ETV Bharat / state

ଗଣପର୍ବ ବଡ଼ଯାତ୍ରା ଆରମ୍ଭ, ଆନ୍ଧ୍ର ପ୍ରଦେଶର ପୋଲେରୁ ଠାରେ ସ୍ନାନଯାତ୍ରା ସାରି ବାହାରିଲେ ଠାକୁର - ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ଼ଯାତ୍ରା

ପ୍ରତି ଦୁଇ ବର୍ଷରେ ଥରେ ମାଲକାନଗିରି ଜିଲ୍ଲାରେ ପାଳିତ ହେଉଥୁବା ବଡଯାତ୍ରାର ଠାକୁର କାନମରାଜ, ବାଲରାଜ , ପୋତରାଜ ଓ ମୁତ୍ୟାଲୁମ୍ମାଙ୍କ ଯାତ୍ରା ଆନ୍ଧ୍ର ପୋଲେରୁ ଠାରୁ ଆରମ୍ଭ ହୋଇଛି । ତିନି ଠାକୁର ତାଡକା କୁଣ୍ଡରେ ବୁଡ ପକାଇ ସ୍ନାନ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ ଜରାସନ୍ଧକୁ ବଦ୍ଧ କରି ଭଗବାନ ଶ୍ରୀକୃଷ୍ଣ , ଭୀମ ଓ ଅର୍ଜୁନ ଏଠାରେ ବୁଡ ପକାଇଥିଲେ । ଆଉ ସେବେ ଠାରୁ ଚାଲି ଆସିଛି ଏହି ପରମ୍ପରା । ଅଧିକ ପଢନ୍ତୁ

famous bada yatra
famous bada yatra
author img

By

Published : Mar 1, 2023, 4:12 PM IST

Updated : Mar 1, 2023, 5:35 PM IST

ଗଣପର୍ବ ବଡ଼ଯାତ୍ରା ଆରମ୍ଭ

ମାଲକାନଗିରି: ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ଼ଯାତ୍ରା । ପାରମ୍ପରିକ ରୀତିନୀତି ଅନୁସାରେ ଆନ୍ଧ୍ର ପ୍ରଦେଶର ପୋଲେରୁଠାରେ ସ୍ନାନଯାତ୍ରା ସାରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଠାକୁର କାନମରାଜ, ବାଲରାଜ, ପୋତରାଜ ଓ ମୁତ୍ୟାଲୁମ୍ମା । ଏହି ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ପାଳନ କରାଯାଏ । ମାଲକାନଗିରି ଜିଲ୍ଲାର ମାନ୍ୟମକୋଣ୍ଡା ଠାରେ ଠାକୁରଙ୍କ ବିଗ୍ରହ ସ୍ଥାପନ କରାଯିବା ପରେ ଆନ୍ଧ୍ର ପୋଲେରୁ ଠାରେ ଠାକୁରଙ୍କୁ ନିଆଯାଇଥିଲା ସ୍ନାନ ଯାତ୍ରା କରିବା ଲାଗି । ଦୁଇଟି ନୂତନ ଡଙ୍ଗାକୁ ଏକାଠି କରି ତିନି ଠାକୁର ସିଲେରୁ ନଦୀ ପାରି ହେବା ପରେ ପହଞ୍ଚିଥିଲେ ଆନ୍ଧ୍ର ପ୍ରଦେଶର ପୋଲେରୁ ଠାରେ ଥିବା ତାଡକା କୁଣ୍ଡରେ । ସେଠାରେ ଗୁମ୍ଫା ଭିତରେ ଲୁକାୟିତ ହୋଇ ରହିଥିବା ଦେବୀ ମୁତ୍ୟାଲୁମ୍ମାଙ୍କୁ ଉପସନା କରାଯିବା ପରେ କୁଣ୍ଡରେ ଅରୁଆ ଚାଉଳର ଭୋଗ ଦିଆଯାଇଥିଲା ।

ଏନେଇ ପରେ ତିନି ଠାକୁର କାନମରାଜ, ବାଲରାଜ ଓ ପୋତରାଜ ଏହି କୁଣ୍ଡରେ ବୁଡ ପକାଇ ସ୍ନାନ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ ଜରାସନ୍ଧକୁ ବଦ୍ଧ କରି ଭଗବାନ ଶ୍ରୀକୃଷ୍ଣ , ଭୀମ ଓ ଅର୍ଜୁନ ଏଠାରେ ବୁଡ ପକାଇଥିଲେ । ଆଉ ସେବେ ଠାରୁ ଚାଲି ଆସିଛି ଏହି ପରମ୍ପରା । ତିନି ଠାକୁରଙ୍କ ସ୍ନାନ ଯାତ୍ରା ଶେଷ ହେବା ପରେ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ବୁଡ ପକାଇଥିଲେ ଆନ୍ଧ୍ର ପ୍ରଦେଶର ଏହି ତାଡକା କୁଣ୍ଡରେ । ଏଠାରେ ବୁଡ ପକାଇଲେ ସବୁ ପାପ ଧୋଇ ହୋଇ ପୁନ୍ୟ ଅର୍ଜନ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି ।

ତେବେ କେଉଁ ଆଦିମ କାଳରୁ ପ୍ରଚଳିତ ଏହି ବିଶ୍ବାସ ଓ ପରମ୍ପରାକୁ ଆଧାର କରି ଆନ୍ଧ୍ର , ଓଡିଶା ଓ ଛତିଶଗଡ , ତେଲେଙ୍ଗନାର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଏଠାରେ । ଆନ୍ଧ୍ର ପୋଲେରୁ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ଦୀର୍ଘ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିବା ସମୟରେ ବିଭିନ୍ନ ସ୍ଥାନରେ ଅଟକି ଠାକୁର ପୂଜା ପାଇଥାଆନ୍ତି । ଆନ୍ଧ୍ର, ଓଡିଶା ଓ ଛତିଶଗଡ ତିନି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ ଏହି ବଡଯାତ୍ରାରେ ।

ଆସନ୍ତା ୪ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ସହରରେ ପାଳିତ ହେବ ଏହି ପର୍ବ । ଯେଉଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଆନ୍ଧ୍ର ପ୍ରଦେଶର ଏହି ତାଡକାକୁଣ୍ଡରେ ଦେବୀଙ୍କ ନିକଟରେ ପ୍ରଥମ ବଳୀ ପକାଯାଇ ଠାକୁରଙ୍କ ଯାତ୍ରା ଆରମ୍ଭ ହୋଇଥିଲା ମାଲକାନଗିରି ଅଭିମୁଖେ । ସିଲେରୁ ନଦୀରେ ତିନି ଠାକୁରଙ୍କ ସହ ଦେବୀ ମୁତ୍ୟାଲୁମ୍ମାଙ୍କ ଆଗମନ ହୁଏ ମାଲକାନଗିରି ଜିଲ୍ଲାରେ । ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ସିଲେରୁ ନଦୀରେ ଭକ୍ତ ମାନେ ଶୃଙ୍ଖଳିତ ଅବସ୍ଥାରେ ପାରି ହେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି । ଯାହାର ଉପରେ ଲୋକେ ଚାଲି ଚାଲି ଯାଇ ପାରୁଛନ୍ତି ଭକ୍ତ ।

ଏହା ସହ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିଲା । ୨ ଟି ଓଡ୍ରାଫ ଟିମ ଓ ଆନ୍ଧ୍ର ଅଗ୍ନିଶମ ବିଭାଗ ମୁତୟନ ରହିଥୁଲେ ସିଲେରୁ ନଦୀ ଭିତରେ । ନଦୀର ଦୁଇ ପାର୍ଶ୍ଵରେ ଆନ୍ଧ୍ର ଓ ଓଡିଶା ପୋଲିସ କର୍ମଚାରୀମାନେ ସୁରକ୍ଷା ଦାୟିତ୍ଵରେ ରହିଥିଲେ । ଆନ୍ଧ୍ର ପ୍ରଶାସନ ତରଫରୁ ଲୋକଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆନ୍ଧ୍ର ପ୍ରଦେଶ ଚିତ୍ରୁର ଉପଜିଲ୍ଲାପାଳ ସୁରଜ ଗନାରି ।

ଇଟିଭି ଭାରତ, ମାଲକାନଗିରି

Last Updated : Mar 1, 2023, 5:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.