ମାଲକାନଗିରି: ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ୱାଇ ବିଜୟ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ସିଡିଏମଓ, ଏଡିଏମଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ସମ୍ମିଳନୀରେ ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ପରେ ମୁଖ୍ୟ ଅତିଥି ଭାଷଣ ଦେଇଥିଲେ। ଜିଲ୍ଲାରେ କୋରୋନା ସମୟରେ ନିଜର ଦାଇତ୍ଵ ତୁଲାଉଥିବା ସମୟରେ ତିନି ଜଣ ଆଶା ଦିଦି ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାସହ ଜିଲ୍ଲାରେ ଭଲ କାମ କରିଥିବା ଆଶା ଦିଦି, ଅଙ୍ଗନବାଡି ଓ ଏଏନଏମ ଦିଦି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟପକ୍ଷେ କୁଇଜ ପ୍ରତିଯୋଗିତା ସହ ମନୋରଞ୍ଜନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ