ETV Bharat / state

ଇଟିଭି ଭାରତ ପ୍ରଭାବ; ଯବାନ ରାମ ସିଂ ବୁରୁଦା ଡାକ୍ତରଖାନାରେ ଭର୍ତ୍ତି

ଶେଷରେ ଶୁଣିଲେ ପ୍ରଶାସନ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଯବାନ ରାମସିଂ ବୁରୁଦାଙ୍କୁ ଡାକ୍ତରଖାନା ନିଆଯାଇଛି ।

author img

By

Published : Aug 26, 2019, 9:23 PM IST

ଡିଜାଇନ ଫଟୋ

ମାଲକାନଗିରି: ଶେଷରେ ଶୁଣିଲେ ପ୍ରଶାସନ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଯବାନ ରାମ ସିଂ ବୁରୁଦାଙ୍କୁ ଡାକ୍ତରଖାନା ନିଆଯାଇଛି । ଡାକ୍ତରଖାନାରେ ଭର୍ତ୍ତି କଲା ପରେ ରାମ ସିଂଙ୍କ ପତ୍ନୀ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

୨୦୧୮ ଅକ୍ଟୋବର ୧୫ ତାରିଖରୁ ସଡକ ଦୁର୍ଘଟଣାର ଶିକାର ହୋଇ କୋମାରେ ଅଛନ୍ତି ରାମସିଂ ବୁରୁଦା । ସେବେଠୁ ତାଙ୍କୁ କେହି ସାହାଯ୍ୟ କରୁନଥିବାବେଳେ ପ୍ରଥମେ ସହାୟତାର ହାତ ବଢାଇଥିଲା ଇଟିଭି ଭାରତ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଦିନେ ନକ୍ସଲଙ୍କୁ ନାକେଦମ୍‌ କରୁଥିବା ଏହି ଯବାନ ଆଜି କୋମାରେ । ଚିକିତ୍ସା ପାଇଁ ନାହିଁ ଅର୍ଥ, ନଥିଲା ସରକାରୀ ସହାୟତା । ଦେଶ ମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ଯବାନ ସତେ ଯେପରି ଆଜି ସମସ୍ତଙ୍କ ପାଇଁ ଅଲୋଡା ହୋଇଯାଇଥିଲେ । ତେବେ ଇଟିଭି ଭାରତର ଉଦ୍ୟମ ପରେ ଆଜି ସେ ସରକାରଙ୍କ ଦୃଷ୍ଟିକୁ ଆସିଛନ୍ତି ।

ତେବେ ଦେଖିବାର କଥା ନକ୍ସଲ ଯୁଦ୍ଧରେ ଜୟଲାଭ କରୁଥିବା ଯବାନ, ନିଜ ଜୀବନ ଯୁଦ୍ଧରେ କେବେ ଜୟଲାଭ କରୁଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

jawan 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.