ETV Bharat / state

ଅଜଣା ଜ୍ବର ଆତଙ୍କ: ମାଲକାନଗିରିରୁ 'ଇଟିଭି ଭାରତ'ର ଗ୍ରାଉଣ୍ଡ ଜିରୋ ରିପୋର୍ଟ - ବ୍ୟାପୁଛି ଅଜଣା ଜ୍ବର ଆତଙ୍କ

ମାଲକାନଗିରିର କାଲିମେଳା ବ୍ଲକ ତାମନପାଲ୍ଲୀରେ ବ୍ୟାପୁଥିବା ଅଜଣା ଜ୍ବରରେ 15 ଦିନ ମଧ୍ୟରେ 6 ଶିଶୁଙ୍କ ମୃତ୍ୟୁ ହୋଇଛି। ଏ ଘଟଣା ଗ୍ରାମବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଦେଖନ୍ତୁ ତାମନପାଲ୍ଲୀରୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Nov 12, 2019, 12:00 AM IST

ମାଲକାନଗିରି: ଜିଲ୍ଲାରେ ପୁଣି ଅଜଣା ରୋଗର ଆତଙ୍କ । କାଲିମେଳା ବ୍ଲକ ଅନ୍ତର୍ଗତ ତାମନପାଲ୍ଲୀ ଗାଁରେ ବ୍ୟାପୁଥିବା ଅଜଣା ଜ୍ବରକୁ ନେଇ ଆତଙ୍କ । ଗତ 15 ଦିନ ମଧ୍ୟରେ ଏହି ଅଜଣା ଜ୍ବର ନେଲାଣି 6 ନିରୀହ ଶିଶୁଙ୍କ ଜୀବନ । ସ୍ଥିତି ସଙ୍ଗୀନ ଦେଖି ଗାଁରେ ଡେରା ପକାଇଛି ଏକ ଡାକ୍ତରୀ ଦଳ । ଗୁରୁତର ଥିବା ଶିଶୁଙ୍କ ଜିଲ୍ଲା ସଦର ଚିକିତ୍ସାଳୟରେ ଚାଲିଛି ଚିକିତ୍ସା । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗାଁରେ ପହଞ୍ଚି ବାସ୍ତବ ସ୍ଥିତି ପରଖିଛନ୍ତି ଇଟିଭି ଭାରତ ସମ୍ବାଦଦାତା । ଦେଖନ୍ତୁ ତାମନପାଲ୍ଲୀରୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ...

ବ୍ୟାପୁଛି ଅଜଣା ଜ୍ବର ଆତଙ୍କ

ତାପନପାଲ୍ଲୀକୁ ଫେରିଥିବା ଏହି ଅଜଣା ଜ୍ବରରେ ଶିଶୁଙ୍କୁ ପ୍ରଥମେ ଜ୍ବର ଆସୁଛି ପରେ ମୁଣ୍ଡ ବ୍ୟଥା ଓ ବାନ୍ତି ହେଉଛି । ଆଉ ଏହା ପରେ ସବୁଦିନ ପାଇଁ ଆଖି ବୁଜୁଛନ୍ତି ରୋଗରେ ଆକ୍ରାନ୍ତ ଶିଶୁ । ତେବେ ତାଙ୍କ ପିଲାଙ୍କୁ କେଉଁ ଅଜଣା ରୋଗ ଆକ୍ରାନ୍ତ ହେଉଛି ତାହା ଭାବି ଚିନ୍ତାରେ ବାପା ମା' । ଘର ଭିତର ହେଉ କି ବାରଣ୍ଡା ସବୁ ସ୍ଥାନ ରୋଗରେ ଆକ୍ରାନ୍ତ ଶିଶୁର ପାଲଟିଛି ଶର୍ଯ୍ୟା । ଗାଁର ପ୍ରାୟ ସମସ୍ତ ଶିଶୁ ଏବେ ଏହି ରୋଗର ଶିକାର ହେଉଥିବାବେଳେ ପୁଣି ଥରେ 3 ବର୍ଷ ତଳର ଜାପାନୀ ଜ୍ବର ଫେରିଛି ଭାବି ଚିନ୍ତାରେ ଗ୍ରାମବାସୀ।

ସେପଟେ କୋରାପୁଟ ମେଡିକାଲ କଲେଜର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସମସ୍ତ ଶିଶୁଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜାପାନୀ ଏନସେଫାଲାଇଟିସ୍‌କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିବା ଆତଙ୍କକୁ ଖଣ୍ଡନ କରିଛନ୍ତି । ବର୍ତ୍ତମାନ ଗାଁର ପରିସ୍ଥିତି ନିୟନ୍ତ୍ରାଧୀନ ଥିବାବେଳେ ସମସ୍ତ ମୃତ ଶିଶୁ ଶ୍ବାସ ରୁଦ୍ଦ ହୋଇ ପ୍ରାଣ ହରାଇଛନ୍ତି । ସେମାନଙ୍କ ବୟସ ୩ ରୁ ୫ ମାସ ମଧ୍ୟରେ ବୋଲି ଜଣାପଡିଛି।

ଅପରପକ୍ଷେ ତାମନପାଲ୍ଲୀରେ ଅକାଳରେ ମାଆ କୋଳ ଶୂନ୍ୟ ହେଉଥିବା ଖବର ପାଇ ଗାଁରେ ପହଞ୍ଚିଥିଲେ ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ । ତାଙ୍କ କହିବାନୁସାରେ ସଚେତନତାର ଅଭାବରୁ ଗାଁରେ ଏପରି ଶିଶୁ ମୃତ୍ୟୁ ହୋଇଛି । ଏଥିସହିତ ରୋଗ ବ୍ୟାଧି ହେଲେ ଆଦିବାସୀ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ଉପରେ ନିର୍ଭର କରୁଛନ୍ତି । ଯାହା ପରିସ୍ଥିତିକୁ ଅଧିକ ଜଟିଳ କରୁଛି ବୋଲି ସେ କହିଛନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗର ଆତଙ୍କ । କାଲିମେଳା ବ୍ଲକ ଅନ୍ତର୍ଗତ ତାପାନପାଲ୍ଲି ଗାଁରେ ୬ ଜଣ ଶିଶୁଙ୍କ ଜୀବନ ଚାଲିଯିବା ପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ଏକ ଡାକ୍ତରି ଦଳ ଗାଁରେ ଡେରା ପକାଇଥିବା ବେଳେ ଗୁରୁତର ଶିଶୁଙ୍କ ଚିକିତ୍ସା ଚାଲିଛି ଜିଲ୍ଲା ସଦର ଚିକିତ୍ସାଳୟରେ । ହେଲେ ପୁଣି ଥରେ ୩ ବର୍ଷ ତଳର ସେହି ଜାପାନି ଜ୍ବର ଫେରିଥିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି । ଏମିତି ଘଡି ସନ୍ଧି ମୁହଁର୍ତ୍ତରେ ତାପନପାଲ୍ଲୀ ଗ୍ରାମରେ ପହଞ୍ଚି ବାସ୍ତବ ସ୍ଥିତି ପରଖିଥିଲେ ଆମ ସମ୍ବାଦଦାତା ...... ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ

Body:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାମାନପାଲ୍ଲି ଗାଁରେ ଗତ ୧୫ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କ ପ୍ରାଣ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ଗୁରୁତର ରହିଛନ୍ତି । ମୃତ ଶିଶୁ ମାନେ ପ୍ରଥମେ ଜ୍ବର ଆକ୍ରାନ୍ତ ହେବା ପରେ ମୁଣ୍ଡ ବଥା ଓ ବାନ୍ତି ହୋଇ ସେମାନଙ୍କ ଜୀବନ ଚାଲି ଯାଉଛି । କେଉଁ ଅଜଣା ରୋଗ ସେମାନଙ୍କୁ ଆକ୍ରାନ୍ତ କରିଛି ବୋଲି ଲୋକେ ଭାବୁଛନ୍ତି । ଘର ଭିତରେ ଶଯ୍ୟାରେ ରୋଗି ଓ ଘର ବାହାର ବାରଣ୍ଡାରେ ମଧ୍ୟ ଶୋଇଛି ରୋଗି । ଗାଁର ପ୍ରାୟ ସମସ୍ତ ଶିଶୁ ଏବେ ରୋଗ ଆକ୍ରାନ୍ତ ହୋଇଥିବା ବେଳେ ପୁଣି ଥରେ ୩ ବର୍ଷ ତଳର ସେହି ଜାପାନି ଜ୍ବର ଫେରି ଥିବା ନେଇ ଲୋକେ ସନ୍ଦେହ କରୁଛନ୍ତି ।

ବାଇଟ - ତାମାନପାଲ୍ଲି ଗ୍ରାମବାସି
ବାଇଟ - ତାମାନପାଲ୍ଲି ଗ୍ରାମବାସି

ଭି.ଓ.୨- ତାମାନପାଲ୍ଲ୍ ଗାଁରେ ଗତ ୧୫ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହେବା ପେରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ଏକ ଡାକ୍ତରି ଦଳ ଗତ ୩ ଦିନ ଧରି ଗାଁରେ ଡେରା ପକାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ନିଜେ ତାମାନପାଲ୍ଲି ଗାଁକୁ ଯାଇ ପରିସ୍ତିତି ଦେଖିଛନ୍ତି । କୋରାପୁଟ ମେଡିକାଲ କଲେଜର ଏକ ସ୍ବତନ୍ତ୍ର ଡାକ୍ତରି ଦଳ ଗାଁରେ ପହଞ୍ଚି ସମସ୍ତ ଶିଶୁଙ୍କ ରକ୍ତ ନମୁମା ସଂଗ୍ରହ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିଲେ ହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି ଯେ ଜାପାନି ଏନସେଫାଲାଇଟିସ୍ କୁ ନେଇ ଲୋକଙ୍କ ମଧ୍ୟରେ ଯେଉ ଆତଙ୍କ ଦେଖା ଦେଇଛି ତାହା ଠିକ ନୁହେ । ବର୍ତ୍ତମାନ ପରିସ୍ତିତି ନିୟନ୍ତ୍ରଣ ରହିଛି ଓ ସମସ୍ତ ମୃତ ଶିଶୁ ସ୍ବାଶ ରୁଦ୍ଦ ହୋଇ ପ୍ରାଣ ହରାଇଛନ୍ତି । ମୃତ ଶିଶୁଙ୍କ ବୟସ ୩ ରୁ ୫ ମାସ ମଧ୍ୟରେ ବୋଲି ଜଣା ପଡିଛି ।

ବାଇଟ – ଅଜୟ କୁମାର ବୈଠାରୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି
( କଳା ରଙ୍ଗର ଶାର୍ଟ ପିନ୍ଧିଛନ୍ତି)

ଭି.ଓ.୩ – ଶିଶୁ ମୃତ୍ୟୁତ ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହି ହେଲେ ମାଆ କୋଳ ଶୁନ୍ୟ ହେବା ପରେ ଗାଁରେ ପହଞ୍ଚିଥିଲେ ସ୍ବତନ୍ତ୍ର ଆଦିବାସି ବିକାଶ ପରିଷଦର ଅଧକ୍ଷ । ତାଙ୍କ କହିବା ଅନୁସାରେ ସଚେତନତାର ଅଭାବରୁ ଗାଁରେ ଏପରି ଶିଶୁ ମୃତ୍ୟୁ ହୋଇଛି । କାରଣ ଛୋଟ ଛୁଆଙ୍କୁ ମାଆ ମାନେ ଗଛ ତଳେ ଦୋଳିରେ ଶୁଆଇ ବିଲକୁ ଧାନ କାଟିବାକୁ ଯାଉଥିବା ବେଳେ ଛୁଆଙ୍କ ଯତ୍ନ କେହି ନେଉ ନାହାନ୍ତି । ପୁଣି ଆଉ କିଛି ଆଦିବାସି ମହିଳା ମଦ ରନ୍ଦାରେ ବ୍ୟସ୍ତ ରହିଥିବା ବେଳେ ଗାଁରେ ଥିବା ଘୁଷୁରି ପରିବେଷକୁ ଦୁଷିତ କରୁଛି । ରୋଗ ବ୍ୟାଧି ହେଲେ ଆଦିବାସି ମାନେ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ଉପରେ ନିର୍ଭର କରୁଛନ୍ତି ଯାହା ସେମାନଙ୍କୁ ଅଧିକା ମୃତୁ ମୁହକୁ ଠେଲି ଦେଉଛି ।

ବାଇଟ- ମାନସ ମାଡକାମି, ସ୍ବତନ୍ତ୍ର ଆଦିବାସି ବିକାଶ ପରିସରଦ ଅଧକ୍ଷ (ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି)

ବାଇଟ - ସରପଞ୍ଚ(କମଳା ରଙ୍ଗର ଶାର୍ଟ ପିନ୍ଧିଛନ୍ତି)

ଫା.ଭି.ଓ – ଗାଁରେ ଅଜଣା ରୋଗର ଆତଙ୍କ ଦେଖା ଦେଇଥିବା ବେଳେ ଆଦିବାସି ଲୋକେ ଡାକ୍ତରି ଔଷଧ ପରିବର୍ତ୍ତେ ଗୁଣିଆ ଓ ଦିଶାରିଙ୍କ ଉପରେ ଭରଷା କରିଛନ୍ତି । ଯାହା ପରିସ୍ତିତିକୁ ଅଧିକା ଜଟିଳ କରିବାରେ ଲାଗିଛି । ଏଭଳି ପରିସ୍ତିତିରେ ଆଦିବାସି ଲୋକଙ୍କୁ ସଚେତନ କରିବାର ଯଥେଷ୍ଟ ଆବଶ୍ୟକ ରହିଛି ।

ପିଟୁସି: ଜୟନ୍ତ ତିଆଡି ଇଟିଭି ଭାରତConclusion:ପିଟୁସି ବ୍ୟବହାର କରନ୍ତୁ....

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.