ETV Bharat / state

କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଗତ 19 ତାରିଖ ଦିନ ମାଲକାନଗିରି ଏସଓଜି ଯବାନମାନେ ମାଓ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ ପାହାଡ଼ ଅଭିମୁଖେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ

author img

By

Published : Oct 21, 2022, 5:08 PM IST

କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ଜିଲ୍ଲା ପୋଲିସକୁ ପୁଣି ଏକ ବଡ ସଫଳତା । ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଗତ 19 ତାରିଖ ଦିନ ମାଲକାନଗିରି ଏସଓଜି ଯବାନମାନେ ମାଓ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ ପାହାଡ଼ ଅଭିମୁଖେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ।

ତୁଳସୀ ପାହାଡ଼ ଅନ୍ତର୍ଗତ କଟୁଆପଦର ଗାଁ ନିକଟ ଜଙ୍ଗଲରେ କମ୍ବିଂ କରିବା ସମୟରେ ମାଟି ତଳେ ପୋତା ହେଇଥିବା କିଛି ମାଓ ସାମଗ୍ରୀ ଜବତ କରାଯାଇଥିଲା । ଏହି ମାଓ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତିକା, 2 ଟି ବନ୍ଧୁକ, 6 ଟି ଆଇଡି ବୋମା, କିଛି ଔଷଧ ମଧ୍ୟ ଜବତ ହୋଇଥିଲା । ଏହାସହ ବିପୁଳ ମାତ୍ରାରେ ଗର୍ଭ ନିରୋଧକ ଔଷଧ ମିଳିଥିଲା । ଯାହାକି ମହିଳା ମାଓବାଦୀ ମାନଙ୍କୁ ବଡ ବଡ କ୍ୟାଡର ମାଓବାଦୀମାନେ ଅଧିକ ମାତ୍ରାରେ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Agni Prime Ballistic Missile: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ

ତେବେ ମାଲକାନଗିରି ଜିଲ୍ଲାରୁ ଅନେକ ଅଞ୍ଚଳ ମାଓ ମୁକ୍ତ ହୋଇଥିବା ବେଳେ ଅନେକ କ୍ୟାଡର ମାଓବାଦୀ ମଧ୍ୟ ଆତ୍ମ ସମର୍ପଣ କରିଛନ୍ତି । ତେବେ ଯେଉଁମାନେ ବର୍ତ୍ତମାନ ମାଓ କାର୍ଯ୍ୟ କଳାପରେ ଲିପ୍ତ ଅଛନ୍ତି ସେମାନେ ମାଓ କାର୍ଯ୍ୟ କଳାପ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏସଡିପିଓ ଶୁଭେନ୍ଦୁ ପାତ୍ର ଆହ୍ୱାନ ଦେଇଛନ୍ତି । ଏନେଇ ଏସଡିପିଓ କହିଛନ୍ତି ଯେ," ଗତ 19 ତାରିଖ ଦିନ ମାଲକାନଗିରି ଏସଓଜି ଜବାନମାନେ ମାଓ ବିରୋଧୀ ଅଭିଯାନ ନିମନ୍ତେ କମ୍ବିଂ ବେଳେ ମାଥିଲି ଥାନା ଅନ୍ତର୍ଗତ କଟୁଆପଦର ଗାଁ ଜଙ୍ଗଲରେ ମାଓବାଦୀଙ୍କ ଏକ ଡମ୍ପ ଠାବ ହୋଇଛି(Maoist dump seized in malkangiri) । ଏହାସହ 2ଟି ବନ୍ଧୁକ, 6ଟି ଆଇଡି ବୋମା, କିଛି ଔଷଧ ମଧ୍ୟ ଜବତ ହୋଇଛି । ତେବେ ବିପୁଳ ମାତ୍ରାରେ ଗର୍ଭ ନିରୋଧକ ଔଷଧ ମିଳିଛି । ଯେଉଁମାନେ ବର୍ତମାନ ମାଓ କାର୍ଯ୍ୟ କଳାପରେ ଲିପ୍ତ ଅଛନ୍ତି ସେମାନେ ମାଓ କାର୍ଯ୍ୟ କଳାପ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ।"

ଏହା ମଧ୍ୟ ପଢନ୍ତୁ:ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୭ ତାରିଖରେ କମ୍ବିଂ ଅପରେସନ ବେଳେ ମାଲକାନଗିରି ପୋଲିସକୁ ବଡ ସଫଳତା ମିଳିଥିଲା । ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା । ମାଲକାନଗିରି ଏସ୍ପିଙ୍କ ନେତୃତ୍ବରେ ଏସ୍ଓଜି, ଡିଭିଏଫ୍ ଓ ବିଏସ୍ଏଫ ଜବାନଙ୍କ ମିଳିତ କମ୍ବିଂ ଅପରେସନ କରାଯାଇଥିଲା । କମ୍ବିଂ ବେଳେ ଜିଲ୍ଲାର ଯନ୍ତ୍ରୀ ପଞ୍ଚାୟତ ଜଙ୍ଗଲରୁ ଏସ୍ ବିପିଏଲ୍ ଗନ୍, କଣ୍ଟ୍ରି ମେଡ୍‌ ରାଇଫଲ୍, ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ସହ ମାଓ ସାମଗ୍ରୀ ଜବତ ହୋଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.