ETV Bharat / state

ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

author img

By

Published : Mar 14, 2021, 10:03 AM IST

Updated : Mar 14, 2021, 4:38 PM IST

ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ
ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

09:56 March 14

କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଗୁଳି ବିନିମୟ । କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ । ମାଲକାନଗିରି ଜିଲ୍ଲା ମୁଦୁଲିଗୁଡାରେ କୁମ୍ବିଂ ଅପରେସନବେଳେ ଏନକାଉଣ୍ଟର ଆରମ୍ଭ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ସୁରକ୍ଷାବାହିନୀ ଗୋଟିଏ ଟିଫିନ ବମ, ଡିଟୋନେଟର, ନକ୍ସଲଙ୍କ କିଟ ବ୍ୟାଗ, ଡ୍ରେସ, ବେଲ୍ଟ, ତାରା, ଟୋପି, ବ୍ୟାନର, ମାଓ ପୁସ୍ତକ ଏବଂ ଔଷଧ ଜବତ କରିଛନ୍ତି ।

ସ୍ବାଭିମାନ ଅଞ୍ଚଳ ମୁଦୁଲିଗୁଡ଼ା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିଥିଲା । ସୂଚନା ପୂର୍ବକ ଏସପିଙ୍କ ନେତୃତ୍ବରେ ଏସଓଜି ଓ ଡିଭିଏଫ୍ ଯବାନ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ଆସିବା ଦେଖି ମାଓବାଦୀ ଗୁଳିଚାଳନା କରିଥିଲେ, ଯାହାର କଡ଼ା ଜବାବ ଦେଇଛନ୍ତି ଯବାନ । ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।

ତେବେ ମାଲକାନଗିରି କୋରାପୁଟ ଓ ବିଶାଖାପାଟଣା ଡିଭିଜନର ଶତାଧିକ ନକ୍ସଲ ସେଠାରେ ଉପସ୍ଥିତ ରହିଥିବା ମାଲକାନଗିରି ଏସପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି । 

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Mar 14, 2021, 4:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.