ETV Bharat / state

ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ପିଙ୍କ ବୁଥରେ ଭୋଟ ଦେଲେ ମହିଳା

ମାଲକାନଗିରି ଜିଲ୍ଲାର ମାଲକାନଗିରି ବ୍ଲକ ଅନ୍ତର୍ଗତ 19ଟି ପଞ୍ଚାୟତରେ ପଡିଲା ପ୍ରଥମ ପର୍ଯ୍ଯାୟ ଭୋଟ । ଅଧିକ ପଢନ୍ତୁ

author img

By

Published : Feb 16, 2022, 2:46 PM IST

ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ପିଙ୍କ ବୁଥରେ ଭୋଟ ଦେଲେ ମହିଳା
ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ପିଙ୍କ ବୁଥରେ ଭୋଟ ଦେଲେ ମହିଳା

ମାଲକାନଗିରି: ବହୁପ୍ରତିକ୍ଷିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଆଜି ୩୦ଟି ଜିଲ୍ଲାରେ ୭୧ ବ୍ଲକର ୧,୬୬୯ଟି ପଞ୍ଚାୟତରେ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର । ଏହି ପରିପ୍ରେକ୍ଷୀରେ ମାଲକାନଗିରି ବ୍ଲକର 19 ପଞ୍ଚାୟତର 264 ମତଦାନ କେନ୍ଦ୍ରରେ ମତଦାନ ଚାଲିଛି । 19 ପଞ୍ଚାୟତ ନିମନ୍ତେ 80 ଜଣ ସରପଞ୍ଚ ପ୍ରାର୍ଥୀ ଏବଂ 59 ଜଣ ସମିତି ସଭ୍ୟ ରହିଥିବା ବେଳେ 3 ଗୋଟି ଜିଲ୍ଲା ପରିଷଦ ଆସନ ନିମନ୍ତେ 1 ନମ୍ବର ଜୋନରେ 4 ଜଣ, 2 ନଂ ଜୋନରେ 4 ଜଣ ଏବଂ 3 ନଂ ଜୋନରେ 7 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି ।

ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟ ମତଦାନ

ସେହିପରି ମୋଟ 70,475 ଜଣ ମତଦାତା ନିଜର ମତସାବ୍ୟସ୍ତ କରୁଛନ୍ତି । ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବୁଥରେ 3 ଜଣ ପୋଲିଂ କର୍ମଚାରୀଙ୍କ ସମେତ ଜଣେ ଲେଖାଏଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣାକୁ କଡାକଡି କରାଯାଇଛି । ସୀମାନ୍ତ ଅଂଚଳରେ ରହିଥିବା ସମ୍ବେଦନଶୀଳ ଅଞ୍ଚଳରେ DVF ଏବଂ SOG ଯବାନମାନେ କୁମ୍ବିଂ କରି ନିର୍ବାଚନକୁ ହିଂସା ମୁକ୍ତ କରିବା ପ୍ରତି ଦୃଷ୍ଟି ରଖିଥିବା କହିଛନ୍ତି ନୋଡାଲ୍ ଅଫିସର ତଥା PD DRDA ।

ସେହିଭଳି ମାଲକାନଗିରି ଜିଲ୍ଲାର ତମାସା ପଞ୍ଚୟତର MV7 ଗ୍ରାମରେ ମହିଳାମାନେ କିଭଳି ଆସି ମତଦାନ କରିବେ ସେଥିପାଇଁ ପିଙ୍କ ବୁଥ ଖୋଲାଯାଇଛି । ଏହି ବୁଥରେ ସମସ୍ତ ପ୍ରିଜାଇଡିଂ, ପୋଲିଂ ଅଫିସର ଓ ସୁରକ୍ଷାକର୍ମୀମାନେ ମହିଳା ଥିବା ଦେଖିବାକୁ ମିଳିଛି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.