ETV Bharat / state

ବାଲିମେଳା ଜଳଭଣ୍ଡାର ଡଙ୍ଗା ବୁଡି ଘଟଣା: ତିନି ମୃତଦେହ ଉଦ୍ଧାର - ବାଲିମେଳା ଜଳଭଣ୍ଡାର ଡଙ୍ଗା ବୁଡି ଘଟଣାରେ ତିନି ମୃତଦେହ ଉଦ୍ଧାର

ମାଲକାନଗିରି ବାଲିମେଳା ଜଳଭଣ୍ଡାର ଡଙ୍ଗା ବୁଡି ଘଟଣାରେ ସୋମବାର ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଏନେଇ  ସୂଚନା ଦେଇଛନ୍ତି ମାଲକାନଗିରି ଜରୁରୀ କାଳୀନ ଅଧିକାରୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି
author img

By

Published : Sep 16, 2019, 11:04 PM IST

ମାଲକାନଗିରି: ମାଲକାନଗିରି ବାଲିମେଳା ଜଳଭଣ୍ଡାର ଡଙ୍ଗା ବୁଡି ଘଟଣାରେ ସୋମବାର ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜରୁରୀ କାଳୀନ ଅଧିକାରୀ ।


ଉଦ୍ଧାର ହୋଇଥିବା ମୃତ ତିନି ଜଣ ବ୍ୟକ୍ତି ହେଲେ ସନାଦେଇ ଗଲରି, ତାଙ୍କ ସ୍ବାମୀ ମଙ୍ଗଳା ଗଲରି ଏବଂ ତାଙ୍କ ଝିଅ ଦିପାଳି ଗଲରି ।

ପ୍ରକାଶ ଥାଉକି ଗତ ରବିବାର 4ଜଣ ଗ୍ରାମବାସୀ ନାକାମାମୁଡିରୁ ତୋଟାଗୁଡାକୁ ଏକ ଦେଶୀ ଡଙ୍ଗାରେ ଆସୁଥିବା ବେଳେ ବର୍ଷା ପବନରେ ଡଙ୍ଗାଟି ଆମ୍ବିଳୀବେଡା ଠାରେ ଓଲଟିଥିଲା । ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ଯାତ୍ରୀବାହି ଡଙ୍ଗା ବୁଡିଯାଇଥିଲା । ଏଥିରେ ତିନି ଜଣ ନିଖୋଜ ହୋଇଯାଇଥଲେ । ହେଲେ ଏଥରୁ ଅଳ୍ପକେ ବର୍ତ୍ତିଯାଇଥଲେ ଜଣେ ଯାତ୍ରୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ମାଲକାନଗିରି: ମାଲକାନଗିରି ବାଲିମେଳା ଜଳଭଣ୍ଡାର ଡଙ୍ଗା ବୁଡି ଘଟଣାରେ ସୋମବାର ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜରୁରୀ କାଳୀନ ଅଧିକାରୀ ।


ଉଦ୍ଧାର ହୋଇଥିବା ମୃତ ତିନି ଜଣ ବ୍ୟକ୍ତି ହେଲେ ସନାଦେଇ ଗଲରି, ତାଙ୍କ ସ୍ବାମୀ ମଙ୍ଗଳା ଗଲରି ଏବଂ ତାଙ୍କ ଝିଅ ଦିପାଳି ଗଲରି ।

ପ୍ରକାଶ ଥାଉକି ଗତ ରବିବାର 4ଜଣ ଗ୍ରାମବାସୀ ନାକାମାମୁଡିରୁ ତୋଟାଗୁଡାକୁ ଏକ ଦେଶୀ ଡଙ୍ଗାରେ ଆସୁଥିବା ବେଳେ ବର୍ଷା ପବନରେ ଡଙ୍ଗାଟି ଆମ୍ବିଳୀବେଡା ଠାରେ ଓଲଟିଥିଲା । ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ଯାତ୍ରୀବାହି ଡଙ୍ଗା ବୁଡିଯାଇଥିଲା । ଏଥିରେ ତିନି ଜଣ ନିଖୋଜ ହୋଇଯାଇଥଲେ । ହେଲେ ଏଥରୁ ଅଳ୍ପକେ ବର୍ତ୍ତିଯାଇଥଲେ ଜଣେ ଯାତ୍ରୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଆଜି ଦିନ ତମାମ ପୋଲିସ ଜନତାଙ୍କ ମଧ୍ୟରେ ଲାଗିଥିବା ଉତ୍ତେଜନାର ଘଟିଛି ଅନ୍ତ। ଏମିତିକି ପରିସ୍ତିତିକୁ ନିୟନ୍ତ୍ରଣ କରିବା ଲାଗି ବରିଷ୍ଟ ପୋଲିସ ଅଧିକାରୀଙ୍କ ସହ ନିଜେ ମାଲକାନଗିରି ଏସ.ପି. ଏସ.ଓ.ଜି ଜବାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଥିବା ହଜାର ହଜାର ଆଦିବାସୀ ଲୋକଙ୍କୁ ଶାନ୍ତ କରିଛନ୍ତି ।


Body:ଗତ ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଚିନ୍ନାଞ୍ଚଳର ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିନିଗୁଡା ଗ୍ରାମର ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତି ନିଜର ଦୁଇ ଝିଅଙ୍କୁ ସାଥିରେ ନେଇ ଯନ୍ତାପାଇ ସାପ୍ତାହିକ ହାଟକୁ ଯାଇଥିଲେ ବଜାରର କରିବା ଲାଗି । ହେଲେ ଦୁଇ ଜଣ ସାଦା ପୋଷାକ ଧାରି ବି.ଏସ.ଏଫ ଜବାନ ରାଜୁ ହନ୍ତାଳଙ୍କ ସହ କଥା ହେବା ଲାଗି କିଛି ଦୁରକୁ ଡାକି ନେଇଥିଲେ । ଏହା ପର ଠାରୁ ନିଖୋଜ ଥିଲେ ରାଜୁ ହନ୍ତାଳ । ପରିବାର ଲୋକେ ହାଟ ବଜାର ସବୁଠି ଖୋଜିବା ପରେ ମଧ୍ୟ ରାଜୁଙ୍କ କୌଣସି ପତ୍ତା ମିଳିନଥିଲା । ପରେ ଗତକାଲି ଯନ୍ତାପାଇ ଅଙ୍ଗନବାଡି କେନ୍ଦ୍ର ଭିତରେ ମିଳିଥିଲା ରାଜୁଙ୍କ ମୃତ ଦେହ । ରାଜୁଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ ବି.ଏସ.ଏଫ ଜବାନ ମାନେ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଶବ ବ୍ୟାବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଆଜି ହସ୍ତାନ୍ତର କରିବା ସମୟରେ ମୃତ ଦେହ ନନେଇ ପରିବାର ଲୋକଙ୍କ ସହ ବିଛିନ୍ନାଞ୍ଚଳର ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ଦୋଷୀ ଜବାନଙ୍କ ଗିରଫ ଦାବିରେ ପାପରମେଟଲା ଥାନାରେ ଆନ୍ଦୋଳନ କରିବା ସମୟରେ ଏହା ଉଗ୍ରରୂପ ନେଇ ପରିସ୍ଥିତି ଗମ୍ଭୀର ହୋଇ ଥିଲା ଏମିତିକି ଆଦିବାସୀ ଲୋକେ ଓ ପୋଲିସ କର୍ମଚାରୀ ଆମନା ସାମ୍ନା ହେବା ସହ ଲୋକଙ୍କ ଆକ୍ରମଣରେ ପାପରମେଟଲା ଥାନାର ଦୁଇ ଜଣ କନେଷ୍ଟବଳ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲେ ଓ ପୋଲିସ ଗାଡି ଉପରେ ମଧ୍ୟ ଉତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ । ପରିସ୍ତିତିକୁ ନିୟନ୍ତ୍ରଣ କରିବା ଲାଗି ନିଜେ ମାଲକାନଗିରି ଏସ.ପି. ଏସ.ଓ.ଜି ଜବାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ନିରପେକ୍ଷ ତଦନ୍ତ କରିବା ସହ ଦୋସୀଙ୍କୁ ଉପଯୁକ୍ତ ଶାସ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଲୋକେ ମୃତ ଶରୀରକୁ ନେଇ ପରିସ୍ଥିତି ଶାନ୍ତ ହୋଇଛି । ଆଜିର ଘଟଣା ରେ ମୋଟ 2ଜଣ ପୋଲିସ କର୍ମଚାରୀ ଆହତ ହେବା ସହ ଗୋଟିଏ ଗାଡି ଭଙ୍ଗାରୁଜା ହୋଇଥିଲା।


Conclusion:ଦୀର୍ଘ ବର୍ଷ ଧରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ନିଜ କବଜାରେ ରଖିଛନ୍ତି ଲାଲ୍ ବାହିନି । ହେଲେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା ଦୁଇ ପାଦ ଆଗକୁ ଯାଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁ ଥିବା ପୋଲିସ କିନ୍ତୁ ଆଜିର ଏହି ଘଟଣା ପରେ ପୁଣି ଥରେ ଲୋକଙ୍କ ବିଶ୍ବାସ ହରାଇ ଥିବା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି ।

ମାଲକାନଗିରି ରୁ ଜୟନ୍ତ ତିଆଡ଼ି ଇଟିଭି ଭାରତ.........

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.