ମାଲକାନଗିରି: ରେଳ ଲାଇନ ସମୀକ୍ଷା କରିବା ପାଇଁ ବିଶାଖାପାଟଣା ଡିଭିଜନର ରେଳ ମ୍ୟାନେଜର ମାଲକାନଗିରି ଗସ୍ତ କରିଛନ୍ତି । ସର୍କିଟ ହାଉସ ଠାରେ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ରାଜସ୍ୱ ବିଭାଗର ପଦାଧିକାରୀଙ୍କ ସହ ରେଳ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲା ପୋଗ୍ରେସିଭି ସିଟିଜନ ଫୋମ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଦାବିପତ୍ରରେ ମାଲକାନଗିରି ଜିଲ୍ଲାରେ ଅନେକ ପ୍ରସ୍ତାବିତ ଖଣି ଥିଲେ ମଧ୍ୟ ମାଲ ପରିବହନ ପାଇଁ ରେଳ ଲାଇନ ନଥିବାରୁ ଜିଲ୍ଲାର ବିକାଶ ହୋଇପାରୁନାହିଁ । ଭାରତ ସରକାରଙ୍କ ଆକାଂକ୍ଷା ଯୋଜନାରେ ମାଲକାନଗିରିର ବିକାଶ ପାଇଁ ରେଳ ଲାଇନର ଜରୁରୀ ଆବଶ୍ୟକ ଅଛି । ତେଣୁ ତୁରନ୍ତ ରେଳ ଲାଇନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦାବିପତ୍ର ରେ ଉଲେଖା କରାଯାଇଛି ।
ଏନେଇ ବିଶାଖାପାଟଣା ରେଳ ମ୍ୟାନେଜର ଅନୁପ କୁମାର ଶତପଥୀ ପ୍ରକାଶ କରିଥିଲେ ଯେ ଜୟପୁର ଠାରୁ ମାଲକାନଗିରି ୧୩୦ କିଲୋମିଟର ରେଳ ଲାଇନର ୨୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ୬ ମାସ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଶନିବାର ମାଲକାନଗିରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ହୋଇଛି । ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବାପରେ ଅଗ୍ରାଧିକାର ଭିତ୍ତିରେ ବଜେଟର ବରାଦ କରାଯାଇଥିବା ଅର୍ଥ ଅନୁଯାୟୀ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ୫ ରୁ ୬ବର୍ଷ ମଧ୍ୟରେ ମାଲକାନଗିରିବାସୀ ରେଳ ଗାଡ଼ି ଦେଖିବେ ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ