ମାଲକାନଗିରି: ମାଓ କ୍ୟାମ୍ପ ଉପରେ ହୋଇଥିବା ଡ୍ରୋନ ଆକ୍ରମଣର ଡ୍ରୋନ ଫୋଟୋ ଓ ଅଡିଓ ଜାରି କରିଛି ମାଓ ସଂଗଠନ । ବୁଧବାର ଦଣ୍ଡକରଣ୍ୟ ସବ ଜୋନାଲ କମିଟି ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରି ଆକାଶ ମାର୍ଗରୁ ପୁଲିସ ନକ୍ସଲଙ୍କୁ ଟାର୍ଗେଟ କରି ବୋମା ବର୍ଷଣ କରିଥିବା ମାଓ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ବସ୍ତର ଆଇଜି ସୁନ୍ଦରରାଜ ପି ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ । ଗୁରୁବାର ମାଓ ସଂଗଠନ ପକ୍ଷରୁ ପୋଲିସ ମିଛ କହୁଥିବା ଅଭିଯୋଗ କରିବା ସହ ପ୍ରେସ ରିଲିଜ ଜାରି କରିଛନ୍ତି ।
ପୁଣି ମାଓବାଦୀମାନେ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ପ୍ରେସ ରିଲିଜର ପୁଲିସ ପଠାଇଥିବା ଡ୍ରନର ଫଟୋ ଜାରି କରିଛନ୍ତି ମାଓବାଦୀ । ଜଙ୍ଗଲରେ 2ଟି ଡ୍ରୋନ ଉଡୁଥିବାର ଦେଖିବା ପରେ ଆମର ପିଏଲଜିଏ ଏହି ଦୁଇଟି ଡ୍ରନକୁ ମାରି ତଳକୁ ଖସାଇଛି । ଯାହାର ପ୍ରମାଣ ଅପଣମାନଙ୍କ ନିକଟକୁ ପଠାଗଲା ବୋଲି କହିଛି ଲାଲ ବାହିନୀ । ଆହୁରି ମଧ୍ୟ ଲାଲ ସଂଗଠନ କହିଛି ଗତକାଲି (ବୁଧବାର) ପୁଲିସ ଦେଇଥିବା ମନ୍ତବ୍ୟ ନିରାଧାର ଓ ମିଥ୍ୟା । ଯଦି ପୋଲିସ ସତ୍ୟ ଜାଣିବାର ଅଛି ତେବେ ଘଟଣାସ୍ଥଳକୁ ଆସି ଦେଖିପାରନ୍ତି ବୋଲି ଦୃଢକ୍ତି ପ୍ରକାଶ କରିଛି ସଂଗଠନ ।
ମାଲକାନଗିରିରୁ ଦେବଦେତ୍ତ ବେହେରା, ଇଟିଭି ଭାରତ