ETV Bharat / state

ମଣ୍ଡି ବନ୍ଦ ନେଇ ଗର୍ଜିଲେ ପୂର୍ବତନ ସାଂସଦ

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ମଣ୍ଡିରେ ପଡିଛି ଶହ ଶହ କ୍ୱିଣ୍ଟାଲ ଧାନ । ସରକାରଙ୍କ ନିକଟରେ ମଣ୍ଡି ଖୋଲିବା ଏବଂ ଟୋକେନ୍ ଥିବା ଚାଷୀଙ୍କ ଧାନ ଖରିଦ କରିବା ନେଇ ଦାବି କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

author img

By

Published : Jan 18, 2021, 6:47 PM IST

ମଣ୍ଡି ବନ୍ଦ ନେଇ ଗର୍ଜିଲେ ପୂର୍ବତନ ସାଂସଦ
ମଣ୍ଡି ବନ୍ଦ ନେଇ ଗର୍ଜିଲେ ପୂର୍ବତନ ସାଂସଦ

ମାଲକାନଗିରି: ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ମଣ୍ଡିରେ ପଡିଛି ଶହ ଶହ କ୍ୱିଣ୍ଟାଲ ଧାନ । ଏହାର ସୁଯୋଗ ନେଇ ରାଜନେତାମାନେ ମଣ୍ଡିରେ ପହଞ୍ଚି କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଗତକାଲି (ରବିବାର) କାଲିମେଳା ମଣ୍ଡିରେ ପିସିସି କାର୍ଯ୍ୟକାରୀ ସଭାପତି ମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଓ ମଣ୍ଡିକୁ ପୁନଃ ଚାଲୁ କରିବା ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁଣି ବିଜେପିର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ମଣ୍ଡି ଖୋଲିବା ଏବଂ ଟୋକେନ୍ ଥିବା ଚାଷୀଙ୍କ ଧାନ ଖରିଦ କରିବା ନେଇ ଦାବି କରିଥିଲେ ।

ମଣ୍ଡି ବନ୍ଦ ନେଇ ଗର୍ଜିଲେ ପୂର୍ବତନ ସାଂସଦ

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ କରୁକୋଣ୍ଡା ମଣ୍ଡିରେ ପହଞ୍ଚି ମଣ୍ଡିରେ ପଢିଥିବା ଶହ ଶହ ବସ୍ତା ଧାନକୁ ତୁରନ୍ତ ସରକାର ଖରିଦ କରିବାକୁ ଦାବି କରିଥିଲେ । ପ୍ରକାଶ ଥାଉକି, ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 7ଲକ୍ଷ 55ହଜାର କ୍ୱିଣ୍ଟାଲ ଧାନ ଦିତୀୟ ପର୍ଯ୍ୟାୟରେ 2 ଲକ୍ଷ 43 ହଜାର କ୍ୱିଣ୍ଟାଲ ଧାନ ଏବଂ ତୃତୀୟ ପର୍ଯ୍ୟାୟରେ 74 ହଜାର କ୍ୱିଣ୍ଟାଲ ଧାନ ଖରିଦ ପାଇଁ ଟାର୍ଗେଟ ଆସିଥିଲା । ବର୍ତ୍ତମାନ ଏହି ଟାର୍ଗେଟ ସମାପ୍ତ ହୋଇଯାଇଥିଲେ ମଧ୍ୟ ଜିଲ୍ଲାରେ 64 ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡିରହିଛି ।

କିଛି ଚାଷୀ ଟୋକେନ୍ ପାଇ ମଧ୍ୟ ଧାନ ବିକ୍ରି କରିପାରୁ ନଥିବା ବେଳେ ଅନେକ ଚାଷୀ ଟୋକେନ୍ ନପାଇ ହନ୍ତସନ୍ତ ହେଉଛନ୍ତି । ଶୀତ କାକରରେ ଚାଷୀ ମଣ୍ଡିରେ ଧାନକୁ ଜଗି ବସିଛନ୍ତି । କେନ୍ଦ୍ର ସରକାର ଧାନ କିଣିବା ପାଇଁ ପର୍ଯ୍ୟାପ୍ତ ପଇସା ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ 17 ହଜାର କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ ଖରିଦ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 53 ହଜାର କ୍ୱିଣ୍ଟାଲ ଧାନ ଖରିଦ କରାଯାଇଥିବା ବେଳେ ମଣ୍ଡିରେ ଆହୁରି 7 ଲକ୍ଷ ଧାନ ପଡି ରହିଛି । ମଣ୍ଡି ଗୁଡ଼ିକରେ ଚାଷୀଙ୍କୁ ଅଣଦେଖା କରାଯାଉଛି । ମେସିନ ନାହିଁ, ମଣ୍ଡିରେ ଚାଷୀଙ୍କ 4 ରୁ 5 କ୍ୱିଣ୍ଟାଲ ଧାନ କଟାଯାଉଛି । ଏଠି ଧାନ ରଖିବା ପାଇଁ ଗୋଦାମ ଥାଇ ମଧ୍ୟ ନଥିଲା ଭଳି । ଚାଷୀଙ୍କ ଧାନ ଜିଲ୍ଲା ପ୍ରଶାସନ ତୁରନ୍ତ ଉଠାଉ ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ଚାଷୀ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.