ETV Bharat / state

ଏସଓଜି ଓ ଡିଏଫଓ ଯବାନଙ୍କ ମିଳିତ କମ୍ବିଂ ଅପରେସନ; ଜଣେ ମାଓବାଦୀ ମୃତ, ଜଣେ ଗିରଫ - 1 Maoist killed in malkangiri

ଏସଓଜି ଓ ଡିଏଫଓ ଯବାନ ମିଳିତ କମ୍ବିଂ ଅପରେସନରେ ମାଓବାଦୀଙ୍କ ଶିବିର ଉପରେ ଚଢାଉ କରିଥିଲେ । ଏହି ସମୟରେ ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

Joint combing operation of SOG and DFO Javan; 1 Maoist killed, 1 injured
ଏସଓଜି ଓ ଡିଏଫଓ ଯବାନଙ୍କ ମିଳିତ କମ୍ବିଂ ଅପରେସନ; 1 ମାଓବାଦୀ ମୃତ, 1 ଆହତ
author img

By

Published : Nov 27, 2020, 1:32 PM IST

Updated : Nov 27, 2020, 8:02 PM IST

ମାଲକାନଗିରି: ଜିଲ୍ଲା ସୀମାନ୍ତ ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ତୋଟାଗୁଡା ଗ୍ରାମ ଜଙ୍ଗଲରେ ଗତକାଲି (ଗୁରୁବାର) ମାଓ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ମାଓବାଦୀକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଲକ୍ଷ୍ମଣ ଗୋଲୋରୀ ନାମକ ଏହି ମାଓବାଦୀକୁ ପ୍ରଥମିକ ଚିକିତ୍ସା କରାଯିବା ପରେ ଗିରଫ କରାଯାଇଛି ।

ଏସଓଜି ଓ ଡିଏଫଓ ଯବାନଙ୍କ ମିଳିତ କମ୍ବିଂ ଅପରେସନ; ଜଣେ ମାଓବାଦୀ ମୃତ, ଜଣେ ଗିରଫ

ବର୍ତ୍ତମାନ ଲକ୍ଷ୍ମଣ ଗୋଲୋରୀ ସୁସ୍ଥ ଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ପୋଲିସ ଗିରଫ ମାଓବାଦୀକୁ ଅଧିକ ପଚରାଉଚରା ଜାରି ରଖିଛି । ସେପଟେ ମାଓବାଦୀ ମିଲିଟାରୀ ପ୍ଲାଟୁନ କମାଣ୍ଡର କିଶୋର ଓରଫ ମାଶା କବାସୀ ପୋଲିସ ସହ ଗୁଳି ବିନିମୟ ବେଳ ପ୍ରାଣ ହରାଇଛି । କିଶୋର ଛତିଶଗଡ଼ର ଚନ୍ଦାମେଟା ଅଞ୍ଚଳ ବାସିନ୍ଦା ବୋଲି ଜଣାପଡ଼ିଛି । ବିଭିନ୍ନ ମାଓ କାର୍ଯ୍ୟକଳାପର ନେତୃତ୍ବରେ ନେଉଥିଲା କିଶୋର । ଏହି ହାର୍ଡକୋର ମାଓବାଦୀ ଉପରେ 8 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

48 ଘଣ୍ଟା ଧରି ଓଡିଶା ପୋଲିସର ଏସଓଜି, ଡିଭିଏଫ ଓ ବିଏସଏଫ ସହ ଆନ୍ଧ୍ରପ୍ରଦେଶ ଗ୍ରେହାଉଣ୍ଡ ମିଳିତ ଭାବରେ ଏହି ଅପରେସନ ଚଳାଇଥିଲେ । ଗୁଇନ୍ଦା ସୂତ୍ରରୁ ମାଲକାନଗିରି ସିମାନ୍ତ ଜୋଡାମ୍ବ ଥାନା ଯନ୍ତ୍ରୀ ଗ୍ରାମରେ ମାଓବାଦୀ ମିଲିଟାରୀ ପ୍ଲାଟୁନ ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଅପରେସନ ବେଳେ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ମାଓବାଦୀ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ଥିବା ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଏକେ-୪୭ ରାଇଫଲ ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏହାକୁ ନେଇ ମାଲକାନଗିରି ଡିଆଇଜି ସଫିନ ଅହମ୍ମଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମାଲକାନଗିରି ଡିଆଇଜି ସଫିନ ଅହମ୍ମଦ କହିଛନ୍ତି ଯେ,"26 ତାରିଖରେ ମାଲକାନଗିରି ସ୍ବାଭିମାନ ଅଞ୍ଚଳ ସୀମାନ୍ତରେ ଓଡିଶା ପୋଲିସର ଏସଓଜି, ଡିଭିଏଫ ଓ ବିଏସଏଫ ସହ ଆନ୍ଧ୍ରପ୍ରଦେଶ ଗ୍ରେହାଉଣ୍ଡ ମିଳିତ ଭାବରେ ଅପରେସନ ଚଳାଇଥିଲା । ସର୍ଚ୍ଚ ଅପରେସନ ବେଳେ କିଶୋର ନାମକ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ଅବସ୍ଥାରେ ଗିରଫ ହୋଇଛି । ଯେଉଁମାନେ ମାଓବାଦୀ କିମ୍ବା ମାଓ ମିଳିଶିଆରେ ରହିଛନ୍ତି ସେମାନେ ମୁଖ୍ୟ ସ୍ରୋତକୁ ଫେରି ଆସନ୍ତୁ । ସମାଜର ବିକାଶ ଧାରାରେ ସାମିଲ ହୁଅନ୍ତୁ । ସ୍ବାଭିମାନ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ସ୍ଥାନୀୟ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯିବ ସନେଇ ସୁରକ୍ଷାକର୍ମୀ ଯତ୍ନବାନ ରହିଛନ୍ତି ।"

ମାଲାକାନଗିରି ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ଋଷିକେଶ ଖିଲାରୀ, ବିଏସଏଫ କାମଣ୍ଡଡେଣ୍ଟ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଗତକାଲି ଏହି ଏନକାଉଣ୍ଟରକୁ ନେଇ ପୋଲିସ ଡିଜି ଅଭୟ ସୁରକ୍ଷାକର୍ମୀଙ୍କୁ ସାଧୁବାଦ ଜଣାଇଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Nov 27, 2020, 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.