ETV Bharat / state

ମାଲକାନଗିରି ଇତିହାସରେ ପ୍ରଥମ: ଦମ୍ଭ ଦେଖାଇଲେ ଗ୍ରାମବାସୀ, ସୁରକ୍ଷା ଦେଉଛି ପୋଲିସ - ଆଦିବାସୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଆଦିବାସୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସେଠାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ହେଲେ ଏହି ପରିସ୍ଥିତିରେ କିଭଳି ରହିଥିଲା ସେଠାକାର ଚିତ୍ର ସେନେଇ ସ୍ଥିତି ପରଖିଥିଲା ଇଟିଭି ଭାରତ...

ଆଦିବାସୀଙ୍କ ପଛରେ ଛିଡା ହେଲା ମାଲକାନଗିରି ପ୍ରଶାସନ
ଆଦିବାସୀଙ୍କ ପଛରେ ଛିଡା ହେଲା ମାଲକାନଗିରି ପ୍ରଶାସନ
author img

By

Published : Jan 27, 2020, 11:27 PM IST

Updated : Jan 28, 2020, 10:11 AM IST

ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଆଦିବାସୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସେଠାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ନକ୍ସଲ ମାନେ ନିଆଁ ଲଗାଇ ଆଦିବାସୀଙ୍କ ଘର ଦ୍ବାର ଓ ମୋଟର ସାଇକେଲ ଜାଳି ଦେବା ପରେ ଲୋକଙ୍କୁ ଏବେ ସୁରକ୍ଷା ଦେଉଛି ପୋଲିସ । ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳରେ ପହଞ୍ଚି ଘର ନଷ୍ଟ ହୋଇଥିବା ଲୋକଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ଯୁଦ୍ଧ କାଳିନ ଭିତ୍ତିରେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଏହି ସମୟରେ ଗ୍ରାଉଣ୍ଡରେ ପହଞ୍ଚିଥିଲା ଆମ ଟିମ ।

ମାଲକାନଗିରି ଇତିହାସରେ ପ୍ରଥମ: ଦମ୍ଭ ଦେଖାଇଲେ ଗ୍ରାମବାସୀ

ମାଲକାନଗିରି ଇତିହାସରେ ପ୍ରଥମ । ମାଓବାଦୀଙ୍କୁ ସ୍ବାଭିମାନ ଅଞ୍ଚଳବାସୀଙ୍କ କଡା ଜବାବ। ଘର ଭିତରେ ଲୁଚି ନବସି, ମାଓବାଦୀଙ୍କ ନାଲିଆଖିକୁ ବେଖାତିର କରି, ରବିବାର ଲାଲବାହିନୀଙ୍କୁ ପାନେ ଦେଇଥିଲେ ଆଦିବାସୀ । ଯାହା ଫଳରେ ଜଣେ ହାର୍ଡକୋର ନକ୍ସଲ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣକୁ କାବୁ କରି ପୋଲିସରେ ଜିମା ଦେଇଥିଲେ ଗାଁ ଲୋକେ । ଘଟଣା ପରେ ଗତକାଲି ଯୋଡାମ୍ବ ଗାଁରେ ମାଓବାଦୀ ମାନେ ବ୍ୟାପକ ପୋଡାଜଳା କରିଥିଲେ । ସେପଟେ କ୍ଷତିଗ୍ରସ୍ତଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରିଲିଫ କ୍ୟାମ୍ପରେ ଲୋକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଦିଆଯାଉଛି । ଯେବେ ଯାଏଁ ପରିସ୍ଥିତି ନିୟନ୍ତ୍ରଣ ନ ହୋଇଛି ସେତେ ଦିନ କ୍ଷତିଗ୍ରସ୍ତ ରିଲିଫ କ୍ୟାମ୍ପରେ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୋଲିସ ଛାଉଣିରେ ସମଗ୍ର ସ୍ବାଭିମାନ ଅଞ୍ଚଳ । ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ବିଏସଏଫ , ଏସଓଜି ଓ ଡିଭିଏଫ ମିଳିତ କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରୁଥିବା ଲାଲବାହିନୀକୁ କଡା ଜବାବ୍ ଦେବା ପାଇଁ ସ୍ବାଭିମାନ ଅଞ୍ଚଳରେ ଅଣ୍ଟା ଭିଡିଛନ୍ତି ଯବାନ । ଦୀର୍ଘ ୬ ଦଶନ୍ଧି ପରେ ଏଭଳି କିଛି ଅଲଗା ଚିତ୍ର ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ।

ଡରକୁ ଦେଖି ଅନ୍ଧାର ମୂଲକରେ ଜିଉଁଥିବା ବିଚ୍ଛିନ୍ନାଞ୍ଚଳର ନିରୀହ ଆଦିବାସୀ, ଅଞ୍ଚଳର ବିକାଶ ପାଇଁ ମାଓବାଦୀଙ୍କୁ ଘୋର ବିରୋଧ ସମୟରେ ମାଓ ଆକ୍ରୋଶର ଶିକାର ହୋଇଛନ୍ତି ସତ ହେଲେ ଭାଙ୍ଗିନି ଦମ୍ଭ । ଆଉ ଏଭଳି ପରିସ୍ଥିତିରେ ଆଦିବାସିଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛି ଜିଲ୍ଲା ପ୍ରଶାସନ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଆଦିବାସି ଜନତା ଓ ମାଓବାଦିଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସେଠାରେ ପରିସ୍ତିତି ଉତ୍ତେଜନା ରହିଛି । ନକ୍ସଲ ମାନେ ନିଆଁ ଲଗାଇ ଆଦିବାସି ଲୋକଙ୍କ ଘର ଦ୍ବାର ଓ ମୋଟର ସାଇକେଲ ଜାଳି ଦେବା ପରେ ଲୋକଙ୍କୁ ଏବେ ସୁରକ୍ଷା ଦେଉଛି ପୋଲିସ । ଜିଲ୍ଲାପାଳ ଓ ଏସ.ପି. ଘଟଣା ସ୍ଥଳରେ ପହଞ୍ଚି ଘର ନଷ୍ଟ ହୋଇଥିବା ଲୋକଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ଯୁଦ୍ଧ କାଳିନ ଭିତ୍ତିରେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଜିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିକାଶ ମୁଳକ କାର୍ଯ୍ୟକୁ ତ୍ବରାନ୍ନିତ କରିବା ଲାଗି ସ୍ବାଭିମାନ ଅଞ୍ଚଳରେ ଅଧିକା ଜବାନ ମୁତୟନ କରାଯାଇଥିବା ବେଳେ ଗ୍ରାଉଣ୍ଡରେ ପହଞ୍ଚି ଏହାର ବାସ୍ତବ ସ୍ଥିତି ପରୋଖି ଥିଲା ଇଟିଭି ଭାରତ…………….. Body:ଭି.ଓ.୧ - ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କୁ ଲାଗିଲା ଶକ୍ତ ଝୋଟକା । ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଆଦିବାସି ଜନତା ଓ ମାଓବାଦି ମୁହା ମୁହି ହେବା ଳଫରେ ଗତ ୨୫ ତାରିଖ ରାତିରେ ଜଣେ ହାର୍ଡକୋର ନକ୍ସଲ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣକୁ କାବୁ କରି ପୋଲିସ ପାଖରେ ହସ୍ତାନ୍ତର କରିଥିଲେ ଗ୍ରାମବାସି । ଘଟଣା ପରେ ଗତକାଲି ଜୋଡାମ୍ବ ଗାଁରେ ନକ୍ସଲ ବାହିନୀ ପହଞ୍ଚି ବ୍ୟାପକ ପୋଡାଜଳା କରିଥିଲେ । ନିଆଁ ଲଗାଇ ଲୋକଙ୍କ ଘର ଦ୍ବାର ଜାଳି ଦେବା ସହ ୮ଟି ମୋଟର ସାଇକଲକୁ ମଧ୍ୟ ପୋଡି ଦେଇଥିଲେ ମାଓବାଦୀ । ଜିବନ ଭୟରେ ଲୋକେ ଗାଁ ଛାଡିଥିବା ବେଳେ ଆଜି ସେମାନଙ୍କ ନିକଟରେ ପୋଲିସ ଓ ପ୍ରଶାସନ ପହଞ୍ଚି ସୁରକ୍ଷା ପ୍ରଦାନ କରିଛନ୍ତି ।

ବାଇଟ- ମାଓ ଆକ୍ରଶର ଶିକାର ହୋଇଥିବା ଆଦିବାସୀ
ବାଇଟ- ମାଓ ଆକ୍ରଶର ଶିକାର ହୋଇଥିବା ଆଦିବାସୀ

ଭି.ଓ.୨ - ସମଗ୍ର ସ୍ବାଭିମାନ ଅଞ୍ଚଳ ଏବେ ପୋଲିସ ଛାଉଣିରେ ପରିଣତ ହୋଇଯାଇଛି । ନକ୍ସଲ ପନ୍ଥିଙ୍କୁ ମୁଳପୋଛ କରିବା ଲାଗି ବି.ଏସ.ଏଫ ଜବାନଙ୍କ ସହ ଏସ.ଓ.ଜି ଓ ଡି.ଭି.ଏଫ ବାହିନିର ମିଳିତ କୁମ୍ବିଂ ଅପରେସନ ଆରମ୍ଭ ହୋଇଛି । ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ବିରୋଧ କରୁଥିବା ଲାଲ ବାହିନୀକୁ କଡା ଜବାବ୍ ଦେବା ଲାଗି ସ୍ବାଭିମାନ ଅଞ୍ଚଳରେ ଅଣ୍ଟା ଭିଡିଛନ୍ତି ଜବାନ । ଦିର୍ଘ ୬ ଦଶନ୍ଦି ପରେ ଏଭଳି କିଛି ଅଲଗା ଚିତ୍ର ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଜାନବାଇ ଠାରୁ ଜୋଡାମ୍ବ ପର୍ଯ୍ୟନ୍ତ ଦିର୍ଘ ୨୨ କିଲୋମିଟର ରାସ୍ତା କାମକୁ ତ୍ବରାନ୍ନିତ କରିଛି ମାଲକାନଗିରି ପୋଲିସ । ବି.ଏସ.ଏଫ ଜବାନଙ୍କ କଡା ସୁରକ୍ଷା ବଳୟ ମଧ୍ୟରେ ସେଠାରେ ରାସ୍ତା କାମ ଚାଲିଥିବା ବେଳେ ଜିଲ୍ଲାପାଳ ଓ ଏସ.ପି. ଘଟଣା ସ୍ଥଳରେ ପହଞ୍ଚି ଘର ନଷ୍ଟ ହୋଇଥିବା ଲୋକଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହା ସହ ରିଲିଫ କ୍ୟାମ୍ପରେ ଲୋକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଦିଆଯାଉଛି । ଯେତେ ଦିନ ପର୍ଯ୍ୟନ୍ତ ପରିସ୍ତିତି ନିୟନ୍ତ୍ରଣ ନହେଉଛି ସେତେ ଦିନ ଯାଏଁ କ୍ଷତିଗ୍ରସ୍ତ ଲୋକେ ରିଲିଫ କ୍ୟାମ୍ପରେ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ବାଇଟ – ରୁଷିକେଶ ଖିଲାରି, ମାଲକାନଗିରି ଏସପି, ଚଷମା ପିନ୍ଧିଛନ୍ତି

ବାଇଟ- ମନିଷ ଅଗ୍ରୱାଲ, ମାଲକାନଗିରି ଜିଲ୍ଲାପାଳ
Conclusion:ଫା.ଭି.ଓ – ଲାଲବାହିନୀ କାରଣରୁ ଅନ୍ଧାର ମୁଲକରେ ଜୀବନ ବିତାଉଥିବା ବିଛିନ୍ନାଞ୍ଚଳର ସାଧାରଣ ଆଦିବାସି ଏବେ ସ୍ବାଧିନତାର ୭୩ ବର୍ଷ ପରେ ନିଜ ଅଞ୍ଚଳର ବିକାଶ ଲାଗି ମାଓବାଦୀଙ୍କୁ ଘୋର ବିରୋଧ କରି ହୋଇଛନ୍ତି ମାଓ ଆକ୍ରଶର ଶିକାର । ଆଉ ଏଭଳି ପରିସ୍ଥିତିରେ ଆଦିବାସିଙ୍କୁ ସହାୟତା କରିବା ଲାଗି ଆଗେଇ ଆସିଛି ଜିଲ୍ଲା ପ୍ରଶାସନ ତେବେ ଆଗାମି ସମୟ ହିଁ କହିବ କଣ ହେବ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଭବିଷ୍ୟତ ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ.............
Last Updated : Jan 28, 2020, 10:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.