ETV Bharat / state

ଉପାନ୍ତରେ କିଡନୀ ଚିକିତ୍ସା; ପୋଡା ଲେମ୍ବୁ ରସ ଦେଉଛି ନୂଆ ଜୀବନ - ପୋଡା ଲେମ୍ବୁ ରସରେ କିଡନୀ ଚିକିତ୍ସା

ହାତରେ କିଡନୀ ରୋଗର ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ରିପୋର୍ଟ । ହେଲେ ଚିକିତ୍ସା ପାଇଁ ଏମାନେ ଆଧୁନିକ ଅସ୍ତ୍ରୋପଚାର ବଦଳରେ ନେଉଛନ୍ତି ଘରୋଇ ଉପଚାର । ଦେଖନ୍ତୁ ଘରୋଇ ଉପଚାରରେ କିଡନୀ ରୋଗର ସ୍ବତନ୍ତ୍ର ରିପୋର୍ଟ...

ଫଟୋ ସୌଜନ୍ୟ : ସମ୍ବାଦଦାତା, ମାଲକାନଗିରି
author img

By

Published : Nov 3, 2019, 2:50 PM IST

Updated : Nov 3, 2019, 7:42 PM IST

ମାଲକାନଗିରି: ଦିନକୁ ଦିନ ରାଜ୍ୟରେ ବ୍ୟାପୁଛି କିଡନୀ ରୋଗୀଙ୍କ ସଂଖ୍ୟା । ଯାହାର ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା । କିନ୍ତୁ ଏଠି ଘରୋଇ ଉପଚାରରେ ହୋଇପାରୁଛି ଏହି ମାରାତ୍ମକ ରୋଗର ଚିକିତ୍ସା । ତାହା ପୁଣି ମାଗଣାରେ । ଠିକ୍ ଶୁଣିଲେ ଆପଣ, ଏମିତି ଏକ ଚିକିତ୍ସା ସେବା ଚାଲିଛି ଉପାନ୍ତ ମାଲକାନଗିରି ଏମ.ଭି.୧୦୪ ଗାଁରେ । ଯେଉଁଠି ଘରୋଇ ଉପଚାର ପାଇଁ ପ୍ରତିଦିନ ଲାଗୁଛି କିଡନୀ ରୋଗୀଙ୍କ ଭିଡ ।

ପୋଡା ଲେମ୍ବୁ ରସ ଦେଉଛି ନୂଆ ଜୀବନ

ଏମ.ଭି.୧୦୪ ଗାଁର ବଙ୍ଗୀୟ ମହିଳା ତରୁଲତା ସରକାର । ପେଶାରେ ସେ କୌଣସି ଡାକ୍ତର ନୁହଁନ୍ତି । ହେଲେ ଘରୋଇ ଉପଚାରରେ ସେ କରୁଛନ୍ତି କିଡନୀ ରୋଗୀଙ୍କ ଚିକିତ୍ସା । ଆଉ ଏହି ଚିକିତ୍ସା ପାଇଁ ତାଙ୍କୁ ମା' କାଳୀଙ୍କ ସ୍ବପ୍ନାଦେଶ ହୋଇଥିଲା । ଘଟଣାଟି ଏମିତି । ତରୁଲତାଙ୍କ ବାପା ଖୋଦ୍ ଜଣେ କିଡନୀ ରୋଗୀ । ପଇସା ଦେଇ ବାପାଙ୍କୁ ଭଲ କରିବାକୁ ଅକ୍ଷମ ତରୁଲତାଙ୍କୁ ହୁଏ ମା' କାଳୀଙ୍କ ସ୍ବପ୍ନାଦେଶ । ଏହା ପରେ ସେ ପୋଡା ଲେମ୍ବୁର ରସକୁ ମା' କାଳୀଙ୍କ ପାଖରେ ଅର୍ପଣ କରି ନିଜ ବାପାଙ୍କୁ ପିଇବାକୁ ଦେଇଥିଲେ । ଏହି ଚିକିତ୍ସା ପରେ ତାଙ୍କ ବାପା ଭଲ ହେଉଥିବା ସେ କହିଛନ୍ତି ।

ଧୀରେ ଧୀରେ ଚାରୁଲତାଙ୍କ ଏହି ଚିକିତ୍ସା ସେବା ଲୋକଲୋଚନକୁ ଆସିଥିଲା । ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆସୁଛନ୍ତି । ତାଙ୍କର ଏହି ଔଷଧୀୟ ଚିକିତ୍ସା ସେମାନଙ୍କୁ ସୁସ୍ଥ କରୁଥିବା କହିଛନ୍ତି । ଏହି ଚିକିତ୍ସା ପାଇଁ ସେ କୌଣସି ରୋଗୀଙ୍କ ଠାରୁ ପଇସା ନେଉନଥିବାବେଳେ କେବଳ ମଙ୍ଗଳବାର ଓ ଶନିବାର ସେ ଏହି ଔଷଧ ଦେଇଥାନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଚିକିତ୍ସା ପାଇଁ ଖର୍ଚ୍ଚ ହୁଏ ଲକ୍ଷ ଲକ୍ଷ ଟଙ୍କା ସେଠି ସତରେ କଣ ସାମାନ୍ୟ ପୋଡା ଲେମ୍ବୁ ରସରେ ଭଲ ହେଉଛି କିଡନୀ ରୋଗ । ନା ଏହା ମା କାଳୀଙ୍କ ଚମତ୍କାରିତା ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:କିଡନି ରୋଗରେ ପିଡିତ ଲୋକଙ୍କୁ ଡାକ୍ତରି ବିଜ୍ଞାନ ଭଲ କରି ପାରିଲା ନାହି । ଅର୍ଥ ଅଭାବରୁ ଅକାଳରେ ଅନେକଙ୍କ ଜୀବନ ଚାଲିଚଲା ଆଉ ଅନେକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ହେଲେ ସେ ସମସ୍ତ ରୋଗିଙ୍କୁ ଏବେ ବଞ୍ଚିବାର ରାହା ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ବଙ୍ଗିୟ ମହିଳା । ମା କାଳୀଙ୍କ ସାଧନା କରୁଥିବା ମହିଳା ଜଣକ ଲୋକଙ୍କୁ ପୋଡା ଲେମ୍ବୁର ରସ ପିଆଇ କିଡନି ରୋଗ ଭଲ କରୁଛନ୍ତି ।

ଦେଖନ୍ତୁ ଇଟିଭି ଭାରତର ଏକ୍ସକ୍ଲୁସିଭ ରିପୋର୍ଟ.......................

।।।।ଏକ୍ସକ୍ଲୁସିଭ ବୋଲି ଲେଖିବେ ।।।।Body:ଭି.ଓ.୧ – ହାତରେ ଅଲଟ୍ରା ସାଉଣ୍ଡ ଓ ଏମ.ଆର.ଆଇ ରିପୋର୍ଟ ଧରିଥିବା ଏହି ରୋଗି ମାନେ କୌଣସି ବଡ ଡାକ୍ତରଖାନାକୁ ଯାଇ ନାହାନ୍ତି । ବରଂ ଏମାନେ ବଡ ରୋଗରୁ ମୁକ୍ତି ପାଇବା ଲାଗି ଧାଡି ଲଗାଇଛନ୍ତି ଜଣେ ଗରିବା ମହିଳାଙ୍କ ଘରେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସି ଅଧୁଷିତ ମାଲକାନଗିରି ଜିଲ୍ଲାରେ । କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ.ଭି.୧୦୪ ଗାଁର ତରୁଲତା ସରକାର ନାମକ ଜଣେ ବଙ୍ଗିୟ ମହିଳା ଲୋକଙ୍କ କିଡିନି ରୋଗ ଭଲ କରୁଥିବା ଦେଖିବାକୁ ମିଳିଛି । ତେବେ ମହିଳା ଜଣକ କୌଣସି ଡାକ୍ତରି ବିଦ୍ୟା ଅବଲମ୍ବନ କରୁ ନାହାନ୍ତି । ବରଂ ସେ ମା କାଳୀଙ୍କ ଠାରୁ ସ୍ବପ୍ନରେ କିଡିନି ରୋଗ ଭଲ କରିବାର ଔଷଧ ପାଇଛନ୍ତି । ଦିନେ ତାଙ୍କ ବାପା ଏପରି କିଡିନି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କାଳୀ ମାଆଙ୍କ ଔଷଧରେ ଭଲ ହୋଇଥିଲେ । ଯାହା ଏବେ ସେ ଅନ୍ୟ ରୋଗିଙ୍କୁ ଦେଉଛନ୍ତି ।

ବାଇଟ ୧ - ତରୁଲତା ସରକାର, କିଡ୍ନୀ ରୋଗ ଚିକିତ୍ସା କରୁଥିବା ମହିଳା

ବାଇଟ ୨- ମୋନାଲିସା ପାଣିଗ୍ରାହି, ରୋଗି ବ୍ରହ୍ମପୁର
( ଚୁଡ଼ିଦାର ପିନ୍ଧିଥିବା ଯୁବତୀ)

ଭି.ଓ.୨- ତନ୍ତ୍ର ମନ୍ତ୍ର କିମ୍ବା କୌଣସି ସାଧନା ନୁହେ ମହିଳା ଜଣକ କେବଳ ମା କାଳୀଙ୍କ ପାଖରେ ପୁଜା କରି ଲେମ୍ବୁ ପୋଡି ଥାଆନ୍ତି ଏହା ପରେ ପୋଡା ଲେମ୍ବୁକୁ ବାଟି ରସ ବାହାର କରିବା ପରେ ଏହାକୁ ଗୋଟିଏ ପରେ ଗୋଟିଏ ଗିନାରେ ରଖି ଦେବୀଙ୍କ ପାଖରେ ଭୋଗ ଲଗନ୍ତା । ପୁଜା ସରିବା ପରେ ଜଣେ ଜଣେ ରୋଗିଙ୍କୁ ଡାକି ମା କାଳୀଙ୍କ ସାମନାରେ ଡିନାଏ ଲେମ୍ବୁ ରସ ପିଇବାକୁ ଦିଅନ୍ତି । ଏପରି କରିବା ଦ୍ବାରା ଅନେକ ବଡ ବଡ କିଡିନି ରୋଗି ଏଠାରେ ଭଲ ହୋଇଥିବା କହିଛନ୍ତି ଲୋକେ । ବଡ ବଡ ମେଡିକାଲରେ ଅନେକ ଅର୍ଥ ଖର୍ଚ୍ଚ କରିବା ପରେ ମଧ୍ୟ କିଡିନି ରୋଗ ଭଲ ହୋଇନଥିବା ବେଳେ ତରୁଲତାଙ୍କ ପାଖରେ ପହଞ୍ଚି ଅନେକ ରୋଗି ଭଲ ହୋଇଛନ୍ତି । ଚିକିତ୍ସା ପାଇଁ ରୋଗିଙ୍କ ଠାରୁ କୌଣସି ଅର୍ଥ ନେଉନଥିବା ଏହି ବଙ୍ଗିୟ ମହିଳାଙ୍କ ପାଖରେ ଏବେ କେବଳ ମାଲକାନଗିରି ଜିଲ୍ଲାର ଲୋକେ ନୁହନ୍ତି ବରଂ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ରାଜସ୍ତାନ ଓ ଦିଲ୍ହି ପରି ଦୁର ଦୁରାନ୍ତରୁ ମଧ୍ୟ ଅନେକ କିଡିନି ରୋଗି ଆସୁଥିବା ଦେଖିବାକୁ ମିଳିଛି ।

ବାଇଟ ୩- ଶ୍ୟାମ ଚନ୍ଦ୍ରାନି, (ବୟସ୍କ ବ୍ୟକ୍ତି ମୁହଁରେ ଦାଢ଼ି ଅଛି) ରୋଗି ରାୟପୁର

ବାଇଟ ୪- ଭାରତ ତାରଲେଜା, ମହାରାଷ୍ଟ୍ର ରୋଗି (ଚଷମା ପିନ୍ଧିଛନ୍ତି)

ବାଇଟ ୫- ପରିମାଳ ସାହା, ରୋଗି ମାଲକାନଗିରି
Conclusion:ଫା.ଭି.ଓ. - ଡାକ୍ତରି ବିଜ୍ଞାନ ଏଇଠି ଫେଲ ମାରିଛି କି ନାହିଁ ତାହା ତୋ ଆମେ କହି ପାରିବା ନାହିଁ ହେଲେ ଆମେ କେବଳ ଏତିକି କହି ପାରିବା ଯେ ଏହି ମହିଳାଙ୍କ ଦେଶି ଚିକିତ୍ସା ଅନେକ ଲୋକଙ୍କ ମୁହରେ ହସ ଫୁଟାଇ ପାରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ……………
Last Updated : Nov 3, 2019, 7:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.