ETV Bharat / state

ବିଷ ପିଇ ମା'ଛୁଆ ଆତ୍ମହତ୍ୟା ଘଟଣା, ପରିବାରକୁ ଭେଟିଲେ ଜିଲ୍ଲାପାଳ - inspection

ମାଲକାନଗିରି ବିଷ ପିଇ ମା'ଛୁଆ ଆତ୍ମହତ୍ୟା ଘଟଣା । ବୁଧବାର ଗୁରୁତର ପିଲାଙ୍କୁ ଭେଟିଛନ୍ତି ମାଲକାନଗିରି ଜିଲ୍ଲାପାଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jul 3, 2019, 2:14 PM IST

ମାଲକାନଗିରି: ଦାରିଦ୍ରତା କାରଣରୁ ମା'ଛୁଆ ଆତ୍ମହତ୍ୟା ଘଟଣା । ଆତ୍ମହତ୍ୟା କରିଥିବା ସୀତା ମାଡକାମଙ୍କ ପରିବାରଙ୍କୁ ବୁଧବାର ସାକ୍ଷାତ କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ଏହା ପୂର୍ବରୁ ମାଲକାନଗିରି ବିଡିଓ ଗୋରେଇଗୁଡ଼ା ଗାଁକୁ ଯାଇ ଘଟଣାର ତଦନ୍ତ କରିଥିଲେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇ ଦୁଇ ଗୁରୁତର ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଜିଲ୍ଲାପାଳ । ସରକାରଙ୍କ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ରେଡ କ୍ରସ ତରଫରୁ ୧୦ ହଜାର ଟଙ୍କା ଦିଆଯାଇଛି । ଏଥିସହ ଅନାଥ ପିଲାଙ୍କ ଲାଗି ମାସିକ ୨ ହଜାର ଟଙ୍କା ଆର୍ଥିକ ସହାୟତା, ବୁଢା ଜେଜ ବାପାଙ୍କ ଲାଗି ଭତ୍ତା ଓ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଏମାନଙ୍କୁ ସାମିଲ କରାଯାଇ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ତେବେ ଗତ ଜୁନ 30ରେ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର ଗୋରେଇଗୁଡା ଗାଁର ସୀତା ମାଡକାମି ନିଜର ଦୁଇ ସନ୍ତାନଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ଅଭାବ ଅନଟନ ସହି ନ ପାରି ନିଜେ ଓ ନିଜ ଦୁଇ ପିଲାଙ୍କୁ ବିଷ ପିଆଇଥିଲେ । ଯେଉଁଥିରେ ସୀତା ମାଡକାମିଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଦୁଇ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଯାହା ସାରା ରାଜ୍ୟରେ ଆଲୋଡନର ବିଷୟ ପାଲଟିଥିଲା ।

ଏହି ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧି ଦଳ ସରକାରଙ୍କୁ ଘେରିଥିବାବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Intro: ଦାରିଦ୍ରା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଆତ୍ମ ହତ୍ୟା କରିଥିବା ସିତା ମାଡକାମିଙ୍କ ପରିବାରକୁ ଆଜି ସାକ୍ଷାତ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ୍ । Body:Body: ଗତ ୩୦ ତାରିଖ ଦିନ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର ଗୋରେଇଗୁଡା ଗ୍ରାମର ସିତା ମାଡକାମି ନିଜର ଦୁଇ ସନ୍ତାନଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଆତ୍ମ ହତ୍ୟା କରିଥିଲେ । ଦାରିଦ୍ରତା ଯୋଗୁଁ ସିତା ମାଡକାମି ଆତ୍ମ ହତ୍ୟା କରିଥିବା ଘଟଣା ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ବିଧାନ ସଭାରେ ସରକାରଙ୍କୁ ବିରୋଧି ଦଳ ଘେରିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବାଚଷ୍ପତି । ଗତ ୧ ତାରିଖ ଦିନ ମାଲକାନଗିରି ବିଡିଓ ଗୋରେଇଗୁଡା ଗାଁକୁ ଯାଇ ଘଟଣାର ତଦନ୍ତ କରିଥିବା ବେଳେ ଆଜି ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇ ଦୁଇ ଗୁରୁତର ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ତା ପଚାରି ବୁଝିଥିଲେ ଜିଲ୍ଲାପାଳ । ସରକାରଙ୍କ ନିୟମ ଅନୁଯାଇ ମୃତକଙ୍କ ପରିବାରକୁ ରେଡ କ୍ରସ ତରଫରୁ ୧୦ ହଜାର ଟଙ୍କା ଦିଆ ଯାଇଥିବା ବେଳେ, ଅନାଥ ପିଲାଙ୍କ ଲାଗି ମାସିକ ୨ ହଜାର ଟଙ୍କା ଆର୍ଥିକ ସହାୟତା, ବୁଢା ଜେଜ ବାପାଙ୍କ ଲାଗି ଭତ୍ତା ଓ ଜାତିୟ ପରିବାର କଲ୍ୟାଣ ଯୋଜନାରେ ଏମାନଙ୍କୁ ସାମିଲ କରାଯାଇ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।Conclusion:ବାଇଟ: ମନିଷ ଅଗ୍ରୱାଲ, ମାଲକାନଗିରି ଜିଲ୍ଲାପାଳ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.