ETV Bharat / state

LRC ଅଧିକାର ପ୍ରହସନ ! 'ଜାଗା ମିଶନ'ରୁ ବଞ୍ଚିତ ହିତାଧିକାରୀ - LRC ଅଧିକାର ପ୍ରହସନ

ଭୂମିହୀନ ସହରାଞ୍ଚଳ ବସ୍ତି ବାସିନ୍ଦା 'ଜାଗା ମିଶନ' ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ବେଶ ପ୍ରଶଂସା ସାଉଁଟିଥିବାବେଳେ ମାଲକାନଗିରିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l

alligation of slum dwellers
ମାଲକାନଗିରିରେ LRC ଅଧିକାର ପ୍ରହସନ
author img

By ETV Bharat Odisha Team

Published : Sep 7, 2023, 10:20 PM IST

ମାଲକାନଗିରିରେ LRC ଅଧିକାର ପ୍ରହସନ

ମାଲକାନଗିରି: ଭୂମିହୀନ ସହରାଞ୍ଚଳ ବସ୍ତି ବାସିନ୍ଦା 'ଜାଗା ମିଶନ' ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବାକୁ ରାଜ୍ୟ ସରକାର 2017 ରେ ଜାଗା ମିଶନ ନାମରେ ଯୋଜନା ପ୍ରସ୍ତୁତ କରି ଆଇନ ପ୍ରଣୟନ କରିଛନ୍ତି l ହେଲେ ଭୂମିହୀନ ସହରୀ ବସ୍ତି ବାସିନ୍ଦା ସ୍ଥାୟୀ ଭାବରେ ରହି ଜୀବନଯାପନ କରିବାର ସୁଯୋଗ ପାଇ ପାରିନାହାନ୍ତି l ଆଇନରେ ଗୋଟିଏ ନିର୍ଦ୍ଦେଶନାମା ଥିବାବେଳେ ଆଉ ଗୋଟିଏ ମୂଲ୍ୟ ଧାର୍ଯ୍ୟ ହେଉଛି। ମାଲକାନଗିରି ଜିଲ୍ଲାରେ ରହିଛି ଗୋଟିଏ ଏନଏସି ଓ ଗୋଟିଏ ମୁନିସିପାଲିଟି । ଭୂମିହୀନ ବସ୍ତିବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଆଇନ ପ୍ରଣୟନ କରିଛନ୍ତି ସରକାର । ହେଲେ ଏହାର ସଫଳ ରୂପାୟନ ହୋଇପାରୁନି।

ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପ୍ରର୍ଯ୍ୟାୟରେ 2ହଜାର 432ଟି ଘର ସର୍ଭେ କରାଯାଇଥିଲା । ଏଥି ମଧ୍ୟରୁ 2ହଜାର 276ଜଣ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚନା ହେଲା। ସେମାନଙ୍କ ମଧ୍ୟରୁ 1ହଜାର 147ଜଣଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବାବେଳେ 1ହଜାର 130 ଜଣ ବର୍ତ୍ତମାନ ସୁଦ୍ଧା (LRC-Land Right Certificates ) ନେଇପାରିନାହାନ୍ତି । 2017ରେ ପ୍ରଣୟନ ହୋଇଥିବା ଆଇନ ଅନୁଯାୟୀ ସ୍ଥାନୀୟ ଜମିର ବେଞ୍ଚ ମାର୍କ ଭାଲୁଆସନର 25 ପ୍ରତିଶତ ଟଙ୍କା ପୈଠ କରି LRC ନେବାର ନିୟମ ରହିଛି । ମାଲକାନଗିରି ମୁନିସିପାଲିଟିରେ ବସବାସ କରୁଥିବା ବସ୍ତି ବାସିନ୍ଦା ଆର୍ଥିକ ଭାବେ ସ୍ଵଛଳ ନଥିବାରୁ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋବା ନେଇ ହିତାଧିକାରୀ ମାନେ ବେଶ ଖୁସି ହୋଇଥଲେ l ଆଉ ଏହି ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ବେଶ ପ୍ରଶଂସା ସାଉଁଟିଥିବାବେଳେ ମାଲକାନଗିରିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l

ଆଇନ ଅନୁସାରେ, ବସ୍ତି ଅଞ୍ଚଳରେ 2017 ପୂର୍ବରୁ ଯେଉଁମାନେ ବସବାସ କରି ଆସୁଥିବେ ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ହିତାଧିକାରୀ ବେଞ୍ଚ ମାର୍କ ଭାଲୁଆସନର 25% ଟଙ୍କା ପୈଠ କଲେ ସର୍ବାଧିକ 45ବର୍ଗ ମିଟର ଜମିର ଅଧିକାର ପ୍ରଦାନ କରାଯିବ । ଆଉ ସରକାର ସମୟ ଅନୁଯାୟୀ ପ୍ରତିଶତ ମୂଲ୍ୟ ଧାର୍ଯ୍ୟ କରିବା ଦ୍ବାରା ହିତାଧିକାରୀ ଉପକୃତ ହୋଇ ପାରିବେ । ଏଥିରେ ଆର୍ଥିକ ସ୍ବଚ୍ଛଳତା ଦୃଷ୍ଟିରୁ କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ଥିଲେ ମଧ୍ୟ ମାଲକାନଗିରିରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଜିଲ୍ଲା ପ୍ରଶାସନ ସମସ୍ତ ବର୍ଗର ଲୋକଙ୍କୁ ଭ୍ୟାଲୁଏସନର 25% ଦାବି କରୁଛନ୍ତି। ତେବେ ଏସବୁ ଆଇନରୁ ବାହାର ବୋଲି ମାଲକାନଗିରି ମୁନସିପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ କହିଛନ୍ତି ।

ଏହା ବି ପଢନ୍ତୁ...BMC କମିଶନରଙ୍କ ନାଁରେ ମୋକଦ୍ଦମା କରିବୁ: ବିଜେପି

ଅପରପକ୍ଷେ ଏହାକୁ ଖଣ୍ଡନ କରି ବର୍ତ୍ତମାନର ନିର୍ବାହି ଅଧିକାରୀ କହିଛନ୍ତି, "ମାଲକାନଗିରି ମୁନିସିପାଲଟିରେ ପୂର୍ବରୁ 29ଟି ବସ୍ତି ସର୍ଭେ କରାଯାଇଥିଲା। ରହିଯାଇଥିବା ଅନ୍ୟ ବସ୍ତି ସର୍ଭେ ପରେ ବେଞ୍ଚ ମାର୍କ ଭ୍ୟାଲୁଏସନ ବଢ଼ି ଯାଇଛି । ବେଞ୍ଚ ମାର୍କ ଭ୍ୟାଲୁ ଅଧିକ ଥିବାରୁ ହିତାଧିକାରୀ LRC ନେବାକୁ ସକ୍ଷମ ହୋଇ ପାରୁନାହାନ୍ତି । ଫଳରେ ପାଖା ପାଖି 50% LRC କାର୍ଯ୍ୟାଳୟରେ ପଡି ରହିଛି । LRC କୋହଳ ନିମନ୍ତେ ମିଶନ ଡାଇରେକ୍ଟର ବେଞ୍ଚ ମାର୍କ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରିତ କରିବା ଆବଶ୍ୟକ ବୋଲି ଜାଗା ମିଶନ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମୂଲ୍ୟ ଗ୍ରହଣ କରାଯାଉଛି।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.