ETV Bharat / state

ମାଲକାନଗିରି ଗସ୍ତରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଜନ ବାରଲା - ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଜନ ବାରଲା

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଜନ ବାରଲା ମାଲକାନଗିରି ଗସ୍ତ କରିଛନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାରେ ପହଞ୍ଚି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଜିଲ୍ଲା ବିଜେପି କର୍ମୀମାନଙ୍କ ସହ ଦଳୀୟ ବୈଠକରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
author img

By

Published : Jul 7, 2022, 8:49 AM IST

ମାଲକାନଗିରି: କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଜନ ବାରଲା ମାଲକାନଗିରି ଗସ୍ତ କରିଛନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାରେ ପହଞ୍ଚି ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଜିଲ୍ଲା ବିଜେପି କର୍ମୀମାନଙ୍କ ସହ ଦଳୀୟ ବୈଠକରେ ଯୋଗ ଦେଇଥିଲେ । ପରେ ଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ମାଲକାନଗିରି ଗସ୍ତରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଜନ ବାରଲା

ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାମାନ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା କହିଛନ୍ତି ମନ୍ତ୍ରୀ । ଏ ନେଇ ଅଧିକାରୀମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲାର ଉନ୍ନତିରେ ତଥା ଜିଲ୍ଲାବାସୀଙ୍କ ଉନ୍ନତି ନିମନ୍ତେ ସବୁ ବିଭାଗ ତତ୍ପର ହେବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଜନ ବାରଲା । ଲୋକଙ୍କ ପାଇଁ କେନ୍ଦ୍ର ସରକାର ଫଣ୍ଡ ପଠାଉଛନ୍ତି ମାତ୍ର ସଚେତନତା ଅଭାବରୁ ସେମାନେ ଯୋଜନାର ଲାଭ ପାଇ ପାରୁନାହନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କୁ ସଚେତନ କରାଇବା ଦାୟିତ୍ବ ନେଉ ବୋଲି କହିଥିଲେ ମନ୍ତ୍ରୀ।

ଜିଲ୍ଲାପାଳ ଉଦବୋଧନ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ବିଭାଗ ସି.ଡି.ଏମ.ଓ, ଯୋଗାଣ ବିଭାଗ, ଆର୍ ଡି , ପି. ଡି, ୱାଟର ସେଡ଼, ପି.ଡି, ଆଇ.ଟି.ଡି.ଏର ବହୁ ଅଧିକାରୀ ମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ମାଲକିନିଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.