ETV Bharat / state

ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ, ଜିଲ୍ଲାପାଳଙ୍କୁ ସାତ ଦଫା ଦାବି ପତ୍ର ପ୍ରଦାନ

author img

By ETV Bharat Odisha Team

Published : Sep 9, 2023, 3:37 PM IST

ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ
ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ
ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ

ମାଲକାନଗିରି: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରେ ଏବେ ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ । ବିଭିନ୍ନ ଦାବିକୁ ନେଇ ଗାଁ ସାଥି ସଂଘ ଜବ କାର୍ଡଧାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ କହିଛି ଯେ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆମ୍ଭେମାନେ ତୃଣମୂଳ ସ୍ତରରୁ ସହଯୋଗ କରି ଆସୁଛୁ । ଗ୍ରାମୀଣ ରୋଜଗାର ସହ ଗ୍ରାମୀଣ ବିକାଶ ଯଥା ମାନବ ସମ୍ବଳ , ଏବଂ ପ୍ରାକୃତିକ ସମ୍ବଳ ବିକାଶ କ୍ଷେତ୍ରରେ ପ୍ରମୁଖ ଦାୟିତ୍ଵ ସମ୍ପନ୍ନ କରୁଛୁ । ଦୀର୍ଘ ୨୦୦୫ ରୁ ୨୦୨୩ ପର୍ଯ୍ୟନ୍ତ ଅର୍ଥାତ୍ ୧୭ ବର୍ଷ ହେବ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ରହିଛୁ। ତେଣୁ ଗାଁ ସାଥୀ ସଂଘ ଓ ଜବ କାର୍ଡଧାରୀ ପରିବାରଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସାତ ଦଫା ଦାବି ଉପସ୍ଥାପନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.. କ୍ୟାଡ଼ର ପୁନର୍ଗଠନ ନେଇ ଦାବି ଉଠାଇଲେ ମହିଳା ସ୍ବାସ୍ଥ୍ୟକର୍ମୀ, ନଚେତ୍‌ ଆନ୍ଦୋଳନ ଚେତାବନୀ

ଦାବି ଗୁଡ଼ିକ ହେଲା: ସମସ୍ତ ଗାଁ ସାଥୀଙ୍କୁ ସ୍ଥାୟୀ କରାଯାଇ ତାଲିମ ପ୍ରଦାନ କରାଯାଉ । ପ୍ରତିମାସରେ ୧୨୦୦୦/- ଦରମା ପ୍ରଦାନ କରାଯାଉ। ପ୍ରତ୍ୟେକ ଗାଁ ସାଥୀମାନଙ୍କର ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ତରୀୟରେ ଏକ ଡାଟା ବେଶ୍ କରି ସ୍ଵତନ୍ତ୍ର ପରିଚୟ ପ୍ରଦାନ କରାଯାଉ । ଗାଁ ସାଥୀଙ୍କ ମୃତ୍ୟୁଜନିତ ବିମା ରାଶି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ କରାଯାଉ। ମନରେଗା ଶ୍ରମିକଙ୍କ ଶ୍ରମ ଦିବସ ୧୦୦ ଦିନ ବଦଳରେ ୨୦୦ ଦିନ ଓ ଶ୍ରମ ମଜୁରୀ ୨୩୭ ଟଙ୍କା ବଦଳରେ ୩୩୭ ଟଙ୍କାକୁ ବୃଦ୍ଧି କରାଯାଉ। ସରକାରଙ୍କ ଦ୍ଵାରା ଉପଲବ୍ଧି ଥିବା ୧୦୦ ଦିନ କାର୍ଯ୍ୟ ମନରେଗା ଶ୍ରମିକଙ୍କ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଦାଦନ ଖଟୁଥିବା ଶ୍ରମିକଙ୍କ ପଞ୍ଚାୟତସ୍ତରରେ ପଞ୍ଜୀକୃତ କରାଯାଉ । ମନରେଗାରେ ନିୟୋଜିତ ଥିବା ସମସ୍ତ ଗାଁ ସାଥୀ ଓ ଶ୍ରମିକଙ୍କ ଶିକ୍ଷିତ ଯୁବକ ଯୁବତୀଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଉ । ବାଧ୍ୟତା ମୂଳକ ମନରେଗା ଶ୍ରମିକ ମାନଙ୍କ ଜୀବନ ବୀମା ରାଶି ଯୋଜନାରେ ଅନ୍ତର୍ଗତ କରାଯିବା ସମନ୍ଧରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଗାଁ ସାଥି ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ..୧୯ ଦିନରେ PEOଙ୍କ ଆନ୍ଦୋଳନ, ପଞ୍ଚାୟତ କାର୍ଯ୍ୟ ଠପ୍

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.