ETV Bharat / state

ମାଣ୍ଡିଆଭଟ୍ଟା ମଣ୍ଡପରେ ପୂଜା ପାଉଛନ୍ତି ବଡଯାତ୍ରା ବଡ ଠାକୁର - ମାଣ୍ଡିଆଭଟ୍ଟା ମଣ୍ଡପରେ ବଡ ଠାକୁର

ମାଣ୍ଡିଆଭଟ୍ଟାରେ ଆଜି ଦିନ ସାରା ଭକ୍ତ ଦର୍ଶନ ଓ ପୂଜା ପାଇବେ ବଡଯାତ୍ରା ବଡ ଠାକୁର । ମାଣ୍ଡିଆଭଟ୍ଟାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଆୟୋଜନ କରାଯାଇଛି। ଅଧିକ ପଢନ୍ତୁ...

ଆଜି ମାଣ୍ଡିଆଭଟ୍ଟା ମଣ୍ଡପରେ ପୂଜା ପାଉଛନ୍ତି ବଡଯାତ୍ରା ବଡ ଠାକୁର

author img

By

Published : Mar 28, 2021, 9:50 AM IST

Updated : Mar 28, 2021, 10:50 AM IST

ମାଲକାନଗିରି: ଉତ୍ସବ ମୁଖର ମାଲକାନଗିରି ସହର । ମାର୍ଚ୍ଚ 2 ତାରିଖରୁ ଚାଲି ଆସୁଥିବା ବଡ ଯାତ୍ରା ବଡ ଠାକୁର ଶ୍ରୀ ଶ୍ରୀ ଶ୍ରୀ କାନମରାଜ, ପୋତରାଜ, ବାଲରାଜ ଓ ମା ମୁତ୍ୟାଲୁମ୍ମା ଶନିବାର ସକାଳେ ଏସପି ଅଫିସ ସାମନାରେ ଥିବା କନ୍ୟାମାଝୀ ବନ୍ଧ ନିକଟରେ ପହଞ୍ଚିଥିଲା । କନ୍ୟାମାଝୀ ବନ୍ଧ ନିକଟରେ ପହଞ୍ଚିବା ପରେ ବଡ ଯାତ୍ରା ପାଟ ପୂଜାରୀ, ପୂଜା କମିଟିର ସଭାପତି ଓ ଅନ୍ୟାନ୍ୟ ଅଧିକାରୀ ରାଜ ଭୋଗ ଲଗାଇବା ପରେ ଆରମ୍ଭ ହୋଇଛି ଭକ୍ତ ଦର୍ଶନ।

ଦିନ ତମାମ କନ୍ୟାମାଝୀ ବନ୍ଧ ନିକଟରେ ଭକ୍ତ ଦର୍ଶନ କରିବା ପରେ ସନ୍ଧ୍ୟା ସମୟରେ ବଡ ଯାତ୍ରା ଠାକୁରଙ୍କ ବିମାନକୁ ବିରାଟ ଶୋଭାଯାତ୍ରାରେ କନ୍ୟାମାଝୀ ବନ୍ଧରୁ ମାଣ୍ଡିଆଭଟ୍ଟା ମଣ୍ଡପ ନିକଟକୁ ନିଆଯାଇ ରାତ୍ର ରହଣି ବ୍ୟବସ୍ଥା କରାଯାଇଥିଲା।

ମାଣ୍ଡିଆଭଟ୍ଟା ମଣ୍ଡପରେ ପୂଜା ପାଉଛନ୍ତି ବଡଯାତ୍ରା ବଡ ଠାକୁର

ମାଣ୍ଡିଆଭଟ୍ଟାରେ ଆଜି ଦିନ ସାରା ଭକ୍ତ ଦର୍ଶନ ଓ ପୂଜା ପାଇବେ ବଡଠାକୁର । ମାଣ୍ଡିଆଭଟ୍ଟାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଆୟୋଜନ କରାଯାଇଛି। ସବୁ ଲୋକ ମାନେ କିଭଳି ମାସ୍କ ପିନ୍ଧିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି।

ପୂଜା ପାଇବା ପରେ ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମ ଦେବୀଙ୍କ ଲାଠି ଓ ବଡ ଠାକୁର ଆଜି ସନ୍ଧ୍ୟାରେ ବିରାଟ ଶୋଭାଯାତ୍ରାରେ ମାଉଳୀ ମା'ଙ୍କ ମନ୍ଦିରକୁ ଯିବେ ଓ ସେଠାରେ ରାତ୍ର ରହଣି ବ୍ୟବସ୍ଥା କରାଯାଇଛି । ଆସନ୍ତା ସୋମବାର ଦିନ ଠାକୁର ଦିନ ସାରା ମାଉଳି ମାଁଙ୍କ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେବେ। ମଙ୍ଗଳବାର ଦିନ ଯାତ୍ରା ଶେଷ ରାତ୍ର ଅନ୍ନଭୋଗ ଠାକୁର ପାଇବେ ପରେ ବୁଧବାର ଦିନ ସକାଳୁ ଠାକୁରଙ୍କୁ ବିଦାୟ ଦେବା କାର୍ଯ୍ୟକ୍ରମ ରହିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Mar 28, 2021, 10:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.