ମାଲକାନଗିରି: ଜିଲ୍ଲା ପୋଲିସକୁ ମିଳିଲା ବଡ ସଫଳତା । କାଉଡିରେ ଗଞ୍ଜେଇ ଚାଲାଣ କରିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅରକେଲ ଥାନା ପୋଲିସ । ଏହି ମାମଲାରେ 11ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଜିଲ୍ଲାର ଅରକେଲ ଥାନା ଅଞ୍ଚଳର ଏମ୍.ଭି-୫୧ ଗ୍ରାମରୁ ଗଞ୍ଜେଇ କୋରାପୁଟ ଜିଲ୍ଲାକୁ ଚାଲାଣ କରାଯାଉଥିଲା । ଗୁଇନ୍ଦା ଖବର ପାଇ ଅରକେଲ ଥାନା ପୋଲିସ ଅପରେସନ ଆରମ୍ଭ କରିଥିଲା । ପରେ ସରଲୁକୁଣ୍ଡା ଗ୍ରାମ ନିକଟରେ ପ୍ରାୟ ୧୧ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେଲା ।
ସେମାନଙ୍କ ନିକଟରୁ ୧୬୯୨ କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଯାହାର ବଜାର ମୂଲ୍ୟ ସାଢେ ତିନି କୋଟି ଟଙ୍କା ହେବ ବୋଲି ମାଲକାନଗିରି ପୋଲିସ କହିଛି । ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ଏପରି ଚଢାଉ ଜାରି ରହିବ ବୋଲି ମାଲକାନଗିରି ଏସପି କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ