ETV Bharat / state

୪ଜଣ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ - ମାଲକାନଗିରି ବିଡିଓ

ମାଲକାନଗିରିର ୪ଜଣ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ବିଡିଓ । ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମରେ ଅବହେଳା କରୁଥିବା ନେଇ ନୋଟିସରେ ଦର୍ଶାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 25, 2023, 10:39 PM IST

ମାଲକାନଗିରି: ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସରକାରୀ ଅଧିକାରୀ କୈଫତ ତଲବ କରିବା ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ପଞ୍ଚାୟତର ବିଭିନ୍ନ ଯୋଜନାର ହୋଇଥିବା ଉନ୍ନୟନ କାର୍ଯ୍ୟରେ ସହଯୋଗ ନକରିବା, ଯନ୍ତ୍ରୀମାନଙ୍କୁ ଅପମାନିତ କରିବା ସହ ମିଥ୍ୟା ବିଲ୍‌ କରିବା ପାଇଁ ଚାପ ପକାଇବା ଘଟଣାକୁ ନେଇ ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ ଏହି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ ମାଲକାନଗିରି ବ୍ଲକ ଅନ୍ତର୍ଗତ ମାର୍କାପାଲ୍ଲୀ ପଞ୍ଚାୟତର ସରପଞ୍ଚ ସୁନନ୍ଦା ଗଡେଲି, ବୀରଲକ୍ଷ୍ମଣପୁର ପଞ୍ଚାୟତର ସରପଞ୍ଚ ନିଳକଣ୍ଠ ଝୋଲା, ସିନ୍ଧିମାଳ ପଞ୍ଚାୟତର ସରପଞ୍ଚ ଘାସି ନାୟକ ଓ ଗଙ୍ଗଲା ପଞ୍ଚାୟତର ସରପଞ୍ଚ ସୁଦର୍ଶନ କପେଙ୍କୁ ପଞ୍ଚାୟତର ବିଭିନ୍ନ ଯୋଜନାର ହୋଇଥିବା ଉନ୍ନୟନ କାର୍ଯ୍ୟରେ ସହଯୋଗ ନକରିବା, ଯନ୍ତ୍ରୀମାନଙ୍କୁ ଅପମାନିତ କରିବା ସହ ମିଥ୍ୟା ବିଲ୍‌ କରିବା ପାଇଁ ଚାପ ପକାଇବା ଘଟଣାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ବିଡିଓଙ୍କ ନୋଟିସରେ ୨୦୨୨-୨୩ ଆର୍ଥିକବର୍ଷରେ ସମ୍ପୃକ୍ତ ପଞ୍ଚାୟତ ଗୁଡିକରେ MGNREGA ଯୋଜନାରେ ଦିଆଯାଇଥିବା ଧାର୍ଯ୍ୟ ସମୟ ଦିବସରେ ଆଖି ଦୃଶିଆ ସଫଳତା ପରିଲକ୍ଷିତ ହୋଇପାରିନାହିଁ ।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଚଳିତ ମାସ ଶେଷ ସୁଦ୍ଧା ହେବାକୁ ଥିବା ଶ୍ରମ ଦିବସ ପୁରଣଠାରୁ ବହୁ ଦୂରରେ ଅଛି । ୧୫ତମ କେନ୍ଦ୍ରୀୟ ଅନୁଦାନରେ ସମ୍ପାଦନ ହେବାକୁ ଥିବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ପ୍ରକଳ୍ପ ମାନ ଶେଷ ନହୋଇ ଅନେକ ପରିମାଣର ଅର୍ଥ ଖର୍ଚ୍ଚ ନହୋଇ ପଞ୍ଚାୟତରେ ଜମା ଅଛି । ଅମୃତ ସରୋବର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଧାର୍ଯ୍ୟ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଅସହଯୋଗ କରୁଥିବାରୁ ତାହା ସମ୍ପନ୍ନ ହୋଇପାରୁ ନଥିବା ଉପରିସ୍ଥ ଅଧିକାରୀଙ୍କ ସମୀକ୍ଷା ବୈଠକରେ ପଞ୍ଚାୟତ ସମିତି ଅପମାନିତ ହେବାକୁ ପଡୁଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ କୌଣସି କାର୍ଯ୍ୟ ସମ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ କଲେ ତାହାକୁ ପ୍ରତିବାଦ କରୁଛନ୍ତି ।

ଏହା ବି ପଢନ୍ତୁ- ଖତ ଖାଉଛି ଅଳିଆ ବୁହା ଗାଡି, 19ଟି ୱାର୍ଡରୁ ଉଠିପାରୁନି ଅଳିଆ

ଫଳରେ ଗ୍ରାମପଞ୍ଚାୟତରେ ସଫଳତାର ସହ କାର୍ଯ୍ୟ କରାଇ ପାରୁନାହାନ୍ତି ଅଧିକାରୀ । ଯେହେତୁ ସରପଞ୍ଚ ନିର୍ବାଚିତ ଜନ ପ୍ରତିନିଧି, ତେଣୁ ଜନତାମାନଙ୍କୁ ପ୍ରଭାବିତ କରି ସରକାର ଯୋଜନାକୁ ଜନ ସହଯୋଗରେ ପଞ୍ଚାୟତର ସଫଳତାର ସହ କାର୍ଯ୍ୟ କରାଇ ପାରୁନାହାନ୍ତି। ଏହା ଏକ ଦୁଃଖ ଓ ପରିତାପର ବିଷୟ । ସରପଞ୍ଚ ହିସାବରେ ପଞ୍ଚାୟତରେ ସରକାରଙ୍କ ଯୋଜନାକୁ ସଫଳତାର କାର୍ଯ୍ୟକାରୀ କରିବାରେ ସରପଞ୍ଚଙ୍କ ପ୍ରମୁଖ ଭୂମିକା ରହିଥିଲେ ମଧ୍ୟ ତାହାକୁ ସରପଞ୍ଚ ନିଜ ଦକ୍ଷତାର ଅପ ବ୍ୟବହାର କରି ତାହାର ସୁଫଳ ରୁପାୟନ କରିବାରେ ବାଧା ସୃଷ୍ଟି କରୁଛନ୍ତି ।

ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ (ସଂଶୋଦନ ୨୦୧୬) ର ଧାରା ୧୯ ନିୟମ ୧.୨ (କ) ୨(ଖ) ୨ (ଗ) ୨ (ଘ) ୨ (ଙ) ୨ (ଚ) ୨ (ଛ) ୨ (ଜ) ପ୍ରକାରେ ସରପଞ୍ଚ ନିଜର କାର୍ଯ୍ୟ ସଠିକ ଭାବେ ସମ୍ପାଦନ କରି ପାରୁ ନଥିବା ପରିଲକ୍ଷିତ ହୋଇଛି। ଏଣୁ କାହିଁକି ସରପଞ୍ଚଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରା ନଯିବ ତାହାର ଉତ୍ତର ତିନିଦିନ ମଧ୍ୟରେ ଦେବାପାଇଁ କୈଫତରେ ଉଲ୍ଲେଖ ରହିଛି । ତେବେ ବିଡିଓ, ମାଲକାନଗିରିର ଏହି ୪ଟି ପଞ୍ଚାୟତର ସରପଞ୍ଚଙ୍କୁ କୈଫତ ସମ୍ବନ୍ଧରେ ସିନ୍ଧିମାଳ ସରପଞ୍ଚ ଘାସି ନାୟକ ପ୍ରକାଶ କରିଛନ୍ତି ଯେ, ସରପଞ୍ଚ ହିସାବରେ ତାଙ୍କର ଦାୟିତ୍ବ ତୁଲାଉଛନ୍ତି ।

କିନ୍ତୁ ବିଡିଓ ଜନତାଙ୍କ ଉନ୍ନତି ପାଇଁ ସରପଞ୍ଚମାନଙ୍କୁ ସହଯୋଗ କରୁନଥିବାରୁ ମାଲକାନଗିରି ପଞ୍ଚାୟତ ସମିତିରେ ୫୦ରୁ ଊର୍ଦ୍ଧ୍ଵ ଗ୍ରାମର ଜନସାଧାରଣ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏ ସମ୍ବନ୍ଧରେ ବିଡିଓଙ୍କ ସହ ଯୋଗାଯୋଗ କରାଯିବା ପରେ ବିଡିଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ କାହା ଉପରେ ରାଗ ରଖି ଏଭଳି କାମ କରିନାହାନ୍ତି ବରଂ ବ୍ଲକର ଉନ୍ନୟନମୂଳକ କାମରେ ସରପଞ୍ଚମାନେ ସହଯୋଗ କରୁନଥିବା ସେ କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.