ETV Bharat / state

ଦାରିଦ୍ର୍ୟର କରୁଣ କାହାଣୀ, 4 ମାସର ଶିଶୁପୁତ୍ରକୁ ବିକି ଆତ୍ମହତ୍ୟା କଲା ବାପା - ମାଲକାନଗିରି ଆତ୍ମହତ୍ୟା

ନିଜର 4 ମାସର ଶିଶୁୁପୁତ୍ରକୁ ବିକ୍ରି ପରେ ବାପାର ଆତ୍ମହତ୍ୟା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଗାଁରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...

father commits suicide after selling his child
4 ମାସର ଶିଶୁପୁତ୍ରକୁ ବିକ୍ରି ପରେ ବାପାର ଆତ୍ମହତ୍ୟା
author img

By

Published : Jan 8, 2021, 5:09 PM IST

ମାଲକାନଗିରି: ପେଟକୁ ଦାନା ଅଛି ନା ମୁଣ୍ଡ ଗୁଞ୍ଜିବାକୁ ଚାଳ । ଏଭଳି ସ୍ଥିତିରେ ପାଞ୍ଚ ପାଞ୍ଚଟି ଛୁଆଙ୍କ ଲାଳନ ପାଳନ ବୋଝ । ତେଣୁ 4 ମାସର ଜନ୍ମିତ ଶିଶୁପୁତ୍ରକୁ ବିକ୍ରି କଲେ ବାପାମାଆ । ଆଉ ଛୁଆକୁ ହରାଇବା ଦୁଃଖରେ ଭାଙ୍ଗିପଡି ଶେଷରେ ବାପା ନିଜର ଜୀବନ ହରାଇ ବସିଲା । ଦାରିଦ୍ର୍ୟତାର ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ଗାଁରେ । ମୃତକ ବ୍ୟକ୍ତି ହେଉଛନ୍ତି ଉକ୍ତ ଗାଁର ସମନାଥ ଖିଲ ।

4 ମାସର ଶିଶୁପୁତ୍ରକୁ ବିକ୍ରି ପରେ ବାପାର ଆତ୍ମହତ୍ୟା

ସମନାଥଙ୍କ 4ଟି ପୁଅ ଓ ଗୋଟିଏ ଝିଅ । ସେ ଓ ତାଙ୍କ ସ୍ତ୍ରୀ କୁନି ଖିଲ କୁଲି ମଜୁରୀ କରି କଷ୍ଟମଷ୍ଟେ ପରିବାର ଚଳାଉଥିଲେ । ମାତ୍ର 5ଟି ପିଲାଙ୍କ ପେଟକୁ ଦାନା ଯୋଗାଡ କରିବା ସମନାଥଙ୍କୁ ବଡ କଷ୍ଟ ହୋଇପଡିଲା । ତେଣୁ ସେ ନିଜର 4 ମାସର ଶିଶୁପୁତ୍ର ରାଜାକୁ ଶେଷରେ ବିକ୍ରି କରି କିଛି ଦିନ ପାଇଁ ଦାନା ଯୋଗାଡ କରିଥିଲେ । ହେଲେ ନିଜ ଜନ୍ମିତ ପିଲାକୁ ପର ଘରେ ବିକ୍ରି କରିବା ଚିନ୍ତାରେ ବ୍ୟକ୍ତି ଜଣକ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତ । ଏବେ 4ଟା ପିଲାଙ୍କ ବୋଝକୁ ମୁଣ୍ଡରେ ମୁଣ୍ଡେଇ ତାଙ୍କ ପତ୍ନୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଏଣୁ ମହିଳା ଜଣକ ସରକାରୀ ସହାୟତା ଦାବି କରିଛନ୍ତି ।

ତେବେ 4 ମାସର ଶିଶୁକୁ ନେଲା କିଏ ଓ ଏତେ ସବୁ ଘଟଣା ପରେ ବି ଚାଇଲ୍ଡ ଲାଇନ କାହିଁକି ପହଞ୍ଚି ପାରିଲା ନାହିଁ ସେନେଇ ପ୍ରଶ୍ନ ଉଠିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.