ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଜଣେ ପୋଲିସ ଅଧିକାରୀଙ୍କୁ ମାଓବାଦୀ ଅପହରଣ କରିନେଇଥିବା ଜଣାପଡିଛି । ପୋଲିସ ଅଧିକାରୀ ଜଣକ ଛୁଟିରେ ଘରକୁ ଯାଇଥିଲାବେଳେ ଅପହରଣର ଶିକାର ହୋଇଛନ୍ତି । ଗାଁ ନିକଟରେ ମେଳା ଦେଖିବାକୁ ଯିବା ବେଳେ ମାଓବାଦୀ ତାଙ୍କୁ ଅପହରଣ କରିନେଇଥିବା ସୂଚନା ରହିଛି ।
ଅପହୃତ ପୋଲିସ ଅଧିକାରୀ ହେଲେ ମୁରଲୀ ତାତି ଓ ତାଙ୍କ ଘର ବିଜାପୁରର ପାଲନାର ଗ୍ରାମରେ । ସେ ଜଗଦଲପୁରରେ ମୁତୟନ ଅଛନ୍ତି ।

ଗତ କିଛିଦିନ ହେବ ଘରକୁ ଛୁଟିରେ ଫେରିଥିଲେ । ତେବେ ଆଜି (ବୁଧବାର) ଅପରାହ୍ନ 4 ଟା ସମୟରେ ପାଲନାରେ ଏକ ମେଳାକୁ ଯାଇଥିବାବେଳେ ତାଙ୍କୁ ସେଠାରୁ ଅପହରଣ କରିନେଇଛନ୍ତି ମାଓବାଦୀ । ଅପହରଣ ଘଟଣା ନେଇ ବିଜାପୁର ଏସପି କାମାଲୋଚନ କଶ୍ୟପ ସ୍ପଷ୍ଟ କରିଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ