ମାଲକାନଗିରି:କୋଭିଡ ନିୟମକୁ ଫୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ନନ୍ଦିନୀଗୁଡା ଠାରେ । ଶହଶହ ଲୋକ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଖେଳ ପଡିଆରେ ଭିଡ଼ ଜମାଇଥିଲେ ।
![କୋଭିଡ ନିୟମକୁ ବେଖାତିର, ଫୁଟବଲ ମ୍ୟାଚରେ ରୁଣ୍ଡ ହେଲେ ଶହଶହ ଲୋକ](https://etvbharatimages.akamaized.net/etvbharat/prod-images/9388210_267_9388210_1604212455524.png)
ସେମାନଙ୍କ ମୁହଁରେ ନା ଥିଲା ମାସ୍କ ନା ସାମାଜିକ ଦୂରତା । ଏଭଳି ବେଫିକର ହୋଇ ମଜା ନେଉଥିଲେ ସ୍ଥାନୀୟ ଲୋକ । ଏମାନଙ୍କୁ ପ୍ରଶାସନ ତରଫରୁ ମଧ୍ୟ କୌଣସି ତାଗିଦ କରାଯିବା ନଜର ଆସିନଥିଲା ।
ସାରା ବିଶ୍ଵ ଏବେ କୋରୋନା ମହାମାରୀ ଭଳି ଯୁଦ୍ଧରେ ସଂଘର୍ଷ କରୁଥିବା ବେଳେ, ଲାଗୁଛି ଯେମିତି ଏମାନଙ୍କୁ ଏଥିପାଇଁ କୌଣସି ଯା ଆସେନାହିଁ । ତେବେ ଜିଲ୍ଲା ପ୍ରଶାସନ ଏଥିପାଇଁ ଗୁରୁତର ସହ ପଦକ୍ଷେପ ନନେଲେ ଜିଲ୍ଲା ପାଇଁ ବିପଦ ଆଣିବେ କୋଭିଡ ନିୟମ ଉଲ୍ଲଘଂନକାରୀ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ