ETV Bharat / state

ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ମାରିବାକୁ ଦେଲେ ଧମକ ! - Malkangiri

ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ଦବଙ୍ଗଗିରି ଦେଖାଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାରିଦେବାକୁ ଦେଇଛନ୍ତି ଧମକ । ଏଭଳି ଅଭିଯୋଗ ମାଲକାନଗିରିର ପପୁଲୁ ଚିକିତ୍ସା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଆସିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି
author img

By

Published : Jun 15, 2019, 5:03 PM IST

ମାଲକାନଗିରି: ଭୁପୂଷ୍ଠର ଭଗବାନ ବୋଲାଉଥିବା ଡାକ୍ତରଙ୍କ ଦାଦାଗିରି । ଜୀବନ ବଞ୍ଚାଇବା ବଦଳରେ ସାମାନ୍ୟ ଘଟଣା ପାଇଁ ମାରିଦେବାକୁ ରୋଗୀଙ୍କୁ ଦେଉଛନ୍ତି ଧମକ । କେବଳ ଧମକ ନୁହେଁ ରୋଗୀଙ୍କ ନିକଟ ସମ୍ପର୍କୀୟଙ୍କୁ ଅସ୍ରବ୍ୟ ଭାଷାରେ ଗାଳି କରି ଘରୁ ଗଳା ଧକ୍କା ଦେଇ ବାହାର କରିଦେଲେ ଡାକ୍ତର । ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର ପପୁଲୁ ଚିକିତ୍ସା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଓଁକାର ହୋତାଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ପପୁଲୁର ଚିକିତ୍ସା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଓଁକାର ହୋତା । ଯିଏ କି ସରକାରୀ ପୁରସ୍କାର ପ୍ରାପ୍ତ ଡାକ୍ତର । ହେଲେ ଏବେ ସେ ନିଜ ଦାୟିତ୍ବକୁ ଠିକ ଭାବେ ପାଳନ ବି କରୁନଥିବା ଅଭିଯୋଗ ହୋଇଛି । ବିଶେଷ କରି ପପୁଲୁ ଭଳି ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଗୋଟିଏ ମାତ୍ର ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ ବି ତାଙ୍କର ଏପରି ଦୁର୍ବବ୍ୟହାର ସମସ୍ତଙ୍କୁ ମର୍ମାହତ କରିଛି ।

ସୂଚନା ମୁତାବକ ଗତ 4 ତାରିଖ ଅପରାହ୍ନରେ ଅନନ୍ତ ରାଓ ନାମକ ଜଣେ ଯୁବକ ନିଜ ଗର୍ଭବତୀ ପତ୍ନୀ ଓ ପୁଅ ସହ ପପୁଲୁ ସ୍ଥିତ ଡାକ୍ତର ଖାନା ଆସିଥିଲେ । ଡାକ୍ତର ବାବୁ ନଥିବାରୁ ଯୁବକ ଜଣକ ନିଜ ସ୍ତ୍ରୀର ଅବସ୍ଥା ଖରାପ ଥିବା ଦେଖି ଡାକ୍ତର ବାବୁଙ୍କ ଘରକୁ ଯାଇ ଡାକ୍ତରଙ୍କୁ ଡାକିଥିଲେ । କିନ୍ତୁ ଡାକ୍ତର ଓଁକାର ହୋତା ରୋଗୀଙ୍କ ସହ ଦୁର୍ବ୍ୟବହାର ସହ ଅଶ୍ଲିଳ ଭାଷାରେ ଗାଳି ଦେଇ ଠେଲା ପେଲା କରିଥିଲେ । ଶେଷରେ ବ୍ୟକ୍ତି ଜଣକ ଅପମାନିତ ହୋଇ ସ୍ଥାନୀୟ କାଲିମେଳା ଥାନରେ ଏକ ଅଭିଯୋଗ କରିଥିଲେ ।

ତେବେ ଏହି ଘଟଣା ଥରେ ନୁହେଁ ଅନେକ ଥର ଦେଖିବାକୁ ମିଳୁଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଛୋଟ ବଡ଼ ଡାକ୍ତର ଖାନାରେ । ଆଉ ଏଥିଯୋଗୁଁ ଜିଲ୍ଲବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥାନ୍ତି । କିନ୍ତୁ ଏ ପ୍ରତି ନା ପ୍ରଶାସନ ନା ସରକାର କେହି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.