ETV Bharat / state

Etv Bharat Impact: ମେଡିକାଲ ପରେ ମେଡିକାଲ ବୁଲି ଭାଗ୍ୟକୁ ଆଦରି ପଡିଥିଲେ, ଏବେ ଡାକ ଶୁଣିଲା ପ୍ରଶାସନ - ମାଲକାନଗିରି ଖବର

ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଦୁର୍ଘଟଣାର ଶିକାର ଏରାଙ୍କୁ ବଢାଇଲା ସହାୟତାର ହାତ । ଅଧିକ ପଢନ୍ତୁ

Etv Bharat Impact : ଏରାଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା ମାଲକାନଗିରି ପ୍ରଶାସନ

author img

By

Published : Dec 16, 2021, 7:42 PM IST

ମାଲକାନଗିରି: ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଦୁର୍ଘଟଣାର ଶିକାର ହୋଇଥିବା ଏରାଙ୍କୁ ବଢାଇଲା ସହାୟତାର ହାତ। ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମର ଦେବା ସୋଡ଼ିଙ୍କ ପୁଅ ଏରା ସୋଡ଼ି ।

ଗତ ଅକ୍ଟୋବର ମାସରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏରା ସୋଡି କୈଣସି ଏକ କାର୍ଯ୍ୟରେ ବାଇକରେ ମାଲକାନଗିରି ଯାଉଥିଲେ । ଏ ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଏରାଙ୍କୁ କୋରାପୁଟ ହସ୍ପିଟାଲ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Etv Bharat Impact : ଏରାଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା ମାଲକାନଗିରି ପ୍ରଶାସନ

ହେଲେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା । ପରେ କଟକ ବଡ଼ ଡାକ୍ତରଖାନାକୁ ରେଫର କରାଯାଇଥିଲା । ସେଠାରେ ଏରାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା । ସେଠାରୁ କଟକର ରିମ୍ ସି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରିବାର । ହେଲେ ସେଠାରେ ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ଡାକ୍ତର ତାଙ୍କୁ କହିବା ପରେ ଏରାଙ୍କ ବାପା ଗାଁରେ ଥିବା ଜମିବାଡି ବିକ୍ରି କରି ଦେଇଥିଲେ । ପ୍ରାୟ ୪ଲକ୍ଷ ଟଙ୍କା ପୁଅର ଚିକିତ୍ସା ପାଇଁ ଯୋଗାଡ କରିଥିଲେ ।

କିନ୍ତୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ସୁସ୍ଥ ହୋଇ ପାରି ନଥିଲେ ଏରା । ଅଧିକ ଟଙ୍କା ଦରକାର ପଡିବାରୁ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ଏନେଇ ଗତ ୧୨ ତାରିଖରେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଏରାଙ୍କ ଚିକିତ୍ସା ପାଇଁ ଆଗେଇ ଆସିଥିଲା ଜିଲ୍ଲା ପ୍ରଶାସନ ।

ଏହାବି ପଢନ୍ତୁ: ଅର୍ଥ ସାଜିଛି ବାଧକ: ଯୁବା ବୟସରେ ଶଯ୍ୟାଶାୟୀ ଏରା, ଲୋଡା ସରକାରୀ ସହାୟତା

ମାଲକାନଗିରିରୁ ପଞ୍ଚାନନ ଦାଶ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.