ETV Bharat / state

ଗ୍ରାମାଞ୍ଚଳ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବ ‘ଟିମ ଉଇ କ୍ୟାନ’ - ଟିମ ଉଇ କ୍ୟାନ ପକ୍ଷରୁ କୋଚିଙ୍ଗ ସେଣ୍ଟରର ଉଦଘାଟନ

ମାଲକାନଗିରି ଜିଲ୍ଲା ଡଙ୍ଗସଖାଲ ଗାଁର ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବାକୁ ଟିମ ଉଇ କ୍ୟାନ ପକ୍ଷରୁ କୋଚିଙ୍ଗ ସେଣ୍ଟରର ଉଦଘାଟନ । ଅଧିକ ପଢନ୍ତୁ...

free coaching center inngurated in malkangiri
ଗ୍ରାମାଞ୍ଚଳ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବ ‘ଟିମ ଉଇ କ୍
author img

By

Published : Nov 19, 2020, 9:58 AM IST

ମାଲକାନଗିରି: ଗ୍ରାମାଞ୍ଚଳ ଶିକ୍ଷାର ବିକାଶ କରିବାକୁ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରୟାସ । ମାଲକାନଗିରି ସଦର ମହକୁମାଠାରୁ 15କିଲୋମିଟର ଦୂର ଡଙ୍ଗସଖାଲ ଗାଁରେ ଶିକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖି ଟିମ ଉଇ କ୍ୟାନ ପକ୍ଷରୁ ପିଲାଙ୍କୁ ମାଗଣା ପାଠ ପଢାଇବାକୁ ପ୍ରୟାସ ଆରମ୍ଭ ହୋଇଛି ।

ଗ୍ରାମାଞ୍ଚଳ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବ ‘ଟିମ ଉଇ କ୍ୟାନ’

ଗାଁର ପିଲାମାନେ ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବାକୁ ଆଗେଇ ଆସିଛି ‘ଟିମ ଉଇ କ୍ୟାନ’ । ବୁଧବାର ଗାଁର କିଛି ଶିକ୍ଷିତ ଯୁବକ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପିଲାମାନେ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢି ପାରିବେ । ଏ ନେଇ ଟିମ ଉଇ କ୍ୟାନ ପକ୍ଷରୁ ମାଗଣା କୋଚିଙ୍ଗ ସେଣ୍ଟରର ଉଦଘାଟନ କରାଯାଇଛି । ଉଦଘାଟନୀ ଉତ୍ସବରେ ପିଲାମାନଙ୍କୁ ଖାତା,କଲମ, ପେନସିଲ ଇତ୍ୟାଦି ସମସ୍ତ ପାଠ୍ୟ ଉପକରଣ ଟିମ ପକ୍ଷରୁ ପ୍ରଦାନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଗାଁରେ ଏହା ଅରମ୍ଭ କରାଯାଇଛି । ଧିରେ ଧିରେ ଏହା ଆଖ ପାଖ ଗାଁରେ ଆରମ୍ଭ କରିବାକୁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଟିମ ସଦ୍ୟସ । ଯୁବକମାନଙ୍କର ଏହି ପ୍ରୟାସକୁ ସ୍ଥାନୀୟରେ ବେଶ୍ ପ୍ରଶଂସା କରାଯାଇଛି । ଉଦଘାଟନୀ ଉତ୍ସବରେ ମାନ୍ୟବର ସାଂସଦ ରମେଶ ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ଆଡ଼ମା ରାବା, ଗୋପାଳ ପଣ୍ଡା ଇତ୍ୟାଦି ଯୋଗ ଦେଇଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.