ETV Bharat / state

ନିଆରା ଘଟଣା: ଲାଲଗଡରେ ଘୋଡା ପିଠିରେ ବସି ପ୍ରଚାର କଲେ କଂଗ୍ରେସ ନେତା - OPCC

ଘୋଡା ପିଠିରେ ବସି ନିଆରା ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Feb 9, 2019, 11:48 PM IST

ମାଲକାନଗିରି: ନେତା ଘୋଡାରେ ଚଢି ବିରାଟ ଶୋଭାଯାତ୍ରା କରି ପ୍ରଚାର କରିବା ଦୃଶ୍ୟ ଥିଲା ଅତ୍ୟନ୍ତ ନିଆରା । ମାଓଗଡରେ ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ଘୋଡା ପିଠିରେ ବସି ବୁଲିଛନ୍ତି ନେତା । ଘୋଡା ପିଠିରେ ବସି ନିଆରା ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ।

ଶହଶହ ସମର୍ଥକଙ୍କ ମେଳରେ ଏକ ବିରାଟ ଶୋଭାଯାତ୍ରାରେ ଘୋଡା ପିଠିରେ ବସି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ବୁଲିଛନ୍ତି ପ୍ରଦୀପ ମାଝୀ। ନକ୍ସଲ ଗଡ ଭାବେ ପରିଚିତ ଜନତା ପାଇ ଗ୍ରାମରୁ ପାପେରମେଟଲା ପର୍ଯ୍ୟନ୍ତ ଘୋଡା ପିଠିରେ ବସି ଲୋକଙ୍କ ପାଖକୁ ଯାଇଛନ୍ତି ପ୍ରଦୀପ । ସାଧାରଣ ସଭା ଆୟୋଜନ କରି ସମସ୍ତ ପ୍ରତିଶ୍ରୃତି ପୂରଣ କରିବା ପାଇଁ ଦେଇଛନ୍ତି ଲୋକଙ୍କୁ ଭରସା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
undefined

ଆଗକୁ ସାଧାରଣ ନିର୍ବାଚନ। ଲୋକଙ୍କ ନିକଟତର ହେବା ପାଇଁ ପ୍ରଦୀପ ମାଝିଙ୍କ ଏହି ଘୋଡା ଚଢା ଦୃଶ୍ୟ ତାଙ୍କ ପାଇଁ ନୂଆ । ହେଲେ ଏହି ନିଆରା ଉପାୟ ତାଙ୍କ ପାଇଁ କେତେ ଫଳପ୍ରଦ ହେଉଛି, ତାହା ଆଗାମୀ ନିର୍ବାଚନରେ ହିଁ ଜଣାପଡିବ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

ରାଜସ୍ଥାନରେ ରାଉରକେଲା ଝିଅ ବିକ୍ରି ଘଟଣା, ଉଦ୍ଧାର ପାଇଁ ଦିଲ୍ଲୀ ଗଲା ରାଉରକେଲା ପୋଲିସ

ରାଉରକେଲା: ରାଉରକେଲା ଲାଠିକଟା ଅଞ୍ଚଳର ନାବାଳିକାକୁ ରାଜସ୍ଥାନରେ ବିକ୍ରି ଘଟଣା, ଯୁବତୀଙ୍କୁ ରାଉରକେଲା ଆଣିବାକୁ ଦିଲ୍ଲୀ ଗଲା 5 ଜଣିଆ ପୋଲିସ୍ ଟିମ୍ । 

2018 ଫେବୃୟାରୀ 26 ତାରିଖରେ ମିସଟେକ ଅଫ ଫ୍ୟାକ୍ଟ( mistake of fact) କହି କେସ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ମିଡିଆ ରିପୋର୍ଟ ପରେ ରାଉରକେଲା ପୋଲିସ ତଥା  ଡିସିପିୟୁ ଟିମକୁ ଦିଲ୍ଲୀ ପଠାଯାଇଛି । ଝିଅର ବାପାଙ୍କ ଅଭିଯୋଗ ଥିଲା ଯେ, ନ୍ୟାୟ ପାଇଁ ଏସପି ତଥା ଡିଆଇଜିଙ୍କ ନିକଟରେ ଗୁହାରୀ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ଶେଷରେ ଅସହାୟ ନାବାଳିକା ଝିଅର ବାପା ଦିଲ୍ଲୀ ମହିଳା ଆୟୋଗର ଦ୍ବାରସ୍ଥ ହୋଇଥିଲେ । ତାଙ୍କ କାର୍ଯ୍ୟ କ୍ଷେତ୍ର ନ ଥିବା ସତ୍ତ୍ବେ ମଧ୍ୟ ସେମାନେ ରାଜସ୍ଥାନର  ଝୁନ୍ଝୁଣୁରୁ ନାବାଳିକାକୁ ଉଦ୍ଧାର କରିଛନ୍ତି । ନାବାଳିକା ଜଣକ 9 ମାସର ଗର୍ଭବତୀ ବୋଲି ଜଣାପଡିଛି । ଓଡିଶା ପୋଲିସର ଚୁପ ରହିବା ଘଟଣା ଉପରେ ଦୋଷୀ ପୋଲିସ କର୍ମୀ ମାନଙ୍କ ବିରୋଧରେ  କାର୍ଯନୁଷ୍ଠାନ ପାଇଁ ଦାବି କରିଛନ୍ତି ନାବାଳିକାଙ୍କ ବାପା।

ରାଉରକେଲା ପୋଲିସ ପାଇଁ ଏହି ଘଟଣା ଲଜ୍ଜା ବୋଲି ଦିଲ୍ଲୀ ମହିଳା ଆୟୋଗ ଲେଖିବା ପରେ ରାଉରକେଲା ଏସପି ସ୍ପଷ୍ଟୀକରଣ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି କି, 2017 ଡିସେମ୍ବର 7 ତାରିଖରେ କେସ ନମ୍ବର 47 ରେ ଆଇପିସି ଧାରା 363ରେ ଏକ ମାମଲା ରୁଜୁ ହୋଇଥିଲା। 2017 ଡିସେମ୍ବର 23 ତାରିଖରେ ଝିଅକୁ ଉଦ୍ଧାର କରି 164ରେ ତାଙ୍କର ବୟାନ ରେକର୍ଡ ହେବା ପରେ ଝିଅକୁ ସିଡବ୍ଲ୍ୟୁସି ତାଙ୍କ ବାପାଙ୍କୁ ଦେଇଥିଲେ।

ନାବାଳିକାଙ୍କ ବାପା ରେଳ ବିଭାଗରୁ ସେବାନିବୃତ ହେବା ପରେ ଲାଠିକଟା ଥାନା ଅଞ୍ଚଳରେ ପରିବାର ସହ ରହୁଥିଲେ। ତାଙ୍କ ଅନୁପସ୍ଥିତିରେ ପଡୋଶୀ  ଚାନ୍ଦୋ ଓରାମ ନାବାଳିକାକୁ ନେଇ ତାଙ୍କ ବଡ଼ ଭଉଣୀ ତଥା ଭିଣୋଇକୁ ଦେଇଥିଲା। ସେମାନେ ନାବାଳିକାକୁ ଲକ୍ଷାଧିକ ଟଙ୍କାରେ ଝୁନ୍ଝୁଣୁର ମୁକେଶ ଅଗ୍ରୱାଲକୁ ବିକି ଦେଇଥିଲେ। ନାବାଳିକାର ବାପାଙ୍କ ଅଭିଯୋଗ ପରେ ନାବାଳିକା ତଥା ତାକୁ କିଣିଥିବା ଲୋକଙ୍କୁ ଧରି ପୋଲିସ ଲାଠିକଟା ଥାନା ଆଣି ଥିଲେ।

ଥାନାରେ ଝିଅଟି ତାକୁ ବିକ୍ରି ହୋଇଥିବା କଥା କହିଥିଲା।  ଆଉ ଆରମ୍ଭ ହୋଇଥିଲା  ପୋଲିସର ନକରାତ୍ମକ ଭୂମିକା । ପୋଲିସ କାଗଜପତ୍ରରେ ନାବାଳିକାକୁ ତା ବାପା ପାଇଲେ ବୋଲି ଲିଖିତରେ ହେବାପରେ ପୁଣି ନାବାଳିକାକୁ ଝୁଣଝୁଣର ବ୍ୟବସାୟୀଙ୍କୁ ଦିଆଯାଇଥିଲା। ବାରମ୍ବାର ଗୁହାରି କରି ଥିଲେ କିନ୍ତୁ ପୋଲିସ ତାଙ୍କ ନାବାଳିକା ଝିଅ କୁ ଫେରାଇ ଆଣିବାରେ ସଫଳ ହୋଇ ନଥିଲା।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.