ETV Bharat / state

ଅର୍ଥ ସାଜିଛି ବାଧକ: ଯୁବା ବୟସରେ ଶଯ୍ୟାଶାୟୀ ଏରା, ଲୋଡା ସରକାରୀ ସହାୟତା - ମାଲକାନଗିରିରେ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଅର୍ଥ ଅଭାବରୁ ଏବେ ଚିକିତ୍ସିତ ହୋଇନପାରି ଶଯ୍ୟାରେ ପଡି ରହିଛନ୍ତି ଏରା ସୋଡ଼ି । ଆବଶ୍ୟକ ସରକାରୀ ସହାୟତା। ଏ ହେଉଛି ମାଲକାନଗିରି ପାଲକୋଣ୍ଡା ଗ୍ରାମର ଘଟଣା । ଅଧିକ ପଢନ୍ତୁ

ଏରାଙ୍କ ଚିକତ୍ସା ପାଇଁ ଅର୍ଥ ବାଧକ, ଲୋଡା ସରକାରୀ ସାହାଯ୍ୟ

author img

By

Published : Dec 12, 2021, 4:06 PM IST

Updated : Dec 12, 2021, 4:28 PM IST

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମର ଦେବା ସୋଡ଼ିଙ୍କ ପୁଅ ଏରା ସୋଡ଼ି । ଅର୍ଥ ଅଭାବରୁ ଏବେ ଚିକିତ୍ସିତ ହୋଇନପାରି ଶଯ୍ୟାରେ ପଡି ରହିଛନ୍ତି ଫଳରେ ଯୁବା ଅବସ୍ଥାରେ ଯନ୍ତ୍ରଣାରେ ଜର୍ଜରିତ ଏରା । ଗତ ଅକ୍ଟୋବର ମାସରେ ଏକ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ୨ମାସ ହେଲା ଅକ୍ଷମ ହୋଇ ଶଯ୍ୟାଶାୟୀ ହୋଇଯାଇଛନ୍ତି ଏରା । ଫଳରେ ଯେଉଁ ବୟସରେ ସାହାରା ପାଲଟିବା କଥା ଆଜି ସେହି ବୟସରେ ସେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି । ନିଜ କାମ ନିଜେ କରିବାତ ଦୂରର କଥା ବେଡରୁ ମଧ୍ୟ ଉଠି ପାରୁନାହାନ୍ତି । ହେଲେ ଏତେ ଯନ୍ତ୍ରଣା ସତ୍ବେବି ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି ଏରା ସୋଡି । କାହିଁକିନା ତାଙ୍କୁ ଚିକିତ୍ସା କରିବା ପାଇଁ ପରିବାର ଲୋକଙ୍କ ପାଖରେ ଅର୍ଥ ନାହିଁ ।

ଅର୍ଥ ସାଜିଛି ବାଧକ: ଯୁବା ବୟସରେ ଶଯ୍ୟାଶାୟୀ ଏରା, ଲୋଡା ସରକାରୀ ସହାୟତା

ଗତ ଅକ୍ଟୋବର ୧୦ ତାରିଖରେ ଏରା କୌଣସି କାମରେ ବାଇକରେ ମାଲକାନଗିରି ଯାଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଏରାଙ୍କ ବଡ଼ ଭାଇ ଶାନ୍ତୁନୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏରାଙ୍କୁ ତୁରନ୍ତ କୋରାପୁଟ ହସ୍ପିଟାଲ ଏହା ପରେ ବ୍ରହ୍ମପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ଡାକ୍ତର ରେଫର କରିଥିଲେ । ଏହା ପରେ କଟକ SCB ହସ୍ପିଟାଲରେ ଡାକ୍ତର ଚିକିତ୍ସା ନକରି ପକାଇ ରଖିବାରୁ ଏରାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଥିଲା । ଫଳରେ ଏରାଙ୍କ ବଡଭାଇ ଓ ବାପା କଟକର ରିମ୍ ସି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚାରି ରୁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ଡାକ୍ତର ତାଙ୍କୁ କହିବା ପରେ ଏରାଙ୍କ ବାପା ମାଲକାନଗିରି ଆସି ନିଜ ଜମିବାଡ଼ି ଓ ଗୃହପାଳିତ ପଶୁ ବିକ୍ରି କରି ପ୍ରାୟ ୪ଲକ୍ଷ ଟଙ୍କା ପୁଅର ଚିକିତ୍ସା ପାଇଁ ଯୋଗାଡ କରିଥିଲେ । କିନ୍ତୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ସୁସ୍ଥ ହୋଇ ପାରି ନଥିଲେ ଏରା ।

ଅନ୍ୟପଟେ ଚିକିତ୍ସା ପାଇଁ ପୁଣି ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିଥିଲେ । ତେବେ ଟଙ୍କା ନଥିବାରୁ ପରିବାର ଲୋକ ଏରାଙ୍କୁ ଘରକୁ ଫେରାଇ ଆଣିଥିଲେ । ଦୁର୍ଘଟଣା ପରେ ଏରାଙ୍କ ଶରୀର କାମ କରୁ ନଥିବାରୁ ସେ ଘରେ ଶଯ୍ୟାଶାୟୀ ଅଛନ୍ତି । ଏରାଙ୍କ ଚିକିତ୍ସା ବାବଦକୁ ଜମିବାଡ଼ି ବିକ୍ରି କରି ଦେଇଥିବାବେଳେ ପରିବାର ଲୋକଙ୍କ ନିକଟରେ ଆଉ ଟଙ୍କା ନାହିଁ । ତେଣୁ ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଅର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ସେପଟେ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି ନ କହି ଯେତେବେଳେ ଏରାର ଦୁର୍ଘଟଣା ହୋଇଥିଲା ସେତେବେଳ BSKY ଯୋଜନା ହୋଇନଥିଲା ବୋଲି କହିଛନ୍ତି । ଏଥି ସହ ସେ କହିଛନ୍ତି ଏରାକୁ ହସ୍ପିଟାଲରେ ଭର୍ତ୍ତି କଲେ ନିଶ୍ଚିତ ଭାବେ କିଛିନା କିଛି ବ୍ୟବସ୍ଥା କରାଯିବ । ଅପରପକ୍ଷରେ ତୁରନ୍ତ ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗ କଲେ ଏରା ସୁସ୍ଥ ହୋଇପାରିବ ବୋଲି ପରିବାର ଲୋକେ ଆଶା ବାନ୍ଧିଛନ୍ତି ।

ମାଲକାନଗିରିରିୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Dec 12, 2021, 4:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.