ETV Bharat / state

ଟଙ୍କା ଦିଅ, ସାର୍ଟିଫିକେଟ ନିଅ

ଶିକ୍ଷା ଦୃଷ୍ଟିରୁ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଥିବା ମାଲକାନଗିରି ଜିଲ୍ଲା ଏବେ ଚର୍ଚ୍ଚାରେ । ଜିଲ୍ଲାରେ ଯୁବବର୍ଗଙ୍କ ଠୁ ଟଙ୍କା ନେଇ ଭଲ ମାର୍କ ଏବଂ ପାସ କରାଇ ଦେବାର ପ୍ରଲୋଭନ ଦେଖାଇ 'ଓମ ଭୁର ଭୁବସ୍ଵଃ' ନାମକ ଏକ ଘରୋଇ କଲେଜର ଚେୟାରମ୍ୟାନ ବିଦ୍ୟୁତ ଦାସ ଚଳାଇଛନ୍ତି ନକଲି ସାର୍ଟିଫିକେଟ ଦେବାର ଗୋଲକ ଧନ୍ଦା ।

author img

By

Published : Jun 24, 2019, 8:13 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ବଜାରରେ ବିକ୍ରୀ ହେଉଛି ସାର୍ଟିଫିକେଟ । ଟଙ୍କା ଦିଅ ଆଉ ସାର୍ଟିଫିକେଟ ନିଅ । କଥାଟି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି କଥାରେ ସେତିକି ସତ୍ୟତା ରହିଛି । ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଚାଲିଛି ଏଭଳି କାରନାମା । ଆଦିବାସୀ ବହୁଳ ଜିଲ୍ଲାରେ ଲୋକଙ୍କୁ ଭୂତେଇ ଦୀର୍ଘ ବର୍ଷ ଧରି ଚାଲିଛି ଏହି ଗୋଲକ ଧନ୍ଦା । ତେବେ ବର୍ତ୍ତମାନ ଏନେଇ ମାଲକାନଗିରି ଥାନାରେ ଅଭିଯୋଗ ହେବାପରେ ଥାନାରେ ଅଟକ ଅଛନ୍ତି ସମ୍ପୃକ୍ତ କଲେଜର ଚେୟାରମ୍ୟାନ ଓ ପ୍ରିନ୍ସିପାଲ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଶିକ୍ଷା ଦୃଷ୍ଟିରୁ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଥିବା ମାଲକାନଗିରି ଜିଲ୍ଲା ଏବେ ଚର୍ଚ୍ଚାରେ । ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି ସତ ହେଲେ ଏତେଟା ଆଖିଦୃଶିଆ ନୁହେଁ । ତେବେ ଏଭଳି ସ୍ଥିତିରେ ଜିଲ୍ଲାରେ ଯୁବ ବର୍ଗଙ୍କ ଠୁ ଟଙ୍କା ନେଇ ଭଲ ମାର୍କ ଏବଂ ପାସ କରାଇ ଦେବାର ପ୍ରଲୋଭନ ଦେଖାଇ 'ଓମ ଭୁର ଭୁବସ୍ଵଃ' ନାମକ ଏକ ଘରୋଇ କଲେଜର ଚେୟାରମ୍ୟାନ ବିଦ୍ୟୁତ ଦାସ ଚଳାଇଛନ୍ତି ନକଲି ସାର୍ଟିଫିକେଟ ଦେବାର ଗୋଲକ ଧନ୍ଦା ।

ଯେଉଁ ପିଲା +୨ ରେ ଫେଲ ହେଉଛନ୍ତି ସେହି ପିଲାଙ୍କ ଠାରୁ ଟଙ୍କା ନେଇ ଭଲ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇବା ପ୍ରଲୋଭନ ଦେଖାଇ ଲୁଟ କରୁଛନ୍ତି ହଜାର ହଜାର ଟଙ୍କା । ଟଙ୍କା ଲୋଭରେ ପିଲାଙ୍କୁ ଦିଆଯାଉଥିବା ସାର୍ଟିଫିକେଟ ଜାଲ ହୋଇଥିବାରୁ ବର୍ତ୍ତମାନ ଚିନ୍ତାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଏହାର ସମସ୍ତ ତଥ୍ୟ ପ୍ରମାଣ ଆମ କ୍ୟାମେରାରେ କଏଦ ହେବା ପରେ ବର୍ତ୍ତମାନ ଘଟଣା ପଦାକୁ ଆସିଛି ।

ଟଙ୍କା ଦେଇ କିଣା ଯାଇଥିବା ସାର୍ଟିଫିକେଟକୁ ନେଇ ଛାତ୍ରଛାତ୍ରୀ ଅନ୍ୟ ସରକାରୀ କଲେଜରେ ନାମ ଲେଖାଇବା ପାଇଁ ଯିବା ବେଳେ ଏହି ସାର୍ଟିଫିକେଟର କୌଣସି ମାନ୍ୟତା ନଥିବା କହି ପିଲାଙ୍କୁ ନାମ ଲେଖାଯିବାର ସୁଯୋଗ ଦିଆଯାଇନାହିଁ । ଯାହାଫଳରେ ବର୍ତ୍ତମାନ ଦୁଇ ବର୍ଷ ଧରି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ଅଞ୍ଚଳର ସୀମାଞ୍ଚଳ ପାତ୍ର ନାମକ ଏହି ଯୁବକ ଦୀର୍ଘ ୨ବର୍ଷ ଧରି ଚିନ୍ତାରେ ବସି ରହିଛନ୍ତି । ଚାଷୀ ପରିବାରରୁ ଆସିଥିବା ସୀମାଞ୍ଚଳ ପାଠପଢି ଭଲ ମଣିଷ ଟିଏ ହେବାର ସ୍ଵପ୍ନ ଦେଖୁଥିବା ବେଳେ 'ଓମ ଭୁର ଭୁବସ୍ଵଃ' କଲେଜରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଥିଲେ । ହେଲେ ଦୁର୍ଭାଗ୍ୟ ବସତଃ ସୀମାଞ୍ଚଳ ଫେଲ ହୋଇଯାଇଥିଲେ ।

ତେବେ ସଂସ୍ଥାର ଚେୟାରମ୍ୟାନ ବିଦ୍ୟୁତ ଦାସ ଏବଂ ପ୍ରିନ୍ସିପାଲ ବିମଲ ସେଠୀ ତାଙ୍କୁ ଆଶ୍ଵାସନା ଦେବା ସହ ୨୫୦୦୦ ହଜାର ଟଙ୍କା ଦେଲେ ତୁମକୁ +୨ ପାସ କରାଇଦେବୁ ବୋଲି ପ୍ରଲୋଭନ ଦେଖାଇ ଝାଡଖଣ୍ଡ ଓପେନ ସ୍କୁଲ ନାମକ ଏକ ସାର୍ଟିଫିକେଟ ଦେଇଥିଲେ । ଯାହାକୁ ନେଇ ସୀମାଞ୍ଚଳ +୩ ନାମ ଲେଖାଇବାକୁ
ଆବେଦନ କରିବା ପରେ ବିଭିନ୍ନ ସରକାରୀ କଲେଜ ଏହି ସାର୍ଟିଫିକେଟର ମାନ୍ୟତା ନଥିବା କହି ଆଡମିସନ ପାଇଁ ଅନୁମତି ଦେଇନଥିଲେ ।

ବର୍ତ୍ତମାନ ୨ ବର୍ଷ ଧରି ସୀମାଞ୍ଚଳ ଏବଂ ତାଙ୍କ ପରିବାର ଲୋକେ ବର୍ତ୍ତମାନ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ଆଜି ମାଲକାନଗିରି ଥାନାରେ ସୀମାଞ୍ଚଳ ଏବଂ ତାଙ୍କ ବାପା ଲିଖିତ ଅଭିଯୋଗ କରିବା ପରେ ମାଲକାନଗିରି ସଦର ଥାନା ପୋଲିସ ସମ୍ପୃକ୍ତ କଲେଜର ଚେୟାରମ୍ୟାନ ଓ ପ୍ରିନ୍ସିପାଲଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.