ETV Bharat / state

Explosives Seized: ସ୍ବାଭିମାନ ଅଞ୍ଚଳରୁ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

author img

By

Published : Dec 16, 2021, 10:42 AM IST

ସ୍ବାଭିମାନ ଅଞ୍ଚଳରୁ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ । ସୁରକ୍ଷା ବାହିନୀଙ୍କ ମିଳିତ ଅପରେସନରେ ଏହି ସବୁ ସାମଗ୍ରୀ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସଡିପିଓ । ଅଧିକ ପଢନ୍ତୁ

ସ୍ବାଭିମାନ ଅଞ୍ଚଳରୁ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରୁ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି । ସୁରକ୍ଷା ବାହିନୀଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଜବତ ମାଓ ସାମଗ୍ରୀ ମଧ୍ୟରେ ଲ୍ୟାଣ୍ଡମାଇନ ସହ କୋଡେକ୍ସ ତାର, ଜିଲୋଟିନ ଏବଂ ଔଷଧ ରହିଛି । ଏଥିରୁ ମାଓବାଦୀମାନେ କୌଣସି ବଡ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ଅନୁମାନ କରାଯାଉଛି । ଯାହାକୁ ସୁରକ୍ଷା ବାହିନୀ ପଣ୍ଡ କରିଦେଇଛନ୍ତି । ମାଓ ସାମଗ୍ରୀ ଜବତ ନେଇ ମାଲକାନଗିରି ଏସଡିପିଓ ଜି. ଅଭିଳାଷ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ସ୍ୱାଭିମାନ ଅଞ୍ଚଳର ପନସପୁଟ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ନିଦେମଝରି ଜଙ୍ଗଲରେ ମାଓବାଦୀଙ୍କ ଦ୍ବାରା ଏକ ବିସ୍ପୋରକ ସାମଗ୍ରୀର ଦମ୍ପ ରହିଥିବା ଗତ 12 ତାରିଖରେ ମାଲକାନଗିରି ପୋଲିସକୁ ଏକ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଖବର ଆଧାରରେ SOG ଏବଂ DVFଙ୍କ ସହ BSF ଯବାନଙ୍କ ମିଳିତ କୁମ୍ବିଂ ଅପରେସନ ଲଞ୍ଚ କରିଥିଲେ । ଅପରେସନ ସମୟରେ ବିସ୍ଫୋରକ ଏବଂ ବିପୁଳ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.