ETV Bharat / state

ଲଗାଣ ବର୍ଷାରେ ବେହାଲ ମାଲକାନଗିରି: ବୁଡ଼ିଲା ୩ଟି ବ୍ରିଜ, ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Jul 26, 2023, 6:26 PM IST

ଲଗାଣ ବର୍ଷା ଯୋଗୁ ମାଲାକାନଗିରି ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇଛି । ସମସ୍ତ ବ୍ରିଜ୍‌ଗୁଡିକ ଉପରେ ୩ରୁ ୪ ଫୁଟ ଉଚ୍ଚର ପାଣି ଚାଲୁଛି । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ ବେହାଲ ମାଲକାନଗିରି
ଲଗାଣ ବର୍ଷାରେ ବେହାଲ ମାଲକାନଗିରି
ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି: ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ମାଲାକାନଗିରି ଜିଲ୍ଲାରେ ବୁଧବାରଠାରୁ ବର୍ଷା ଜାରି ରହିଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି । ବିଭିନ୍ନ ନଦୀଗୁଡିକରେ ଜଳପତ୍ତନ ବୃଦ୍ଧି ପାଇଛି । ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା କାକୁରକୁଣ୍ଡା, ଏମଭି-୯୦ ନମ୍ବର ବ୍ରିଜ, ଏମଭି-୯୬ ନମ୍ବର ବ୍ରିଜ ଉପରେ ପାଣି ଲହଡି ଭାଙ୍ଗୁଛି । ସେହିଭଳି ମାଲକାନଗିରିଠାରୁ ଛତିଶଗଡ଼ ଯୋଗାଯୋଗ କରୁଥିବା ଚାଲାଣଗୁଡ଼ା ବ୍ରିଜ ଉପରେ ପାଣି ଥିବାରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସମସ୍ତ ବ୍ରିଜଗୁଡିକ ଉପରେ ୩ରୁ ୪ ଫୁଟ ଉଚ୍ଚର ପାଣି ଚାଲୁଛି । ଯାହା ଫଳରେ ମାଲକାନଗିରିଠାରୁ ମୋଟୁ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିଭଳି କାଲିମେଳା କନ୍ଯାଶ୍ରମ ନିକଟରେ ଥିବା ବ୍ରିଜ୍‌ ଉପରେ ୩ ଫୁଟର ପାଣି ଥିବାରୁ କାଲିମେଳାଠାରୁ ପଡ଼ିଆ ବ୍ଲକ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ହେବାଦ୍ବାରା ପାହାଡିଆ ପାଣି ପ୍ରବଳ ମାତ୍ରାରେ ଆସିବାରୁ ଏହି ନାଳଗୁଡ଼ିକ ବନ୍ୟାଜଳ ପରୁପୂର୍ଣ୍ଣ ହୋଇଛି । ଯାହାଦ୍ବାରା ଏଠାରେ ଥିବା ତଳିଆ ବ୍ରିଜ୍ ବୁଡି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ସାଧାରଣ ଲୋକ ଯାତାୟତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ନାଳ ଉପରେ ଦୀର୍ଘ ଦିନ ହେବ ଉଚ୍ଚ ବ୍ରିଜ ନିର୍ମାଣ କରାଯାଉଥିଲେ ମଧ୍ଯ ବର୍ତ୍ତମାନସୁଦ୍ଧା ଏହାର କାମ ସମ୍ପୂର୍ଣ୍ଣ ହୋଇନାହିଁ । ଏଣୁ ଏହି ବ୍ରିଜ କାମ ଯଥାଶୀଘ୍ର ସାରିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି । ଅନ୍ୟପକ୍ଷରେ କୃଷି କାର୍ଯ୍ୟ ପାଇଁ ବର୍ଷାର ଆବଶ୍ୟକତା ରହିଥିଲା । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କୃଷି କାର୍ଯ୍ୟ ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ମାଲକାନଗିରି ଜିଲ୍ଲାରେ 354.8 ମିଲିମିଟର ବର୍ଷା ହୋଇଛି ।

ଏହା ବି ପଢନ୍ତୁ...ଲୋୟର ସୁକତେଲ ଡ୍ୟାମ୍‌ରେ ପଶୁଛି ବନ୍ୟାଜଳ: ବଢୁଛି ଜଳସ୍ଥର, ଗାଁ ଛାଡିବାକୁ ନାରାଜ ବିସ୍ଥାପିତ

ମାଲକାନଗିରି ବ୍ଲକରେ 80.4 ମିଲିମିଟର, ମାଥିଲି ବ୍ଲକରେ 18.0 ମିଲିମିଟର, ଖଇରପୁଟ ବ୍ଲକରେ 30.0 ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ 55.0 ମିଲିମିଟର, କୋରୁକୋଣ୍ଡା ବ୍ଲକରେ 47.0 ମିଲିମିଟର ବର୍ଷା, କାଲିମେଳା ବ୍ଲକରେ 80.0 ମିଲିମିଟର, ପଡ଼ିଆ ବ୍ଲକରେ 44.4 ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ଆଜି ଜିଲ୍ଲାରେ ହାରାହାରି 50.69 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳିନ ଅଧିକାରୀ । ବର୍ତ୍ତମାନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଏଭଳି ବର୍ଷା ଲାଗି ରହିଲେ ପାଙ୍ଗାମ ନଦୀରେ ବନ୍ୟା ପରିସ୍ଥିିତି ଉପୁଜିପାରେ । ଆଉ ପାଣି ଆସିଲେ ମାଲକାନଗିରି ଓ ଜୟପୁର ମଧ୍ଯରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.