ମାଲକାନଗିରି: ଜିଲ୍ଲା କୁଡୁମୁଲଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ମହିଳାଙ୍କୁ ପ୍ରସବ ନକରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମାଲକାନଗିରି ସିଡିଏମଓ । ଗତ 26 ତାରିଖ ଦିନ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ HIV POSITIVE ଥିବା ଜଣେ ପ୍ରସୂତି ମହିଳାଙ୍କର ପ୍ରସବକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା । ତେବେ ତଦନ୍ତ ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଲକାନଗିରିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦ ।
କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଏବଂ ଷ୍ଟାଫନର୍ସଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିକରି ଆମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସତ୍ୟାସତ୍ୟ ଜାଣିବା ପାଇଁ ପାଇଥିଲୁ ଯେ, ଘଟଣାଟି କିଛି ଏଭଳି ଥିଲା, ଗତ 25 ତାରିଖ ସଂଧ୍ୟା 6ଟା ସମୟରେ ପର୍କନମାଳା ଗ୍ରାମର ଆଶାକର୍ମୀ ଜଣେ ପ୍ରସୂତି ମହିଳାଙ୍କୁ କକୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଥିବା ଷ୍ଟାଫନର୍ସ ଓ ଡାକ୍ତର ପ୍ରସୂତି ମହିଳାଙ୍କୁ ସମସ୍ତ ପ୍ରକାର ଚିକିତ୍ସା କରିବା ସହ ପ୍ରସବ ପାଇଁ ହସପିଟାଲରେ ଭର୍ତ୍ତି କରାଇ ନାମ ପଞ୍ଜୀକରଣ କରାଇଥିଲେ। ଠିକ ଏହାର 15ମିନିଟ୍ ପରେ ଷ୍ଟାଫନର୍ସ ଜଣକ ଜାଣିବାକୁ ପାଇଥିଲେ ଉକ୍ତ ମହିଳା ଜଣକ HIV ସଂକ୍ରମିତ ଏ ବିଷୟରେ ସେ ତୁରନ୍ତ କାର୍ଯ୍ୟରତ ଡାକ୍ତରଙ୍କୁ ଜଣାଇଥିଲେ । ହସପିଟାଲରେ HIV POSITIVE ଥିବା ମହିଳାମାନଙ୍କ ପ୍ରସବ ସମ୍ଭବପର ନଥିବାରୁ ପରେ ଡାକ୍ତର ଉକ୍ତ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ ।
ଏହା ପରେ ହସପିଟାଲ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସଂଧ୍ୟା 7.40ମିନିଟ୍ ରେ ଆମ୍ବୁଲାନ୍ସ ଆସିଲା ସଠାରେ 7.40 ରୁ 7.51 ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଅପେକ୍ଷା କରି ରହିଥିବା CCTV କ୍ୟାମେରାରେ ରେକର୍ଡ ହୋଇ ରହିଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ: ମେଡିକାଲରେ HIV Positive ପ୍ରସୂତି ମହିଳାଙ୍କର ହେଲାନି ପ୍ରସବ
ସଂପୃକ୍ତ ମହିଳାଙ୍କ ସହ ଆସିଥିବା ତାଙ୍କ ସ୍ବାମୀ ଓ ସହଯୋଗୀ ମାନେ ମାଲକାନଗିରି ହସପିଟାଲକୁ ଆଣିବା ପାଇଁ ରାଜି ହୋଇନଥିଲେ ଏବଂ ନିଜ ଘରକୁ ନେଇଯିବା ପାଇଁ ଆମ୍ବୁଲାନ୍ସ ମାଗିଥିଲେ । ଏହାପରେ ଡାକ୍ତର ଓ ଷ୍ଟାପନର୍ସ ଉକ୍ତ ମହିଳାଙ୍କ ସମ୍ପର୍କୀୟଙ୍କୁ ବୁଝାଇବାକୁ ଚେଷ୍ଟାକରି କହିଥିଲେ ପ୍ରସବ ପୂର୍ବରୁ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଯାଇ ପାରିବନାହିଁ । ବରଂ ଆମ୍ବୁଲାନ୍ସରେ ଜିଲ୍ଲା ହସପିଟାଲକୁ ପଠାଯିବ କିନ୍ତୁ ପରିବାର ଲୋକ ନିଜ ଇଛାରେ ମଟର ସାଇକେଲ ଯୋଗେ ଉକ୍ତ ମହିଳାଙ୍କୁ ଘରକୁ ନେଇଯାଇଥିଲେ । ଘରେ ରାତି ପ୍ରାୟ 11ଟା ସମୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଉକ୍ତ ମହିଳା । ସେଠାରେ ଆଶାକର୍ମୀ ପହଞ୍ଚି ସମସ୍ତ ପ୍ରକାର ପରୀକ୍ଷା କରି ସେବା କରିବା ପରେ ମା ଏବଂ ଛୁଆ ଦେହ ଭଲ ଥିବା ଆଶାକର୍ମୀ କହିଛନ୍ତି ।
ଉକ୍ତ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଯେଉଁଭଳିଭାବେ ଦର୍ଶାଯାଇଛି ମାଲକାନଗିରିର ସଡିଏମଓ ତା ଉପରେ ମତରଖି କହିଛନ୍ତି ଏହି ଘଟଣା ସମ୍ପୂର୍ଣ୍ଣ ମିଛ ଭିତ୍ତୀହିନ । ଏହାର ସିସିଟିଭି ଫୁଟେଜ୍ ଅଛି ଏବଂ ତଦନ୍ତ ବି କରାଯାଇଛି ବୋଲି କହିଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ