ମାଲକାନଗିରି: ବିଏସଏଫ ଯବାନଙ୍କୁ ବଡ ସଫଳତା । ମାଓ ଅପରେସନ ବେଳେ ଧରାପଡିଲା ବଡ ଧରଣର ବିସ୍ଫୋରକ ଡମ୍ପିଙ୍ଗୟାର୍ଡ । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରଣ ସାମଗ୍ରୀ ଠାବ କରାଯାଇଛି ।
ମାଓବାଦୀମାନେ ଜଙ୍ଗଲ ମଧ୍ୟରେ ଏକ ବିରାଟ ଗର୍ତ୍ତ କରି ଏକ ଡ୍ରମରେ ବିସ୍ଫୋରକ ସାମଗ୍ରୀକୁ ଲୁଚାଇ ରଖିଥିଲେ। ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବାକୁ ମାଓବାଦୀ ଯୋଜନା କରିଥିଲେ । ଘଟଣା ସ୍ଥଳରୁ ଜିଲେଟିନ, ଡିଟୋନେଟର, କାଡେକ୍ସ ୱାଇର, ମାଓ ୟୁନିଫର୍ମ, ମାଓ ପୁସ୍ତିକା ଏଭଳି ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ଯବାନ। ଆନ୍ଧ୍ର ଓଡିଶା ବୋର୍ଡର ମାଓ ସଙ୍ଗଠନ (AOB) ଏହାକୁ ଲୁଚାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କୁ ଜୋରଦାର କରାଯାଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ