକଙ୍କ ସୁଖଦୁଃଖ ବୁଝି ଥିଲେ । ପ୍ରଥମଥର କରି ଜିଲ୍ଲାପାଳ ଓ ଏସପିଙ୍କ ସମେତ ପୁରା ଜିଲ୍ଲା ପ୍ରଶାସନକୁ ଦେଖି, ସ୍ବାଭିମାନ ଅଞ୍ଚଳବାସୀ ନିଜ ବର୍ଷ ବର୍ଷର ଦୁଃଖ କଷ୍ଟ ବଖାଣି ଥିଲେ ।

ଲାଲଗଡରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ

ଯେଉଁଠି ପାଦେ ପାଦେ ରହିଛି ବିସ୍ଫୋରଣର ଭୟ । ତଥାପି ନିଜ ଜୀବନକୁ ବାଜି ଲଗାଇ ଲାଲଗଡରେ ପହଁଚିଥିଲେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ଏସପି ରିଶିକେଷ କିଲ୍ଲାରୀ ଓ ପୁରା ସରକାରୀ କଳ । ସ୍ବାଧୀନତାର ସାତ ଦଶକ ଧରି ଭିନ୍ନ କୌଣସି ଗ୍ରହରେ ରହୁଥିବା ମନେ କରୁଥିବା ସ୍ବାଭିମାନ ଅଞ୍ଚଳବାସୀ ଏବେ ନିଜକୁ ଓଡିଶା କିମ୍ବା ମାଲକାନଗିରି ଜିଲ୍ଲାର ଅଂଶ ବିଶେଷ ବୋଲି ମନେ କରୁଛନ୍ତି ।

ଲାଲ ଗଡରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ
ଲାଲ ଗଡରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ

ପୁର୍ବରୁ ୨୦୧୧ ମସିହାରେ ଜିଲ୍ଲାପାଳ ଆର. ଭିନିଲ କ୍ରୀଷ୍ଣା ଅଞ୍ଚଳକୁ ଯାଇ ମାଓବାଦୀଙ୍କ ଦ୍ବାରା ଅପହରଣ ହୋଇଥିଲେ । ଆଉ ସେହି ଦିନ ପରଠାରୁ ବିଚ୍ଛିନ୍ନାଞ୍ଚଳରେ କୌଣସି ସରକାରୀ ବାବୁଙ୍କ ପାଦ ପଡୁନଥିଲା । ତେବେ ଗତ ଜୁଲାଇ ୨୦୧୮ ରେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଆସ୍ତେ ଆସ୍ତେ ଲାଲଗଡକୁ ଭେଦ କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ । ଗତ ୨୬ ଜାନୁଆରୀ ଜନ୍ତୁରାଇ ଠାରେ ମାଓବାଦୀଙ୍କୁ ଗ୍ରାମବାସୀ ପିଟିପିଟି ହତ୍ଯା କରିବା ଘଟଣା ପରେ ଜୋଡାମ୍ବ ଯାଏଁ ପହଁଚିବାରେ ସଫଳ ହୋଇଛି ପ୍ରଶାସନ ।

ସ୍ବାଭିମାନ ଅଞ୍ଚଳର ପାହାଡ ଚିରି ରାସ୍ତା ନିର୍ମାଣ ପରେ ପ୍ରଥମ ଥର କରି ଜିଲ୍ଲାପାଳ ଓ ଏସପି ପହଁଚି ସମସ୍ତ ସମସ୍ୟାର ସମାଧାନ ଓ ଅଞ୍ଚଳବାସୀଙ୍କ ସୁରକ୍ଷା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ସ୍ବାଭିମାନ ଅଞ୍ଚଳର ଅଣ୍ଡ୍ରାପାଲି, ପଣସପୁଟ ଓ ଯନ୍ତ୍ରୀ ପଞ୍ଚାୟତରେ ଏବେ ବି ପ୍ରଶାସନ ପହଁଚି ପାରିନାହିଁ । ତେବେ ଆଗାମୀ ଦିନରେ ସରକାରୀ କଳ ସେମାନଙ୍କ ନିକଟରେ ପହଁଚିବା ନେଇ ଆଶା ବାନ୍ଧିଛନ୍ତି ୩ ପଞ୍ଚାୟତର ଲୋକେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Oct 8, 2020, 9:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.